କିଛି ଦିନ ପରେ ବାପା ହୋଇଥାଆନ୍ତେ, କିନ୍ତୁ ବିମାନ ଦୁର୍ଘଟଣା ନେଇଗଲା ଜୀବନ

ନୂଆଦିଲ୍ଲୀ: କେରଳ କୋଝିକୋଡ ବିମାନ ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ଏୟାର ଇଣ୍ଡିଆର ବିମାନଟି ଦୁବାଇରୁ ୧୯୦ ଜଣ ଲୋକଙ୍କୁ ଧରି କେରଳ ଆସୁଥିବା ବେଳେ କୋଝିକୋଡ ବିମାନବନ୍ଦରରେ ଗତକାଲି କ୍ରାଶ ଲ୍ୟାଣ୍ଡିଂ କରିଥିଲା।

ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା କୋ ପାଇଲଟ ହେଉଛନ୍ତି ଅଖିଲେଶ କୁମାର। ଅଖିଲେଶ କୁମାର ଆଉ କିଛି ଦିନ ପରେ ବାପା ହେବାକୁ ଯାଉଥିଲେ। କାରଣ ତାଙ୍କ ପତ୍ନୀ ଆଉ ୧୦ରୁ ୧୫ ଦିନ ମଧ୍ୟରେ ଗୋଟିଏ ସନ୍ତାନଙ୍କୁ ଜନ୍ମ ଦେବାର ଥିଲା। ହେଲେ ବାପା ଡାକ ଶୁଣିବା ପୂର୍ବରୁ ଅଖିଲେଶ ବିମାନ ଦୁର୍ଘଟଣାରେ ସବୁଦିନ ପାଇଁ ଆଖି ବୁଜି ଦେଇଛନ୍ତି।

ଅଖିଲେଶ ପତ୍ନୀ ଗର୍ଭବତୀ ଥିବା ତାଙ୍କ ସମ୍ପର୍କୀୟ ଭାଇ ବାସୁଦେବ ବେଶ ବାଷ୍ପରୁଦ୍ଧ କଣ୍ଠରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବାସୁଦେବ କହିଛନ୍ତି, ଅଖିଲେଶ କରୋନା ଲକଡାଉନ ପୂର୍ବରୁ ଶେଷଥର ପାଇଁ ଘରକୁ ଆସିଥିଲେ। ସେ ଜଣେ ଭଲ ମଣିଷ ଓ ପାଇଲଟ ଭାବେ ବେଶ ପ୍ରଶଂସା ସାଉଁଟି ଥିଲେ।

ଆସନ୍ତା ୧୦ରୁ ୧୫ ଦିନ ମଧ୍ୟରେ ତାଙ୍କ ପତ୍ନୀ ଗୋଟିଏ ସନ୍ତାନକୁ ଜନ୍ମ ଦେବାର ଥିଲା। ସେ ୨୦୧୭ରେ ଏୟାର ଇଣ୍ଡିଆରେ ଯୋଗଦେଇଥିଲେ। ୨୦୧୮ ଡିସେମ୍ବର ମାସରେ ତାଙ୍କର ବାହାଘର ହୋଇଥିଲା। ହେଲେ ଏବେ ସବୁ କିଛି ଶେଷ ହୋଇଯାଇଛି।

ଅଖିଲେଶଙ୍କ ବାପା ତୁଲସୀ ରାମ କହିଛନ୍ତି, ଆମକୁ ଫୋନ ଯୋଗେ ବିମାନ ଦୁର୍ଘଟଣାର ସୂଚନା ଦିଆଯାଇଥିଲା। ପ୍ରଥମେ ଅଖିଲେଶର ଅବସ୍ଥା ଗୁରୁତର ଥିବା ଆମକୁ କୁହାଯାଇଥିଲା। ଏହାପରେ ମୃତ୍ୟୁ ସମ୍ପର୍କରେ ଆମକୁ ସୂଚନା ଦିଆଗଲା। ଏବେ ଅଖିଲେଶର ସାନ ଭାଇ ଓ ଭିଣୋଇ କେରଳ ଯାଇଥିବା ସେ କହିଛନ୍ତି।

ଆହୁରି ପଢ଼ନ୍ତୁ

ଜାତିସଂଘରେ ମିଛ କହିଲେ ଚୀନ୍ ରାଷ୍ଟ୍ରପତି ଜିନ୍ ପିଙ୍ଗ୍!

ଶାନ୍ତି ପାଇଁ ଧାରା ୩୭୦ ଲାଗୁ କରାଯାଉ: ଫାରୁକ୍

ଡ୍ରଗ୍ସ ଅଭିଯୋଗ ନେଇ ମୁହଁ ଖୋଲିଲେ ଦିଆ ମୀର୍ଜା

କୋଭିଡ୍ ଟେଷ୍ଟ ଟାର୍ଗେଟ ପୂରଣ କରିବାକୁ ୧୫ ଥର ନମୁନା ଦେଲେ ଡାକ୍ତର

ଡ୍ରଗ୍ସ ଲିଙ୍କରେ ଦିଆ ମୀର୍ଜା, ବଲିଉଡକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି କହିଥିଲେ

ଆକ୍ସନ ମୁଡରେ ଏନସିବି, ଆଠ ଗିରଫ୍

ଶରଦ ପାଓ୍ୱାରଙ୍କୁ ଆୟକର ବିଭାଗର ନୋଟିସ୍

ବିରୋଧୀଙ୍କ ଭୂମିକାକୁ ଶେଷ କରିବାକୁ ଚାହୁଁଛନ୍ତି ସରକାର: ପାଓ୍ୱାର

ପଦାରେ ପଡ଼ିଲା ସନ ରାଇଜର୍ସର ମିଡିଲ ଅର୍ଡର ଦୁର୍ବଳତା

ଧାରଣା ଶେଷ କଲେ ଆନ୍ଦୋଳନରତ ଆଠ ନିଲମ୍ବିତ ରାଜ୍ୟସଭା ସାଂସଦ

ସାତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ

ଡ୍ରଗ୍ସ ଲିଙ୍କ୍, ଦୀପିକାଙ୍କ ସହଯୋଗୀଙ୍କୁ ସମନ କଲା ଏନସିବି