କରୋନା ଟିକାକୁ ନେଇ ଚାଇନାରୁ ଆସିଲା ବହୁତ ବଡ଼ ଖବର

ବେଜିଂ: ମହାମାରୀ କରୋନା ଭାଇରସକୁ ମାତ୍‌ ଦେବା ପାଇଁ ଏକାଧିକ ରାଷ୍ଟ୍ର କରୋନା ଟିକା ବାହାର କରିବାରେ ଲାଗିଛି। କିଛି ରାଷ୍ଟ୍ର କରୋନା ଟିକାର ପରୀକ୍ଷା ମୂଳକ ବ୍ୟବହାର ପାଇଁ ଅନୁମତି ଦେଇଥିବା ବେଳେ ରୁଷରେ ୨ଟି ଟିକାକୁ ବିଧିବଦ୍ଧ ଭାବେ ପଞ୍ଜିକୃତ କରାଯାଇଛି। ହେଲେ କରୋନାକୁ ସଂପୂର୍ଣ୍ଣ ମାତ ଦେଇପାରୁଥିବା ଟିକା କେବେ ଲୋକଙ୍କ ପାଖରେ ପହଞ୍ଚିବ, ସେ ପ୍ରଶ୍ନ ଲୋକଙ୍କ ମନରେ ଉଠିବା ଆରମ୍ଭ ହୋଇଛି। ଏସବୁ ଭିତରେ କରୋନା ସୃଷ୍ଟି ହୋଇଥିବା ଚାଇନାରୁ […]

h

h

Hemant Lenka
  • Published: Friday, 16 October 2020
  • Updated: 16 October 2020, 01:53 PM IST

Sports

Latest News

ବେଜିଂ: ମହାମାରୀ କରୋନା ଭାଇରସକୁ ମାତ୍‌ ଦେବା ପାଇଁ ଏକାଧିକ ରାଷ୍ଟ୍ର କରୋନା ଟିକା ବାହାର କରିବାରେ ଲାଗିଛି। କିଛି ରାଷ୍ଟ୍ର କରୋନା ଟିକାର ପରୀକ୍ଷା ମୂଳକ ବ୍ୟବହାର ପାଇଁ ଅନୁମତି ଦେଇଥିବା ବେଳେ ରୁଷରେ ୨ଟି ଟିକାକୁ ବିଧିବଦ୍ଧ ଭାବେ ପଞ୍ଜିକୃତ କରାଯାଇଛି। ହେଲେ କରୋନାକୁ ସଂପୂର୍ଣ୍ଣ ମାତ ଦେଇପାରୁଥିବା ଟିକା କେବେ ଲୋକଙ୍କ ପାଖରେ ପହଞ୍ଚିବ, ସେ ପ୍ରଶ୍ନ ଲୋକଙ୍କ ମନରେ ଉଠିବା ଆରମ୍ଭ ହୋଇଛି।

ଏସବୁ ଭିତରେ କରୋନା ସୃଷ୍ଟି ହୋଇଥିବା ଚାଇନାରୁ ଟିକା ସମ୍ପର୍କରେ ବହୁତ ବଡ଼ ଓ ଭଲ ଖବର ଆସିଛି। ଚାଇନା ପକ୍ଷରୁ ପ୍ରସ୍ତୁତ କରାଯାଉଥିବା ଗୋଟିଏ ଟିକା ପ୍ରଥମ ଦୁଇଟି ପର୍ଯ୍ୟାୟ ପରୀକ୍ଷାରେ ସକାରାତ୍ମକ ରେଜଲ୍ଟ ଦେଖାଇଛି। ସିଏନବିଜି ପକ୍ଷରୁ ଚାଇନାର ସବୁଠାରୁ ବିଶ୍ୱାସ ଓ ବଡ଼ କରୋନା ଟିକା ପ୍ରସ୍ତୁତ କରାଯାଉଛି। ସିଏନବିଜି ପକ୍ଷରୁ କୁହାଯାଇଛି ଯେ ସମ୍ଭାବ୍ୟ କରୋନା ଟିକାର ଡୋଜ ନେବା ପରେ ସ୍ୱେଚ୍ଛାସେବୀଙ୍କ ଶରୀରରେ ସକାରାତ୍ମକ ପ୍ରଭାବ ଦେଖିବାକୁ ମିଳିଛି।

ଗବେଷକଙ୍କ ମତରେ ବର୍ତ୍ତମାନ ପ୍ରସ୍ତୁତ ହୋଇଥିବା କରୋନା ଟିକା ସଂପୂର୍ଣ୍ଣ ସୁରକ୍ଷିତ ଓ ଏହା ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ମଧ୍ୟ ସହାୟକ ହେଉଛି। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ ପରେ ଟିକାକୁ ନେଇ ଗବେଷକମାନେ ଏପରି କଥା କହିଛନ୍ତି।

ଚାଇନା ପ୍ରସ୍ତୁତ କରୁଥିବା ଟିକାର ନାଁ BBIBP-CorV ରହିଛି। ଏହାକୁ ସିଏନବିଜି ଜରିଆରେ ବେଜିଂ ଇନଷ୍ଟିଚ୍ୟୁଟ ଅଫ ବାଓଲୋଜିକାଲ ପ୍ରଡକ୍ଟସ ଉତ୍ପାଦନ କରିବ। BBIBP-CorV ବିଶ୍ୱର ଟପ୍‌ ୧୦ କରୋନା ଟିକା ପ୍ରକଳ୍ପ ମଧ୍ୟରେ ରହିଥିବା ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କରି ସାରିଛି। ସେହିପରି ବର୍ତ୍ତମାନ ଏହି ଟିକାର ଫେଜ୍‌-୩ ଟ୍ରାଏଲ ମଧ୍ୟ ଆରମ୍ଭ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos