ଗଲୱାନ ସହିଦ କର୍ଣ୍ଣେଲ ସନ୍ତୋଷ ବାବୁଙ୍କୁ ମିଳିବ ମହାବୀର ଚକ୍ର!

ନୂଆଦିଲ୍ଲୀ: ଚାଇନା ଯବାନଙ୍କ ସହ ଜୁନ୍‌ ୧୫ରେ ସଂଘର୍ଷ କରି ଦେଶ ପାଇଁ ବଳିଦାନ ଦେଇଥିବା କର୍ଣ୍ଣେଲ ସନ୍ତୋୱ ବାବୁଙ୍କୁ ଭାରତ ସରକାର ମରଣୋତ୍ତର ମହାବାରୀ ଚକ୍ରରେ ସମ୍ମାନିତ କରିବେ ବୋଲି ଜଣାପଡ଼ିଛି। ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଅର୍ଥାତ ଆସନ୍ତାକାଲି ତାଙ୍କୁ ଦେଶର ଦ୍ୱିତୀୟ ୱାରଟାଇମ ବୀରତ୍ୱ ପଦକରେ ସମ୍ମାନିତ କରାଯିବ। ସରକାରୀ ସୂତ୍ରରୁ ଏପରି ତଥ୍ୟ ମିଳିଛି। ଜୁନ୍‌ ୧୫ରେ ଭାରତ ଓ ଚାଇନାର ଯବାନଙ୍କ ମଧ୍ୟରେ ଗଲୱାନ ଉପତ୍ୟକାରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। […]

d

d

Hemant Lenka
  • Published: Monday, 25 January 2021
  • Updated: 25 January 2021, 04:26 PM IST

Sports

Latest News

ନୂଆଦିଲ୍ଲୀ: ଚାଇନା ଯବାନଙ୍କ ସହ ଜୁନ୍‌ ୧୫ରେ ସଂଘର୍ଷ କରି ଦେଶ ପାଇଁ ବଳିଦାନ ଦେଇଥିବା କର୍ଣ୍ଣେଲ ସନ୍ତୋୱ ବାବୁଙ୍କୁ ଭାରତ ସରକାର ମରଣୋତ୍ତର ମହାବାରୀ ଚକ୍ରରେ ସମ୍ମାନିତ କରିବେ ବୋଲି ଜଣାପଡ଼ିଛି। ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସ ଅର୍ଥାତ ଆସନ୍ତାକାଲି ତାଙ୍କୁ ଦେଶର ଦ୍ୱିତୀୟ ୱାରଟାଇମ ବୀରତ୍ୱ ପଦକରେ ସମ୍ମାନିତ କରାଯିବ। ସରକାରୀ ସୂତ୍ରରୁ ଏପରି ତଥ୍ୟ ମିଳିଛି।

ଜୁନ୍‌ ୧୫ରେ ଭାରତ ଓ ଚାଇନାର ଯବାନଙ୍କ ମଧ୍ୟରେ ଗଲୱାନ ଉପତ୍ୟକାରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏଥିରେ ବିହାର ରେଜିମେଣ୍ଟର ୧୯ ଯବାନ ଓ କର୍ଣ୍ଣେଲ ସନ୍ତୋଷ ବାବୁ ସହିଦ ହୋଇଥିଲେ। ସେ ୧୬ ବିହାର ରେଜିମେଣ୍ଟର କମାଣ୍ଡିଂ ଅଫିସର ଥିଲେ। ଏଥିପାଇଁ ତାଙ୍କୁ ମହାବୀର ଚକ୍ରରେ ସମ୍ମାନିତ କରିବା ପାଇଁ ସେନା ପକ୍ଷରୁ ସୁପାରିସ କରାଯାଇଥିଲା। ଦେଶର ସର୍ବୋଚ୍ଚ ୱାରଟାଇମ ବୀରତ୍ୱ ପଦକ ହେଉଛି ପରମବୀର ଚକ୍ର, ଏହାପରେ ମହାବାରୀ ଚକ୍ର ଓ ତୃତୀୟରେ ବୀର ଚକ୍ର ପଦକ।

ସେହିପରି ଶାନ୍ତି ସମୟର ସର୍ବୋଚ୍ଚ ବୀରତ୍ୱ ପଦକ ହେଉଛି ଅଶୋକ ଚକ୍ର, ଏହାପରେ କୀର୍ତ୍ତି ଚକ୍ର ଓ ଶେଷରେ ସୌର୍ଯ୍ୟ ଚକ୍ର ପଦକ ମିଳିଥାଏ।

ଜୁନ୍‌ ୧୫ରେ ଚାଇନାର ଶତାଧିକ ଯବାନ ଲଦାଖର ପ୍ୟାଟ୍ରୋଲିଂ ପଏଣ୍ଟ ୧୪ରେ ଅନୁପ୍ରବେଶ କରିଥିଲେ। ଏହାକୁ ରୋକିବା କର୍ଣ୍ଣେଲ ସନ୍ତୋଷ ବାବୁଙ୍କ ନେତୃତ୍ୱରେ ଭାରତୀୟ ଯବାନମାନେ ସେଠାରେ ପହଞ୍ଚଥିଲେ। ସେଠାରେ ଭାରତ ଓ ଚାଇନାର ଯବାନଙ୍କ ମଧ୍ୟରେ ପ୍ରବଳ ସଂଘର୍ଷ ହୋଇଥିଲା।

ଏହି ରକ୍ତାକ୍ତ ହାତାହତିରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ଭାରତର ଆକ୍ରମଣରେ ୪୦ରୁ ଅଧିକ ପିଏଲ ସଦସ୍ୟ ନିହତ ହୋଇଥିଲେ। କିନ୍ତୁ ଚାଇନା ଏଯାଏ କେତେ ସୈନ୍ୟ ମରିଛନ୍ତି, ତା’ର ତଥ୍ୟ ସାର୍ବଜନୀନ କରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos