ଠାରରେ ଚାଲେ ଡି’ କମ୍ପାନୀ: ଜାଣନ୍ତୁ କାହା ପାଇଁ ବ୍ୟବହାର କରାଯାଏ କେଉଁ ଶବ୍ଦ

ନୂଆଦିଲ୍ଲୀ: ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମ ପାକିସ୍ତାନର କରାଚୀରେ ରହୁଛି ଏହା ସମସ୍ତେ ଜାଣିଛନ୍ତି। ଦାଇଦ୍‌ର ଭାଇ ଇକବାଲ କାସ୍କର ଗିରଫ ହେବା ପରେ ଏହା ଉପରେ ମୋହର ବାଜିଯାଇଛି। କରାଚୀରେ ରହି ଦାଉଦ୍‌ ତା’ର କଳା ସାମ୍ରାଜ୍ୟ ଚଲାଇଛି। ଏଥିରେ ବ୍ୟବହାର ହେଉଛି କିଛି କୋଡ୍‌ ୱାର୍ଡ। ଯାହା ଶୁଣିଲେ ଜଣେ ସହଜରେ ଜାଣିପାରିବେ ନାହିଁ କୌଣସି ଅପରାଧକୁ ସଫଳ କରିବାକୁ ଏମାନେ କଥା ହେଉଛନ୍ତି। ଇକବାଲକୁ ପଚରାଉଚରା ବେଳେ ଡି’ କମ୍ପାନୀ ବ୍ୟବହାର କରୁଥିବା […]

daud

daud

Rakesh Mallick
  • Published: Friday, 29 September 2017
  • Updated: 29 September 2017, 12:40 PM IST

Sports

Latest News

ନୂଆଦିଲ୍ଲୀ: ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦ ଇବ୍ରାହିମ ପାକିସ୍ତାନର କରାଚୀରେ ରହୁଛି ଏହା ସମସ୍ତେ ଜାଣିଛନ୍ତି। ଦାଇଦ୍‌ର ଭାଇ ଇକବାଲ କାସ୍କର ଗିରଫ ହେବା ପରେ ଏହା ଉପରେ ମୋହର ବାଜିଯାଇଛି। କରାଚୀରେ ରହି ଦାଉଦ୍‌ ତା’ର କଳା ସାମ୍ରାଜ୍ୟ ଚଲାଇଛି। ଏଥିରେ ବ୍ୟବହାର ହେଉଛି କିଛି କୋଡ୍‌ ୱାର୍ଡ। ଯାହା ଶୁଣିଲେ ଜଣେ ସହଜରେ ଜାଣିପାରିବେ ନାହିଁ କୌଣସି ଅପରାଧକୁ ସଫଳ କରିବାକୁ ଏମାନେ କଥା ହେଉଛନ୍ତି। ଇକବାଲକୁ ପଚରାଉଚରା ବେଳେ ଡି’ କମ୍ପାନୀ ବ୍ୟବହାର କରୁଥିବା ଏପରି କିଛି କୋଡ୍‌ ୱାର୍ଡ ସମ୍ପର୍କରେ ଜଣାପଡିଛି। ଯେଉଁଠି ମାରଣାସ୍ତ୍ର ବଦଳରେ ଚପଲ ଶବ୍ଦ ବ୍ୟବହାର କରାଯାଇଥାଏ।

ଅଣ୍ଡରୱାର୍ଲ୍ଡରେ ବ୍ୟବହାର ହେଥିବା କିଛି କୋଡ୍‌

ଦାଉଦ ଇବ୍ରାହିମ୍‌: ବଡେ

ଛୋଟା ସକିଲ: ସିଏସ୍‌

ଇକବାଲ କାସ୍କର: ସେଠ୍‌

ସୂଚନା: ପରଫ୍ୟୁମ୍‌

ଶିକାର: ପେସେଣ୍ଟ

ଧମକ ଦେବା: ଧକ୍କା ଦେ କେ ଆଗେ ବଢ଼ା ଦୋ

ଟଙ୍କା: ଡାୟରୀ

ପାସପୋର୍ଟ: ପୁଠା

ସୁଟର: କାରିଗର

ପୋଲିସ: ଗନ୍ଦେ ଲୋକ୍‌

ଚପଲ: ହତିଆର

ଆଦାୟ ଟଙ୍କା: ଖୋଖା, କରୋଡ କିମ୍ବା ଡିବା

ଏପରି କୋଡ୍‌ ୱାର୍ଡ ବ୍ୟବହାର କରି ଡି’ କମ୍ପାନୀର ସଦସ୍ୟମାନେ ନିଜ ଭିତରେ କଥା ହେଉଛନ୍ତି। ପୋଲିସ୍‌ ଏବେ ଏପରି କୋଡ୍‌ ବ୍ୟବହାର କରୁଥିବା ଲୋକଙ୍କ ସନ୍ଧାନ ଆରମ୍ଭ କରିଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos