ଯୁବକଙ୍କ ଆକ୍ରମଣରେ ପୋଡ଼ି ଯାଇଥିବା ଶିକ୍ଷୟିତ୍ରୀ ମୃତ

ମୁମ୍ବାଇ: ମହାରାଷ୍ଟ୍ରର ୱାର୍ଦ୍ଧାରେ ଏକ ତରଫା ପ୍ରେମିକର ଜଘନ୍ୟକାଣ୍ଡରେ ଗୁରୁତର ପୋଡ଼ି ହୋଇଯାଇଥିବା ଶିକ୍ଷୟିତ୍ରୀ ଶେଷରେ ଆଖି ବୁଜି ଛନ୍ତି। ତାଙ୍କୁ ୨ ବର୍ଷ ହେଲା ପିଛା କରୁଥିବା ଯୁବକ ଜଣଙ୍କ ହିଁ ଗତ ସପ୍ତାହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା। ତାଙ୍କ ଶରୀରର ୪୦% ଅଂଶ ପୋଡ଼ି ଯାଇଥିଲା। ଶେଷରେ ସେ ଆଜି ପ୍ରାଣ ହରାଇଛନ୍ତି। ଗତ ସୋମବାର ୨୫ ବର୍ଷୀୟ ଯୁବତୀ ଜଣଙ୍କ ସେ ପାଠପଢ଼ାଉ ଥିବା କଲେଜକୁ ଯାଉଥିଲେ। ଏହି ସମୟରେ […]

ef

ef

Hemant Lenka
  • Published: Monday, 10 February 2020
  • Updated: 10 February 2020, 04:32 PM IST

Sports

Latest News

ମୁମ୍ବାଇ: ମହାରାଷ୍ଟ୍ରର ୱାର୍ଦ୍ଧାରେ ଏକ ତରଫା ପ୍ରେମିକର ଜଘନ୍ୟକାଣ୍ଡରେ ଗୁରୁତର ପୋଡ଼ି ହୋଇଯାଇଥିବା ଶିକ୍ଷୟିତ୍ରୀ ଶେଷରେ ଆଖି ବୁଜି ଛନ୍ତି। ତାଙ୍କୁ ୨ ବର୍ଷ ହେଲା ପିଛା କରୁଥିବା ଯୁବକ ଜଣଙ୍କ ହିଁ ଗତ ସପ୍ତାହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା। ତାଙ୍କ ଶରୀରର ୪୦% ଅଂଶ ପୋଡ଼ି ଯାଇଥିଲା।

ଶେଷରେ ସେ ଆଜି ପ୍ରାଣ ହରାଇଛନ୍ତି। ଗତ ସୋମବାର ୨୫ ବର୍ଷୀୟ ଯୁବତୀ ଜଣଙ୍କ ସେ ପାଠପଢ଼ାଉ ଥିବା କଲେଜକୁ ଯାଉଥିଲେ। ଏହି ସମୟରେ ଅଭିଯୁକ୍ତ ଭିକି ତାଙ୍କୁ ଅଟକାଇବା ସହ ସର୍ବସମ୍ମୁଖରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିଲା। ପ୍ରଥମେ ସରକାରୀ ଓ ପରେ ଶିକ୍ଷୟିତ୍ରୀ ଜଣଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଆଜି ସକାଳ ୬.୫୫ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପୁଲିସକୁ ହସ୍ତାନ୍ତର କରାଯାଇଛି। ଘଟଣା ପରେ ହିଁ ସଙ୍ଗେସଙ୍ଗେ ପୁଲିସ ଅଭିଯୁକ୍ତ ଭିକିକୁ ଗିରଫ କରିଥିଲା। ସେ ମଧ୍ୟ ତା’ର ଦୋଷ ସ୍ୱୀକାର କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos