୧୮ ସୁଦ୍ଧା ସରିବ ଅଯୋଧ୍ୟା ଶୁଣାଣି, ସମସ୍ତ ପକ୍ଷଙ୍କୁ ଶେଷ ସୁଯୋଗ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦର ଶୁଣାଣି ଏବେ ନିୟମିତ ଭାବେ ସୁପ୍ରିମକୋର୍ଟରେ ଚାଲିଛି। ଇତି ମଧ୍ୟରେ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠରେ ଚାଲିଥିବା ଏହି ଶୁଣାଣି ୩୨ତମ ଦିନରେ ପହଞ୍ଚିଛି। ଆଜି ଶୁଣାଣି ବେଳେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ପୁଣିଥରେ  ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଦଶନ୍ଧି ଦଶନ୍ଧି ଧରି ଚାଲି ଆସିଥିବା ଏହି ଶୁଣାଣି ଅକ୍ଟୋବର ୧୮ ସୁଦ୍ଧା ଶେଷ ହେବ। ଏବେ ସବୁ ପକ୍ଷଙ୍କ ପାଖରେ ନିଜର ଯୁକ୍ତି […]

y-1

y-1

Hemant Lenka
  • Published: Thursday, 26 September 2019
  • Updated: 26 September 2019, 07:48 PM IST

Sports

Latest News

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଯୋଧ୍ୟା ଜମି ବିବାଦର ଶୁଣାଣି ଏବେ ନିୟମିତ ଭାବେ ସୁପ୍ରିମକୋର୍ଟରେ ଚାଲିଛି। ଇତି ମଧ୍ୟରେ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠରେ ଚାଲିଥିବା ଏହି ଶୁଣାଣି ୩୨ତମ ଦିନରେ ପହଞ୍ଚିଛି। ଆଜି ଶୁଣାଣି ବେଳେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ପୁଣିଥରେ  ବଡ଼ ବୟାନ ଦେଇଛନ୍ତି।

ସେ କହିଛନ୍ତି, ଦଶନ୍ଧି ଦଶନ୍ଧି ଧରି ଚାଲି ଆସିଥିବା ଏହି ଶୁଣାଣି ଅକ୍ଟୋବର ୧୮ ସୁଦ୍ଧା ଶେଷ ହେବ। ଏବେ ସବୁ ପକ୍ଷଙ୍କ ପାଖରେ ନିଜର ଯୁକ୍ତି ଉପସ୍ଥାପନ କରିବାକୁ ମାତ୍ର ୧୦.୫ ଦିନର ସମୟ ରହିଛି। ନଭେମ୍ବର ଶେଷ ଭାଗରେ ଅବସର ନେବାକୁ ଥିବା ଜଷ୍ଟିସ ଗୋଗୋଇ ଆହୁରି କହିଛନ୍ତି, ଯଦି ଅଯୋଧ୍ୟା ଜମି ବିବାଦର ରାୟ ଆସନ୍ତା ୪ ସପ୍ତାହ ମଧ୍ୟରେ ଆସିଯାଏ, ତା’ହେଲେ ଏହା ସୁପ୍ରିମକୋର୍ଟଙ୍କ ପାଇଁ ଏକ ବଡ଼ ଉପଲବ୍ଧ ହୋଇ ରହିବ।

ମାମଲାର ଶୁଣାଣି ଅକ୍ଟୋବର ୧୮ ସୁଦ୍ଧା ଶେଷ ହେବ। ହେଲେ ଦୀପାବଳି ଛୁଟିକୁ ଦୃଷ୍ଟିରେ ରଖି ସମସ୍ତ ପକ୍ଷ ସେମାନଙ୍କ ଯୁକ୍ତିକୁ ଯଥା ସମ୍ଭବ ଶେଷ କରିବାକୁ ଚେଷ୍ଟା କରିବେ। କାରଣ ଦୀପାବଳି ପାଇଁ ଗୋଟିଏ ସପ୍ତାହ ସୁପ୍ରିମକୋର୍ଟ ବନ୍ଦ ରହିବ।

ଖାଲି ସେତିକି ନୁହେଁ, ଦରକାର ପଡ଼ିଲେ ଏହି ରାମ ଜନ୍ମଭୂମି-ବାବ୍ରୀ ମସଜିଦ୍ ବିବାଦର ଶୁଣାଣି ଶେଷ କରିବାକୁ ସୁପ୍ରିମକୋର୍ଟ ଓଭର ଟାଇମ କାମ କରିବାକୁ ପ୍ରସ୍ତୁତ। ଶନିବାର ମଧ୍ୟ ମାମଲାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ମଧ୍ୟ ଖୋଲା ରଖିବାକୁ ବ୍ୟବସ୍ଥା କରାଯିବ। ବର୍ତ୍ତମାନ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ଚାଲିଛି। ତଥାପି ଏହି ମାମଲା ସହ ଜଡ଼ିତ ସମସ୍ତ ପକ୍ଷ ଚାହିଁଲେ ମଧ୍ୟସ୍ଥତା କମିଟି ସହଯୋଗରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରିବେ। ସେମାନେ ଚାହିଁଲେ ସେମାନଙ୍କ ମତାମତ କୋର୍ଟ ଆଗରେ ମଧ୍ୟ ଉପସ୍ଥାପନ କରିପାରିବେ ବୋଲି ସିଜେଆଇ ଜଷ୍ଟିସ୍‌ ଗୋଗୋଇ କହିଛନ୍ତି।

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଗୋଗୋଇ ଆସନ୍ତା ନଭେମ୍ବର ୧୭ରେ ଅବସର ଗ୍ରହଣ କରିବେ। ତାଙ୍କ ନେତୃତ୍ୱରେ ଗଠିତ ସାମ୍ବିଧାନିକ ଖଣ୍ଡପୀଠ ହିଁ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି କରୁଛି। ତେଣୁ ଅବସର ପୂର୍ବରୁ ଏହି ମାମଲାରେ ରାୟ ଦେବାକୁ ସେ ଲକ୍ଷ୍ୟ ରଖିଛନ୍ତି।

ଜଷ୍ଟିସ୍‌ ଗୋଗୋଇଙ୍କ ବ୍ୟତୀତ ସୁପ୍ରିମକୋର୍ଟଙ୍କ ସାମ୍ବିଧାନିକ ଖଣ୍ଡପୀଠରେ ଜଷ୍ଟିସ୍‌ ଏସ୍‌ଏ ବୋବଡେ, ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଅଶୋକ ଭୂଷଣ ଓ ଜଷ୍ଟିସ୍ ଏସ୍‌ଏ ନଜିର ରହିଛନ୍ତି। ସୁପ୍ରିମକୋର୍ଟ ଦୀର୍ଘ ବର୍ଷ ହେଲାଣି ଚାଲି ଆସିଥିବା ଅଯୋଧ୍ୟା ମାମଲାର ସମାଧାନ କରିବାକୁ ମଧ୍ୟସ୍ଥତା ପ୍ୟାନେଲ ଗଠନ କରିଥିଲେ। ଏହି ପ୍ୟାନେଲ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିଥିଲେ ହେଁ କୌଣସି ଫଳାଫଳ ବାହାରି ପାରି ନଥିଲା। ଏହାପରେ କୋର୍ଟ ଅଯୋଧ୍ୟା ମାମଲାର ନିୟମିତ ଶୁଣାଣି ହେବ ବୋଲି ନିଷ୍ପତ୍ତି ନେଇଥିଲେ। ଅଗଷ୍ଟ ୬ରୁ କୋର୍ଟ ଏହି ମାମଲାର ଶୁଣାଣି ଆରମ୍ଭ କରିଛନ୍ତି।

ଆହ୍ଲାବାଦ ହାଇକୋର୍ଟ ଅଯୋଧ୍ୟା ମାମଲାରେ ୨୦୧୦ରେ ବିବାଦୀୟ ୨.୭୭ ଏକର ଜମିକୁ ସୁନ୍ନି ୱାକଫ ବୋର୍ଡ, ନିର୍ମୋହି ଆଖଡ଼ା ଓ ରାମ ଲଲ୍ଲାଙ୍କ ମଧ୍ୟରେ ସମାନ ୩ ଭାଗରେ ବାଣ୍ଟି ଦେବାକୁ ରାୟ ଦେଇଥିଲେ। କିନ୍ତୁ ୨୦୧୧ରେ ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟ ଉପରେ ରୋକ ଲଗାଇଥିଲେ। ତେବେ ଏହା ବିରୋଧରେ ୧୪ଟି ଆବେଦନ ସୁପ୍ରିମକୋର୍ଟରେ ହୋଇସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story