ରାମ ବିଲାଶ ପାଶ୍ୱାନଙ୍କୁ ମୁଖାଗ୍ନି ଦେବା ପରେ ଅଚେତ ହୋଇଗଲେ ପୁଅ ଚିରାଗ, ଦେଖନ୍ତୁ ଭିଡିଓ
ପାଟନା: କେନ୍ଦ୍ରମନ୍ତ୍ରୀ ରାମ ବିଲାଶ ପାଶ୍ୱାନଙ୍କ ଅନ୍ତିମ ସଂସ୍କାର ବେଳେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଭିଡିଓ ସାମ୍ନାକୁ ଆସିଛି। ବାପା ରାମ ବିଲାଶଙ୍କୁ ହରାଇଥିବା ତାଙ୍କ ପୁଅ ଚିରାଗ ପାଶ୍ୱାନ ଏବେ ଦୁଃଖରେ ପୂରା ଭାଙ୍ଗି ପଡ଼ିଛନ୍ତି। ସ୍ଥିତି ଏପରି ହୋଇଥିଲା ଯେ ଆଜି ସେ ରାମ ବିଲାଶ ପାଶ୍ୱାନଙ୍କ ପାର୍ଥିବ ଶରୀରରେ ମୁଖାଗ୍ନି ଦେବା ପରେ ଅଚେତ୍ ହୋଇ ପଡ଼ିଥିଲେ। ଏହାର ଦୃଶ୍ୟ କ୍ୟାମେରାରେ ମଧ୍ୟ କଏଦ ହୋଇଛି।
ଗୁରୁବାର ଦିନ ରାମ ବିଲାଶ ପାଶ୍ୱାନ ଦିଲ୍ଲୀର ଏକ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷୀୟ ବୟସ ହୋଇଥିଲା। ଆଜି ପାଟନାର ଗଙ୍ଗା ନଦୀ କୂଳ ଦିଘା ଘାଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।
Heartbreaking video of Chirag Paswan who fell unconscious while lighting the funeral pyre of father Ram Vilas Paswan
ॐ शांति 🙏 😰😥😭
May Ishwar give him strength to fight it pic.twitter.com/5Oj86wOV8Q— Mihir Jha ✍️ (@MihirkJha) October 10, 2020
ସାମ୍ନାକୁ ଆସିଥିବା ଭିଡିଓ ଅନୁଯାୟୀ, ଚିରାଗ ପ୍ରଥମେ ମୁଖାଗ୍ନି ଦେବା ପାଇଁ ଜୁଇ ଚାରିପଟେ ନିୟମ ଅନୁସାରେ ବୁଲିଥିଲେ। ଏହାପରେ ସେ ମୁଖାଗ୍ନି ଦେବା କ୍ଷଣି ଅଚେତ ହୋଇ ଯାଇଥିଲେ। କିନ୍ତୁ ସେ ତଳେ ପଡ଼ିବା ପୂର୍ବରୁ ତାଙ୍କ ନିକଟରେ ଛିଡ଼ା ହୋଇଥିବା ତାଙ୍କ ଭାଇ ଚିରାଗଙ୍କୁ ଧରି ପକାଇଥିଲେ।
ବର୍ତ୍ତମାନ ସେ ବିପଦ ମୁକ୍ତ ରହିଛନ୍ତି। ଅତ୍ୟଧିକ ଖରା ଓ ଗୁଳୁଗୁଳି ସାଙ୍ଗକୁ ସେ ଦୀର୍ଘ ଘଣ୍ଟା ଧରି ବାପାଙ୍କ ପାର୍ଥିବ ଶରୀର ପାଖରେ ଛିଡ଼ା ହୋଇଥିଲେ। ଏଥିସହ ବାପାଙ୍କୁ ହରାଇବାର ଦୁଃଖ ସହି ନ ପାରି ସେ ଅଚେତ ହୋଇପଡ଼ିଥିଲେ ବୋଲି ତାଙ୍କ ନିକଟତମ ସୂତ୍ରରୁ ଖବର ମିଳିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।