ବଢ଼ିବ ଝିଅଙ୍କ ବିବାହ ବୟସ! ସପକ୍ଷରେ ମତ ଦେଲେ ମୁଖ୍ୟମନ୍ତ୍ରୀ

ଭୋପାଲ: ବଢ଼ିପାରେ ଝିଅଙ୍କ ବିବାହ ବୟସ। ଏଣିକି ଝିଅମାନଙ୍କର ବିବାହର ସର୍ବନିମ୍ନ ବୟସ ସୀମା ୧୮ ନୁହେଁ  ବରଂ ୨୧ ରହିପାରେ।  ଝିଅଙ୍କ ବିବାହର ସର୍ବନିମ୍ନ ବୟସ ସୀମା ୧୮ ବର୍ଷ ରଖାଯିବା ପଛର କାରଣ କ’ଣ ବୋଲି ଆଜି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ପଚାରିଛନ୍ତି। ସେ କହିଛନ୍ତି, ଯଦି ପୁଅମାନଙ୍କ ବିବାହର ସର୍ବନିମ୍ନ ବୟସ ୨୧ ବର୍ଷ ରହି ପାରୁଛି, ତା’ହେଲେ ଝିଅଙ୍କ ବିବାହ ବୟସ କାହିଁକି ୧୮ ରଖାଯାଉଛି? ଏହା ପଛର […]

g

g

Hemant Lenka
  • Published: Tuesday, 12 January 2021
  • Updated: 12 January 2021, 06:37 PM IST

Sports

Latest News

ଭୋପାଲ: ବଢ଼ିପାରେ ଝିଅଙ୍କ ବିବାହ ବୟସ। ଏଣିକି ଝିଅମାନଙ୍କର ବିବାହର ସର୍ବନିମ୍ନ ବୟସ ସୀମା ୧୮ ନୁହେଁ  ବରଂ ୨୧ ରହିପାରେ।  ଝିଅଙ୍କ ବିବାହର ସର୍ବନିମ୍ନ ବୟସ ସୀମା ୧୮ ବର୍ଷ ରଖାଯିବା ପଛର କାରଣ କ’ଣ ବୋଲି ଆଜି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ପଚାରିଛନ୍ତି।

ସେ କହିଛନ୍ତି, ଯଦି ପୁଅମାନଙ୍କ ବିବାହର ସର୍ବନିମ୍ନ ବୟସ ୨୧ ବର୍ଷ ରହି ପାରୁଛି, ତା’ହେଲେ ଝିଅଙ୍କ ବିବାହ ବୟସ କାହିଁକି ୧୮ ରଖାଯାଉଛି? ଏହା ପଛର କାରଣ କ’ଣ? ଏଥିରେ ପରିବର୍ତ୍ତନ ହେବା ଜରୁରୀ। ଏହାକୁ ମୁଁ ଲୋକଙ୍କ ପ୍ରସଙ୍ଗ କରିବାକୁ ଚାହୁଁଛି ଓ ଲୋକମାନେ ଏହାକୁ ନେଇ ଆଲୋଚନା ମଧ୍ୟ କରନ୍ତୁ ବୋଲି ସେ କହିଛନ୍ତି।

ରାଜ୍ୟରେ ମହିଳାଙ୍କ ସମ୍ମାନ ଓ ସୁରକ୍ଷା ପାଇଁ ଆଜି ମୁଖ୍ୟମନ୍ତ୍ରୀ ଚୌହାନ ‘ସମାନ’ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅବସରେ ସେ ଝିଅଙ୍କ ବିବାହ ବୟସ ମଧ୍ୟ ବୃଦ୍ଧି କରିବା ସପକ୍ଷରେ ମତ ଦେଇଛନ୍ତି। ଏଥିସହ ରାଜ୍ୟ ସରକାର ସର୍ବଦା ମହିଳାଙ୍କ ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ଓ ତାଙ୍କ କାର୍ଯ୍ୟକାଳର ୮ ମାସ ମଧ୍ୟରେ ରାଜ୍ୟରେ ମହିଳା ବିରୋଧୀ ଅପରାଧ ହ୍ରାସ ପାଇଛି ବୋଲି ସେ ଦାବି କରିଛନ୍ତି।

ଶବିରାଜ ସିଂହ ଚୌହାନ ଆହୁରି କହିଛନ୍ତି ଯେ ତାଙ୍କ ଶାସନ କାଳ ମଧ୍ୟରେ ନିଖୋଜ ଥିବା ୭୧୦୦ ଝିଅଙ୍କୁ ଉଦ୍ଧାର କରାଯାଇ ସେମାନଙ୍କ ପରିବାର ଲୋକଙ୍କ ପାଖକୁ ଅଣାଯାଇଛି। ସେହିପରି ଅନ୍ୟମାନଙ୍କୁ ଖୋଜିବା ପାଇଁ ପ୍ରୟାସ ମଧ୍ୟ କରାଯାଉଛି। ରାଜ୍ୟରୁ ନିଖୋଜ ହୋଇଥିବା ଝିଅମାନଙ୍କ ପରିବାର ଲୋକଙ୍କୁ ସରକାର ରିପୋର୍ଟ କାର୍ଡ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ତଦନ୍ତର ପୂରା ବିସ୍ତୃତ ତଥ୍ୟ ଏହି ରିପୋର୍ଟ କାର୍ଡରେ ରହିବ। ସ୍ଥାନୀୟ ଏସଏଚ୍‌ଓ ପ୍ରତି ୧୫ ଦିନରେ ୱାର୍ଡଗୁଡ଼ିକର ଅପଡେଟ କରିବେ। ସେହିପରି ସ୍ଥାନୀୟ ଡିଏସପି ତଦନ୍ତର ତଦାରଖ କରିବେ ଓ ପ୍ରତି ମାସରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ତା’ର ରିପୋର୍ଟ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos