ରାହୁଲ ଗାନ୍ଧିଙ୍କ ନାଁରେ ଏଫ୍‌ଆଇଆର

ପୁଣେ: ବୀର ସଭରକରଙ୍କୁ କାପୁରୁଷ ବୋଲି କହିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି। ରାହୁଲଙ୍କ ଏଭଳି ବୟାନ ପାଇଁ ତାଙ୍କ ନାଁରେ ଆଜି ପୁଣେରେ ଏଫ୍‌ଆଇଆର ରୁଜୁ କରାଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ଏକ ଜନସମାବେଶରେ ଉଦ୍‌ବୋଧନ ଦେବା ବେଳେ ରାହୁଲ ଏଭଳି ବୟାନ ଦେଇଥିଲେ। ସେ ସଭରକରଙ୍କୁ କେବଳ କାପୁରଷ ବୋଲି କହି ନଥିଲେ ବରଂ ତାଙ୍କ ବିରୋଧରେ ଅନେକ ଆପତ୍ତି ଜନକ ମନ୍ତବ୍ୟ ଦେଇଥିଲେ। ସଭରକରଙ୍କୁ ଅପମାନିତ କରିବା ଭଳି ମନ୍ତବ୍ୟ […]

rs

rs

Hemant Lenka
  • Published: Saturday, 09 February 2019
  • Updated: 09 February 2019, 12:17 PM IST

Sports

Latest News

ପୁଣେ: ବୀର ସଭରକରଙ୍କୁ କାପୁରୁଷ ବୋଲି କହିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି। ରାହୁଲଙ୍କ ଏଭଳି ବୟାନ ପାଇଁ ତାଙ୍କ ନାଁରେ ଆଜି ପୁଣେରେ ଏଫ୍‌ଆଇଆର ରୁଜୁ କରାଯାଇଛି। ନୂଆଦିଲ୍ଲୀରେ ଆୟୋଜିତ ଏକ ଜନସମାବେଶରେ ଉଦ୍‌ବୋଧନ ଦେବା ବେଳେ ରାହୁଲ ଏଭଳି ବୟାନ ଦେଇଥିଲେ। ସେ ସଭରକରଙ୍କୁ କେବଳ କାପୁରଷ ବୋଲି କହି ନଥିଲେ ବରଂ ତାଙ୍କ ବିରୋଧରେ ଅନେକ ଆପତ୍ତି ଜନକ ମନ୍ତବ୍ୟ ଦେଇଥିଲେ।

ସଭରକରଙ୍କୁ ଅପମାନିତ କରିବା ଭଳି ମନ୍ତବ୍ୟ ଦେଇଥିବାରୁ ଏହା କିଛି ଲୋକଙ୍କ ବ୍ୟକ୍ତିଗତ ଭାବନାକୁ ଆଘାତ ଦେଇଛି। ତେଣୁ ତାଙ୍କ ବିରୋଧରେ ପୁଣେରେ ଜଣେ ବ୍ୟକ୍ତି ଏଫ୍‌ଆଇଆର ରୁଜୁ କରିଛନ୍ତି।

ରାହୁଲ ଗାନ୍ଧି ପ୍ରଥମଥର ଯେ ସଭରକରଙ୍କ ବିରୋଧରେ ଏଭଳି ମନ୍ତବ୍ୟ ଦେଇଛନ୍ତି,ତାହା ନୁହେଁ ଗତବର୍ଷ ନଭେମ୍ବର ମାସରେ ମଧ୍ୟ ସେ ସଭରକରଙ୍କୁ ଅପମାନିତ କରିବା ଭଳି ଶବ୍ଦ ପ୍ରୟୋଗ କରିଥିଲେ।

ରାହୁଲ ଆପତ୍ତିଜନକ ଶବ୍ଦ ପ୍ରୟୋଗ କରିଥିବାରୁ ଏହା ସଭରକରଙ୍କ ପରିବାର ସଦସ୍ୟଙ୍କୁ ବେଶ ଆଘାତ ଦେଇଥିଲା। ସଭରକରଙ୍କ ଭଳି ଜଣେ ସ୍ୱାଧୀନତା ସଂଗ୍ରାମୀ ଓ ହିନ୍ଦୁତ୍ୱବାଦ ଆଇକନ୍‌ଙ୍କ ନାଁରେ ରାହୁଲ ମିଥ୍ୟା ତଥ୍ୟ ଦେଇଥିବାରୁ ତାଙ୍କ ନାଁରେ ମୁମ୍ବାଇର ଶିବାଜୀ ପାର୍କ ପୁଲିସ୍‌ ଷ୍ଟେସନ୍‌ରେ ମାମଲା ରୁଜୁ ହୋଇଥିଲା। ସଭରକରଙ୍କ ସମ୍ପର୍କୀୟ ରଣଜୀତ ସଭରକର ଏନେଇ ପୁଲିସ୍‌ରେ ଅଭିଯୋଗ ଦାଖଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos