ଟିଆରପି ଜାଲିଆତି: ଏଫଆଇଆର ପ୍ରସଙ୍ଗରେ ଇଣ୍ଡିଆ ଟୁଡେକୁ କ୍ଲିନଚିଟ୍!

ମୁମ୍ବାଇ: ଟିଆରପି ଚୋରି ଅଭିଯୋଗରେ ହୋଇଥିବା ଏଫଆଇଆର୍‌ରେ ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ନାଁ ଥିବା ରିପ୍ଲବିକ ଟିଭ୍‌ ପ୍ରସାରଣ କରି ମୁମ୍ବାଇ ପୁଲିସ୍‌କୁ ଘେରିବାରେ ଲାଗିଛି। ହେଲେ ଇଣ୍ଡିଆ ଟୁଡେର ନାଁ ମୁମ୍ବାଇ ପୁଲିସ୍‌ କମିଶନର କାହିଁକି ସାମ୍ବାଦିକ ସମ୍ମିଳନୀରେ ନେଲେ ନାହିଁ, ତା’କୁ ନେଇ ପ୍ରଶ୍ନ ଉଠିଥିଲା। ଏହା ଉପରେ ମୁମ୍ବାଇ ପୁଲିସ୍‌ ସ୍ପଷ୍ଟୀକରଣ ରଖିଛି। ଏଥିସହ ଇଣ୍ଡିଆ ଟୁଡେକୁ ମୁମ୍ବାଇ ପୁଲିସ୍ ଟିଆରପି ସ୍କାମରେ କ୍ଲିନଚିଟ୍ ଦେଇଛି।

ମୁମ୍ବାଇ ପୁଲିସର ଯୁଗ୍ମ କମିଶନର ମିଲିନ୍ଦ ଭରାମ୍ବେ କହିଛନ୍ତି, ଏଫଆଇଆରରେ ଇଣ୍ଡିଆ ଟୁଡେ ନାଁ ରହିଥିଲା। ଏହାର ତଦନ୍ତ ମଧ୍ୟ ଆମେ କରିଥିଲୁ। ହେଲେ ଘଟଣାର ଅଭିଯୁକ୍ତ କିମ୍ବା ସାକ୍ଷୀ ଏ ସମ୍ପର୍କରେ କୌଣସି ପ୍ରମାଣ ଦେଇ ପାରି ନଥିଲେ। ଆମେ ଅଭିଯୋଗ ପାଇବା ପରେ ଘଟଣାର ସାକ୍ଷୀମାନଙ୍କୁ ଭେଟିଥିଲୁ। ହେଲେ ସେମାନେ ଇଣ୍ଡିଆ ଟୁଡେ ନିଜ ଚ୍ୟାନେଲ ଦେଖିବାକୁ କାହାକୁ ଟଙ୍କା ଦେଇଥିବାର ପ୍ରମାଣ ମିଳି ନଥିଲା।

ତଦନ୍ତ ବେଳେ ସାକ୍ଷୀ ଓ ଅଭିଯୁକ୍ତମାନେ ରିପ୍ଲବିକ ଟିଭିର ନାଁ ନେଇଥିଲେ। କେବଳ ରିପ୍ଲବିକ ନୁହେଁ, ସେମାନେ ଫକତ ମରାଠୀ ଓ ବକ୍ସ ସିନେମାର ନାଁ ମଧ୍ୟ କହିଥିଲେ। ତେଣୁ ଏହାକୁ ଆଧାର କରି ତଦନ୍ତ କରାଯାଉଛି ବୋଲି ସେ କହିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।