ବିହାରରେ ଟ୍ୱିଟ୍ ଯୁଦ୍ଧ: ଏପଟେ ନୀତିଶ, ସେପଟେ ଲାଲୁ ଆଣ୍ଡ ଟିମ୍

ନୂଆଦିଲ୍ଲୀ: ଗତ କିଛିଦିନ ଧରି ସୋସିଆଲ୍ ମିଡିଆରେ ଆଟାକ୍-କାଉଣ୍ଟର ଆଟାକ୍‌ ଧାରା ଜାରି ରହିଛି। ନେତାଙ୍କ ଭିତରେ କିଏ କେତେବେଳେ କାହାକୁ ଟାର୍ଗେଟ୍ କରୁଛି ତାହା କହିବା ମୁସ୍କିଲ୍। ବିଶେଷକରି ଏବେ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଚାଲିଥିବାରୁ ସୋସିଆଲ୍ ମିଡିଆରେ ଏମିତି ଡାଏଲଗ୍‌ବାଜି ସବୁ ଦେଖିବାକୁ ମିଳୁଛି। ତେବେ ବିହାରରେ ନିର୍ବାଚନ ଚାଲିନଥିଲେ ବି ସେଠି ମଧ୍ୟ ସୋସିଆଲ୍ ମିଡିଆ ଡ୍ରାମା କମ୍ ଚାଲିନି। ସେଠି ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଆଉଗୋଟିଏ […]

nitish-kumar

nitish-kumar

Rakesh Mallick
  • Published: Saturday, 02 December 2017
  • Updated: 02 December 2017, 02:39 PM IST

Sports

Latest News

ନୂଆଦିଲ୍ଲୀ: ଗତ କିଛିଦିନ ଧରି ସୋସିଆଲ୍ ମିଡିଆରେ ଆଟାକ୍-କାଉଣ୍ଟର ଆଟାକ୍‌ ଧାରା ଜାରି ରହିଛି। ନେତାଙ୍କ ଭିତରେ କିଏ କେତେବେଳେ କାହାକୁ ଟାର୍ଗେଟ୍ କରୁଛି ତାହା କହିବା ମୁସ୍କିଲ୍। ବିଶେଷକରି ଏବେ ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଚାଲିଥିବାରୁ ସୋସିଆଲ୍ ମିଡିଆରେ ଏମିତି ଡାଏଲଗ୍‌ବାଜି ସବୁ ଦେଖିବାକୁ ମିଳୁଛି।

ତେବେ ବିହାରରେ ନିର୍ବାଚନ ଚାଲିନଥିଲେ ବି ସେଠି ମଧ୍ୟ ସୋସିଆଲ୍ ମିଡିଆ ଡ୍ରାମା କମ୍ ଚାଲିନି। ସେଠି ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଆଉଗୋଟିଏ ପଟେ ଅଛନ୍ତି ଲାଲୁ ଆଣ୍ଡ ଟିମ୍। ଆପଣମାନେ ଭାବୁଥିବେ ଲାଲୁଙ୍କ ସହ ଆଉ କିଏ ଅଛନ୍ତି ଯେ, ଟିମ୍ ବୋଲି ଆମେ କହୁଛୁ। ବାସ୍ତବରେ ଏବେ ଲାଲୁଙ୍କ ପାଇଁ ମୁଖ୍ୟ ବଳ ପାଲଟିଛନ୍ତି ତାଙ୍କ ଦୁଇପୁଅ ତେଜ୍ ପ୍ରସାଦ ଓ ତେଜସ୍ୱୀ। ସୋସିଆଲ୍ ମିଡିଆରେ ଲାଲୁଙ୍କର ପାଠଘର ଶୂନ ହୋଇଥିବାରୁ, ତାଙ୍କ ପାଇଁ ଟ୍ୱିଟ୍ କରୁଛନ୍ତି ତାଙ୍କ ଦୁଇ ପୁଅ। ତେଣୁ ଏବେ ବିହାରରେ ଚାଲିଛି ଟ୍ୱିଟ୍ ଯୁଦ୍ଧ।

ଆଜି ନୀତୀଶ କାହାରି ନାଁ ନ ନେଇ ଲାଲୁଙ୍କୁ ଇଙ୍ଗିତ କରି ଟ୍ୱିଟ୍‌ ଜରିଆରେ କଟାକ୍ଷ କରିଛନ୍ତି। ସେ ଟ୍ୱିଟ୍‌ରେ ଲେଖିଛନ୍ତି- “ ବନ୍ଧୁ ଓ ପିଲାମାନଙ୍କୁ ଭୁଲ୍ ବାଟରେ ବ୍ୟବହାର କରିବା ବା  ସେମାନଙ୍କ ଦ୍ୱାରା ଗାଳିଗୁଲଜ କରାଇବା ଏକ ଭୁଲ ରାଜନୈତିକ ପରମ୍ପରା ସୃଷ୍ଟି କରୁଛି। ”

ନୀତୀଶ କହିବାକୁ ଚାହୁଁଛନ୍ତି ଲାଲୁ ନିଜେ ଯେଉଁ ରାଜନୈତିକ ପରମ୍ପରା ସୃଷ୍ଟି କରୁଛନ୍ତି ଏଥିରେ ପିଲାମାନଙ୍କୁ ସାମିଲ କରିବା ସମୀଚିତ ନୁହେଁ। କିନ୍ତୁ ବିଗତ ଦିନରେ ରାଜନୀତି ଯେଉଁ ସ୍ତରକୁ ଯାଇଛି ସେଥିରେ କୌଣସି ନୀତି ନୈତିକତା ଆଶା କରିବା ଏକ ହାସ୍ୟାସ୍ପଦ କଥା, ତାହା ବୋଧ ହୁଏ ନୀତୀଶ ଅନୁଭବ କରି ପାରି ନାହାଁନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos