ଆନ୍ଦୋଳନରତ ବୟସ୍କ ଚାଷୀଙ୍କୁ ଘରକୁ ଫେରି ଯିବାକୁ ଅନୁରୋଧ କଲେ ସିଜେଆଇ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଣିଥିବା ୩ଟି ଯାକ କୃଷି ଆଇନକୁ ବିରୋଧ କରି ନଭେମ୍ବର ୨୬ରୁ ହଜାର ହଜାର ଚାଷୀ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି। ଆଜି ସୁପ୍ରିମକୋର୍ଟ କୃଷି ଆଇନ ସମ୍ପର୍କିତ ଆବେଦନର ଶୁଣାଣି କରି ବିଶେଷଜ୍ଞ କମିଟି ଗଠନ କରିବାକୁ କହିଛନ୍ତି। ତେବେ ଦୀର୍ଘ ଦିନ ହେଲା ଚାଷୀମାନେ ଥଣ୍ଡା କାକରରେ ବସି ରହିଥିବାରୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସଏ ବୋବଡେ ଆବେଦନର ଶୁଣାଣି କରିବା […]

f

f

Hemant Lenka
  • Published: Monday, 11 January 2021
  • Updated: 11 January 2021, 06:55 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଣିଥିବା ୩ଟି ଯାକ କୃଷି ଆଇନକୁ ବିରୋଧ କରି ନଭେମ୍ବର ୨୬ରୁ ହଜାର ହଜାର ଚାଷୀ ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁଛନ୍ତି। ଆଜି ସୁପ୍ରିମକୋର୍ଟ କୃଷି ଆଇନ ସମ୍ପର୍କିତ ଆବେଦନର ଶୁଣାଣି କରି ବିଶେଷଜ୍ଞ କମିଟି ଗଠନ କରିବାକୁ କହିଛନ୍ତି। ତେବେ ଦୀର୍ଘ ଦିନ ହେଲା ଚାଷୀମାନେ ଥଣ୍ଡା କାକରରେ ବସି ରହିଥିବାରୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସଏ ବୋବଡେ ଆବେଦନର ଶୁଣାଣି କରିବା ବେଳେ ବହୁତ ବଡ଼ ବୟାନ ଦେଇଛନ୍ତି।

ସେ କହିଛନ୍ତି, ଚାଷୀଙ୍କ ସହ ମିଶି ଆନ୍ଦୋଳନ କରୁଥିବା ବୟସ୍କ ବ୍ୟକ୍ତି, ଛୋଟ ପିଲା ଓ ମହିଳାମାନେ ତୁରନ୍ତ ନିଜ ନିଜ ଘରକୁ ଫେରି ଯାଆନ୍ତୁ। କେନ୍ଦ୍ର ସରକାର ମଧ୍ୟ ଏହା ଉପରେ ଜବାବ ଦାଖଲ କରନ୍ତୁ ବୋଲି ସେ କହିଛନ୍ତି।

ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଲ ସମୟ ମାଗିଥିଲେ। ଏହା ଶୁଣି ଜଷ୍ଟିସ ବୋବଡେ ଖପ୍ପା ହୋଇଯାଇଥିଲେ। ସେ କହିଥିଲେ, ଆମେ ଆପଣଙ୍କୁ ବହୁ ସମୟ ଦେଇ ସାରିଲୁଣି ମିଷ୍ଟର ଆଟର୍ଣ୍ଣି ଜେନେରାଲ। ଦୟାକରି ଆମକୁ ଧୈର୍ଯ୍ୟ ଉପରେ ଲେକଚର୍‌ ଦିଅନ୍ତୁ ନାହିଁ।

ଶୁଣାଣି ବେଳେ ସିଜେଆଇ ଜଷ୍ଟିସ ବୋବଡେ ପ୍ରଥମେ ୮ଟି ଚାଷୀ ସଂଗଠନ ପକ୍ଷରୁ ମାମଲା ଲଢ଼ୁଥିବା ଆଇନଜୀବୀଙ୍କୁ କହିଥିଲେ ଯେ ସେମାନେ ଆନ୍ଦୋଳନ ସ୍ଥଳରେ ବସିଥିବା ବୟସ୍କ, ଛୋଟ ପିଲା ଓ ମହିଳାମାନଙ୍କୁ ଘରକୁ ଫେରିଯିବାକୁ କୁହନ୍ତୁ। ହେଲେ ସେମାନେ କହିଥିଲେ ଯେ ଆନ୍ଦୋଳନ ସ୍ଥଳରେ ଥିବା ବୟସ୍କ, ଛୋଟ ପିଲା ଓ ମହିଳାମାନେ ଘରକୁ ଯିବାକୁ ଚାହୁଁନାହାନ୍ତି।

ଏହାପରେ ସିଜେଆଇ କହିଥିଲେ ଯେ ଏବେ ମୁଁ ଗୋଟିଏ ବଡ଼ ରିସ୍କ ନେବାକୁ ଚାହୁଁଛି। ବ୍ୟକ୍ତିଗତ ଭାବେ ଅନୁରୋଧ କରୁଛି ଯେ ଆନ୍ଦୋଳନ କରୁଥିବା ବୟସ୍କ ଚାଷୀ, ଛୋଟ ପିଲା ଓ ମହିଳାମାନଙ୍କୁ ଘରକୁ ଫେରିଯାଆନ୍ତୁ। ଏଠାରେ ଉପସ୍ଥିତ ଥିବା ଚାଷୀ ସଂଗଠନର ଓକିଲମାନେ ମୋର ଏହି ବାର୍ତ୍ତାକୁ ଦୟା କରି ସେମାନଙ୍କ ପାଖରେ ପହଞ୍ଚାଇ ଦିଅନ୍ତୁ।

ଆମକୁ ଦୁଃଖର ସହ କହିବାକୁ ପଡ଼ୁଛି ଯେ କେନ୍ଦ୍ର ସରକାର ସମସ୍ୟାର ସମାଧାନ କରିପାରିନାହାନ୍ତି ଓ ଚାଷୀଙ୍କ ଆନ୍ଦୋଳନରେ ପୂର୍ଣ୍ଣଚ୍ଛେଦ ଟାଣି ପାରିନାହାନ୍ତି। ସୁପ୍ରିମକୋର୍ଟ ନିଜର କର୍ତ୍ତବ୍ୟ ପାଳନ କରିବେ। ଆପଣମାନେ ବିଶ୍ୱାସ କରନ୍ତୁ କି ନ କରନ୍ତୁ, ଆମେ ସୁପ୍ରିମକୋର୍ଟ ଅଫ ଇଣ୍ଡିଆ ଓ ଆମେ ଆମର କର୍ତ୍ତବ୍ୟ ସମ୍ପାଦନ କରିବୁ ବୋଲି ସିଜେଆଇ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story