ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇ-ମେଲ୍‌ରେ ହତ୍ୟା ଧମକ

ରାଞ୍ଚି: ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ଇ-ମେଲ୍‌ରେ ହତ୍ୟା ଧମକ ମିଳିଛି। ହତ୍ୟା ଧମକ ଆସିବା ପରେ ଏନାଇ ରାଞ୍ଚି ସାଇବର ଥାନାରେ ଏକ ମାମଲା ରୁଜୁ ହୋଇଛି। ହେମନ୍ତ ସୋରେନ୍‌ ତାଙ୍କ କାମ କରିବାର ପଥ ବଦଳେଇ ଦିଅନ୍ତୁ, ନଚେତ ତାଙ୍କୁ ହତ୍ୟା କରାଯାଇପାରେ ବୋଲି କେହି ଜଣେ ଦୁର୍ବୃତ୍ତ ଇ-ମେଲରେ ଧମକ ଦେଇଛି।

ଏହି ଇ-ମେଲ୍‌ ଜର୍ମାନୀ ଓ ସ୍ୱିଜର୍‌ଲ୍ୟାଣ୍ଡରୁ ସର୍ଭରରୁ ଆସିଥାଇପାରେ ବୋଲି କୁହାଯାଉଛି। ଏହା ଏକ ଡିସ୍‌ପୋଜାଲ୍‌ ମେଲ୍‌। ଅର୍ଥାତ ଏହା ଏପରି ଏକ ଇ-ମେଲ୍‌ ଯାହା ଆପେ ଆପେ ନଷ୍ଟ ହୋଇଯିବ। ଏଥିରେ ଗୋଟିଏ ଅସ୍ଥାୟୀ ଠିକଣାରୁ ଜଣେ ନିର୍ଦ୍ଦିଷ୍ଟ ଲୋକଙ୍କ ଆଇଡିକୁ ମେଲ୍‌ ଯାଇଥାଏ। ଏହାର କିଛି ସମୟରେ ଏହାର ଆଡ୍ରେସ୍‌ ଆପେ ଆପେ ଡିଲିଟ୍ ହୋଇଯାଇଥାଏ। କେବଳ ପ୍ରେରକ ଓ ଗ୍ରାହକଙ୍କୁ ଏହି ମେଲ୍‌ ଦେଖାଯାଇପାରିବ।

ଇ-ମେଲରେ କୁହାଯାଇଛି ଯେ, “ମୁଖ୍ୟମନ୍ତ୍ରୀ ତୁମେ ଠିକ୍‌ କରୁନାହଁ, ଏଥିପାଇଁ ତୁମକୁ ବଡ଼ ଦଣ୍ଡ ଦିଆଯିବ।” ଏଥିସହିତ ହତ୍ୟା ଧମକ ସମ୍ବଳିତ ଇ-ମେଲରେ କିଛି ସାମ୍ପ୍ରଦାୟିକ ସ୍ଲୋଗାନ୍‌ ଦିଆଯାଇଥିବା ପୁଲିସ୍‌ ଏଫ୍‌ଆଇର୍‌ରୁ ସୂଚନା ମିଳିଛି।

ଝାଡ଼ଖଣ୍ଡ ପୁଲିସ ମୁଖପାତ୍ର ସୁମନ ଗୁପ୍ତା କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଦୁଇଟି ଧମକ୍‌ପୂର୍ଣ୍ଣ ମେଲ୍ ଆସିଛି। ଏନେଇ ରାଞ୍ଚି ସାଇବର ଥାନାରେ ମାମଲା ରୁଜୁ ପରେ ତଦନ୍ତ ଆରମ୍ଭ ହୋଇଛି। ସାଇବର ଥାନା ଇନ୍‌ଚାର୍ଜଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍ ଏହାର ତଦନ୍ତ କରୁଛନ୍ତି। ଏହି ଟିମ୍‌ରେ ସମସ୍ତ ଟେକ୍ନିକାଲ ସେଲ୍‌ ସହିତ ସିଆଇଡି ମଧ୍ୟ ସାମିଲ ଅଛି।

ଧମକୂପର୍ଣ୍ଣ ମେଲ୍ ଆସିବା ପରେ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା(ଜଏମ୍‌ଏମ୍)ର ପ୍ରବକ୍ତା ତଥା ସାଧାରଣ ସଚିବ ମନୋଜ ପାଣ୍ଡେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତାରେ ଭୟଭୀତ ଥିବା କିଛି ଲୋକଙ୍କ ଦ୍ୱାରା ଏହି ମେଲ୍‌ ପଠାଯାଇଛି। ଏହାପୂର୍ବରୁ ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ଗାଦିରେ ବସିଥିବା ରଘୁବର ଦାସଙ୍କୁ ମଧ୍ୟ ଏମିତି ହତ୍ୟା ଧମକ୍‌ ମିଳିଥିଲା।

ଆହୁରି ପଢ଼ନ୍ତୁ

ଗୁରୁବାର ଫିଟ୍ ଇଣ୍ଡିଆ ମୁଭମେଣ୍ଟ, ମତ ବିନିମୟ କରିବେ ପ୍ରଧାନମନ୍ତ୍ରୀ

ମାୟାନଗରୀର ଡ୍ରଗ୍ସ ଜାଲ: ବଲିଉଡ୍ ମସ୍ତାନୀଙ୍କୁ ହେଲା ସମନ୍

ରାଜ୍ୟସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ

ରିୟାଙ୍କ ଜାମିନ୍ ଆବେଦନ ନେଇ ଆଜି ହେବନି ଶୁଣାଣି

୨୩ ସେପ୍ଟେମ୍ବର, ବୁଧବାର: ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ

ଏନଡିଏର ଅର୍ଥ ‘ନୋ ଡାଟା ଏଭେଲେବୁଲ’: ଶଶୀ ଥରୁର

ଟସ୍ ଜିତିଲା ସୁପର୍ କିଙ୍ଗସ୍, ପ୍ରଥମେ ବୋଲିଂ ନିଷ୍ପତ୍ତି

ଅକ୍ଟୋବର ୬ ତାରିଖ ଯାଏଁ ଜେଲ୍‌ରେ ରହିବେ ରିଆ

ଆନ୍ଦୋଳନରତ ସାଂସଦଙ୍କ ପାଖକୁ ଚା’ ନେଇଗଲେ ହରିବଂଶ, ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

୨୨ ସେପ୍ଟେମ୍ବର, ମଙ୍ଗଳବାର: ବନ୍ଧୁଙ୍କ ସହଯୋଗ ମିଳିବ

ଆଇସିୟୁରେ ଭର୍ତ୍ତି ହେଲେ କେନ୍ଦ୍ରମନ୍ତ୍ରୀ

ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଖାରଜ