ବାଦଲ ଫଟା ବର୍ଷା: ୩ ଜଣଙ୍କ ଜୀବନ ଗଲା, ୧୧ ନିଖୋଜ

ପିଥୋରଗଡ଼: ଉତ୍ତରାଖଣ୍ଡରେ ବାଦଳ ଫଟା ବର୍ଷା ଯୋଗୁ ପିଥୋରଗଡ଼ର ଦୁଇଟି ଗାଁରେ ଭୟଙ୍କର ବିପତ୍ତି ସୃଷ୍ଟି ହୋଇଛି। ପ୍ରବଳ ବର୍ଷା ହେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି ଓ ୧୧ ଜଣ ନିଖୋଜ ହୋଇଯାଇଛନ୍ତି। ସମସ୍ତେ ମୃତକ ଓ ନିଖୋଜ ବ୍ୟକ୍ତି ପିଥୋରଗଡ଼ ଜିଲ୍ଲା ତାଗା ଓ ଗେଲା ଗାଁର ବୋଲି ଜଣାପଡ଼ିଛି।

ବାଦଲ ଫଟା ବର୍ଷା ଯୋଗୁ ଏକାଧିକ ଘର ମାଟିରେ ମିଶିଯାଇଥିବା ବେଳେ ରାସ୍ତା କ୍ଷତିଗ୍ରସ୍ତ ହୋଇଛି। ଫଳରେ ଗେଲା ଗାଁର ୩ ଜଣଙ୍କ ଜୀବନ ଯାଇଛି। ସେହିପରି ତାଗା ଗାଁର ୧୧ ଜଣ ନଖୋଜ ହୋଇଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।

ଘଟଣା ସମ୍ପର୍କରେ ଖବର ପାଇଁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟ ତ୍ୱାରାନ୍ୱିତ କରିଛନ୍ତି। ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ପିଥୋରଗଡ଼ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ କ୍ଷତିଗ୍ରସ୍ତ ଲୋକଙ୍କୁ ସମସ୍ତ ପ୍ରକାରର ରିଲିଫ ଯୋଗାଇ ଦେବାକୁ କହିଛନ୍ତି।

ଆହୁରି ପଢ଼ନ୍ତୁ

କରୋନା ପଜିଟିଭ୍ କହି ଗାଏବ ହୋଇଯାଇଥିଲେ ସ୍ୱାମୀ, ଦେଢ଼ ମାସ ପରେ ପ୍ରେମିକାଙ୍କ ଘରୁ ଉଦ୍ଧାର କଲା ପୁଲିସ୍

ଆଇପିଏଲ୍ ପାଇଁ ଦୁବାଇ ପହଞ୍ଚିଲେ ଇଂଲିଶ ଓ ଅଷ୍ଟ୍ରେଲୀୟ ଖେଳାଳି

ଓଡ଼ିଶା ସରକାରଙ୍କ ଭଳି ଆଇନ୍ ଆଣିବେ ଯୋଗୀ ସରକାର

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ସଲମାନ, କରଣ ଜୋହରଙ୍କୁ କୋର୍ଟରେ ହାଜର ହେବାକୁ ନୋଟିସ୍

କରାେନା ବଦଳାଇ ଦେଲା ଲୋକଙ୍କ କିଣିବା ରୁଚି

ପଡ଼ିଆରେ ବଜ୍ରପାତ, ଫୁଟବଲ୍ ଖେଳାଳିଙ୍କ ମୃତ୍ୟୁ

ଗୁଗୁଲ୍ ପ୍ଲେ ଷ୍ଟୋରରୁ ହଟିଲା ପେଟିଏମ୍

ଉର୍ମିଳାଙ୍କ ପାଇଁ ଆଗେଇ ଆସିଲେ ଫ୍ୟାନ୍ସ, କଙ୍ଗନାଙ୍କୁ ଟାର୍ଗେଟ୍

ଟ୍ୱିଟର ଛାଡ଼ି ଦେବେ କଙ୍ଗନା, ଯଦି…

ଘରେ ସିବିଆଇ ରେଡ୍ ନେଇ କ’ଣ କହିଲେ ଦେବୀ ମିଶ୍ର

ଜୟାଙ୍କ ଉପରେ ବର୍ଷିଲେ ମୁକେଶ

ଚଷମା ପିନ୍ଧିଲେ କରୋନାରେ ସଂକ୍ରମିତ ହେବାର ସମ୍ଭାବନା କମ୍: ରିପୋର୍ଟ