ଅନୁପ୍ରବେଶ ଉଦ୍ୟମରେ ଫେଲ ମାରିବା ପରେ ଚାଇନାର ତାଳି ପକା ଉଦ୍ୟମ

ନୂଆଦିଲ୍ଲୀ: ପାଙ୍ଗୋଙ୍ଗ ଟିଏସଓ ନିକଟରରେ ଚାଇନା ସେନା ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲେ ହେଁ ଏହାକୁ ଭାରତୀୟ ସେନା ଭଣ୍ଡୁର କରିଦେଇଛନ୍ତି। ଅଗଷ୍ଟ ୨୯-୩୦ ରାତିରେ ଚାଇନା ସେନା ଏଭଳି କାଣ୍ଡ ଭିଆଇଥିଲେ। ତେବେ ଚାଇନିଜ୍‌ ସରକାର ଏହି ଖବରକୁ ମିଛ ବୋଲି କହିଛନ୍ତି। ଚାଇନାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଝାଓ ଲିଜିଆନ କହିଛନ୍ତି, ପିଏଲଏ ଟ୍ରୁପ୍ସ କେବେ ହେଲେ ଏଲଏସି ଅତିକ୍ରମ କରିନାହାନ୍ତି। ଉଭୟ ଦେଶ ସ୍ଥିତାବସ୍ଥା ନେଇ ଆଲୋଚନା ଜାରି ରଖିଛନ୍ତି। ତେଣୁ ଚାଇନା […]

bn

bn

Hemant Lenka
  • Published: Monday, 31 August 2020
  • Updated: 31 August 2020, 03:52 PM IST

Sports

Latest News

ନୂଆଦିଲ୍ଲୀ: ପାଙ୍ଗୋଙ୍ଗ ଟିଏସଓ ନିକଟରରେ ଚାଇନା ସେନା ଅନୁପ୍ରବେଶ କରିବାକୁ ଉଦ୍ୟମ କରିଥିଲେ ହେଁ ଏହାକୁ ଭାରତୀୟ ସେନା ଭଣ୍ଡୁର କରିଦେଇଛନ୍ତି। ଅଗଷ୍ଟ ୨୯-୩୦ ରାତିରେ ଚାଇନା ସେନା ଏଭଳି କାଣ୍ଡ ଭିଆଇଥିଲେ। ତେବେ ଚାଇନିଜ୍‌ ସରକାର ଏହି ଖବରକୁ ମିଛ ବୋଲି କହିଛନ୍ତି।

ଚାଇନାର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଝାଓ ଲିଜିଆନ କହିଛନ୍ତି, ପିଏଲଏ ଟ୍ରୁପ୍ସ କେବେ ହେଲେ ଏଲଏସି ଅତିକ୍ରମ କରିନାହାନ୍ତି। ଉଭୟ ଦେଶ ସ୍ଥିତାବସ୍ଥା ନେଇ ଆଲୋଚନା ଜାରି ରଖିଛନ୍ତି। ତେଣୁ ଚାଇନା ସେନା ଏଲଏସି ଅତିକ୍ରମ କରି ପାଙ୍ଗୋଙ୍ଗ ଟିଏସଓର ସ୍ଥିତାବସ୍ଥା ବଦଳାଇବାକୁ ଚେଷ୍ଟା କରୁଥିବା ନେଇ ଯେଉଁ ପ୍ରଚାର କରାଯାଉଛି, ତା’ହା ଭୁଲ ବୋଲି ସେ କହିଛନ୍ତି।

ସୂତ୍ର ଅନୁସାରେ, ପାଙ୍ଗୋଙ୍ଗର ଦକ୍ଷିଣ ଭାଗରେ ଚାଇନିଜ୍‌ ସେନା ମେ’ ମାସରେ ନିର୍ମାଣ କାମ ଆରମ୍ଭ କରିଥିଲା। ଏହାକୁ ନେଇ ସେତେବେଳେ ଦୁଇ ଦେଶ ମଧ୍ୟରେ ବିବାଦ ଦେଖାଯାଇଥିଲା। ଏବେ ଉକ୍ତ ଅଞ୍ଚଳରେ ହିଁ ଚାଇନିଜ୍‌ ସେନା ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣାପଡ଼ିଛି। ହେଲେ ଭାରତୀୟ ସେନା ଏହାକୁ ଭଣ୍ଡୁର କରିଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos