ଅଦାଲତ ଅବମାନନାର ସମ୍ମୁଖୀନ ହେବେ କମେଡିଆନ କୁନାଲ କାମରା

ନୂଆଦିଲ୍ଲୀ: ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସୁପ୍ରିମକୋର୍ଟ ଜାମିନ ଦେବା ପରେ ଷ୍ଟାଣ୍ଡଅପ କମେଡିଆନ କୁନାଲ କମରା କରିଥିବା କିଛି ଟ୍ୱିଟ ତାଙ୍କୁ ମହାଙ୍ଗା ପଡ଼ିଛି। ସେ ସୁପ୍ରିମକୋର୍ଟଙ୍କୁ ଆକ୍ଷେପ କରି ଟ୍ୱିଟ କରିଥିବାରୁ ତାଙ୍କ ବିରୋଧରେ ଅଦାଲତ ଅବମାନନା ପ୍ରକ୍ରିୟା ଆରମ୍ଭ କରାଯାଇଛି। ଅଦାଲତ ଅବମାନନା ମାମଲା ଆରମ୍ଭ କରିବାକୁ ଜଣେ ଆଇନ ବିଭାଗ ଛାତ୍ର ଓ ଦୁଇ ଜଣ ଓକିଲ ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଲଙ୍କ ଦ୍ୱାରସ୍ଥ ହୋଇଥିଲେ। ଭେନୁଗୋପାଲ ପ୍ରକ୍ରିୟା […]

ff

ff

Hemant Lenka
  • Published: Thursday, 12 November 2020
  • Updated: 12 November 2020, 06:27 PM IST

Sports

Latest News

ନୂଆଦିଲ୍ଲୀ: ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସୁପ୍ରିମକୋର୍ଟ ଜାମିନ ଦେବା ପରେ ଷ୍ଟାଣ୍ଡଅପ କମେଡିଆନ କୁନାଲ କମରା କରିଥିବା କିଛି ଟ୍ୱିଟ ତାଙ୍କୁ ମହାଙ୍ଗା ପଡ଼ିଛି। ସେ ସୁପ୍ରିମକୋର୍ଟଙ୍କୁ ଆକ୍ଷେପ କରି ଟ୍ୱିଟ କରିଥିବାରୁ ତାଙ୍କ ବିରୋଧରେ ଅଦାଲତ ଅବମାନନା ପ୍ରକ୍ରିୟା ଆରମ୍ଭ କରାଯାଇଛି।

ଅଦାଲତ ଅବମାନନା ମାମଲା ଆରମ୍ଭ କରିବାକୁ ଜଣେ ଆଇନ ବିଭାଗ ଛାତ୍ର ଓ ଦୁଇ ଜଣ ଓକିଲ ଆଟର୍ଣ୍ଣି ଜେନେରାଲ କେକେ ଭେନୁଗୋପାଲଙ୍କ ଦ୍ୱାରସ୍ଥ ହୋଇଥିଲେ। ଭେନୁଗୋପାଲ ପ୍ରକ୍ରିୟା ଆଗକୁ ନେବା ପାଇଁ ସହମତ ହୋଇଛନ୍ତି। ଭେନୁଗୋପାଲ କହିଛନ୍ତି, “ଏଭଳି ଏକ ସମୟରେ ସୁପ୍ରିମକୋର୍ଟଙ୍କୁ ଟାର୍ଗେଟ କରୁଥିବା ଲୋକଙ୍କୁ ଉଚିତ ଶିକ୍ଷା ଦିଆଯିବା ଦରକାର। ଏହା ଆଦୌ ଗ୍ରହଣୀୟ ନୁହେଁ ଓ ସୁପ୍ରିମକୋର୍ଟଙ୍କୁ ଟାର୍ଗେଟ କରୁଥିବା ଲୋକଙ୍କୁ ଦଣ୍ଡ ମିଳିବା ଦରକାର।

କମେଡିଆନ ଜଣଙ୍କ କରିଥିବା ଟ୍ୱିଟ କେବଳ ଖରାପ ନୁହେଁ ବରଂ ଏହା ଅଦାଲତର ସବୁ ସୀମାକୁ ଟପି ଯାଇଛି। ସୁପ୍ରିମକୋର୍ଟ ଓ ଏହାର ବିଚାରପତିଙ୍କ ଗାରିମାକୁ ଏହା କ୍ଷୁଣ୍ଣ କରିଛି। ସୁପ୍ରିମକୋର୍ଟ ଓ ଏହାର ବିଚାରପତିଙ୍କୁ କିଛି ଲୋକ ଟାର୍ଗେଟ କରି ନିଜର ବାକ୍ ସ୍ୱାଧୀନତା କଥା କହୁଛନ୍ତି।”

ଗତକାଲି ଅର୍ଣ୍ଣବଙ୍କୁ ଗୋସ୍ୱାମୀଙ୍କୁ ସୁପ୍ରିମକୋର୍ଟ ଜାମିନ ଦେବାଠାରୁ କୁନାଲ ଅନେକ ପ୍ରକାରର କଥା କହି ଟାର୍ଗେଟ କରି ଆସୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos