ଆତଙ୍କବାଦୀଙ୍କ ମୁହଁରେ ଭାରତୀୟ ଯବାନଙ୍କ ମାନବିକତାର କାହାଣୀ: କହିଲେ- ଚାହିଁଥିଲେ ମାରିଦେଇଥାନ୍ତେ

ନୂଆଦିଲ୍ଲୀ: ଭରତୀୟ ଯବାନଙ୍କ ବୀରତ୍ୱ କଥା ସମସ୍ତେ ଜାଣିଛନ୍ତି। ଏବେ ଆମ ଯବାନଙ୍କ ମହାନୀୟତା ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଛି। ଏକ ଅପରେସନ ବେଳେ ଜଣେ ଆତଙ୍କବାଦୀକୁ ଜୀବିତ ଅବସ୍ଥାରେ ଯବାନ ଧରିବା ପରେ ସେ ଯାହା କହିଛନ୍ତି, ଶୁଣିଲେ ଆପଣଙ୍କ ବି କହିବେ ସାବାସ୍‌ ଆର୍ମୀ। ଆତଙ୍କବାଦୀ ଜଣଙ୍କ କହିଛନ୍ତି- ଆର୍ମୀ ଚାହିଁଥିଲେ ମୋତେ ହତ୍ୟା କରିପାରିଥାନ୍ତି, ହେଲେ ନ ମାରି ସେମାନେ ମୋ ଜୀବନ ବଞ୍ଚାଇଛନ୍ତି। ଗତ ୩୦ ତାରିଖରେ ବରମୁଲ୍ଲାରେ ୩ […]

LeT

LeT

Rakesh Mallick
  • Published: Thursday, 10 May 2018
  • Updated: 10 May 2018, 05:14 PM IST

ନୂଆଦିଲ୍ଲୀ: ଭରତୀୟ ଯବାନଙ୍କ ବୀରତ୍ୱ କଥା ସମସ୍ତେ ଜାଣିଛନ୍ତି। ଏବେ ଆମ ଯବାନଙ୍କ ମହାନୀୟତା ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଛି। ଏକ ଅପରେସନ ବେଳେ ଜଣେ ଆତଙ୍କବାଦୀକୁ ଜୀବିତ ଅବସ୍ଥାରେ ଯବାନ ଧରିବା ପରେ ସେ ଯାହା କହିଛନ୍ତି, ଶୁଣିଲେ ଆପଣଙ୍କ ବି କହିବେ ସାବାସ୍‌ ଆର୍ମୀ। ଆତଙ୍କବାଦୀ ଜଣଙ୍କ କହିଛନ୍ତି- ଆର୍ମୀ ଚାହିଁଥିଲେ ମୋତେ ହତ୍ୟା କରିପାରିଥାନ୍ତି, ହେଲେ ନ ମାରି ସେମାନେ ମୋ ଜୀବନ ବଞ୍ଚାଇଛନ୍ତି।

ଗତ ୩୦ ତାରିଖରେ ବରମୁଲ୍ଲାରେ ୩ ଜଣ ସାଧାରଣ ନାଗରିକଙ୍କ ହତ୍ୟା ଘଟଣାରେ ସୁରକ୍ଷାବାହୀନ ଲସ୍କର-ଇ-ତୋଏବାର ଅଜିଜ୍‌ ଗୁଜରୀକୁ ଗିରଫ କରିଛି। ଗିରଫ ପରେ ଅଜିଜ୍‌ କନଫେସନାଲ ଭିଡିଓରେ ଅନ୍ୟ ଆତଙ୍କବାଦୀଙ୍କୁ ହିଂସା ଛାଡି ନିଜ ଘର ଓ ମାଆ ପାଖକୁ ଫେରି ଆସିବାକୁ ଆହ୍ୱାନ ଦେଇଛନ୍ତି। ଭିଡିଓରେ ସେ କହିଛନ୍ତି, “ଯେଉଁମାନେ ଭୁଲ ରାସ୍ତାରେ ଅଛନ୍ତି, ସେମାନେ ନିଜ ଘର ଓ ପରିବାର ପାଖକୁ ଫେରି ଆସନ୍ତୁ। ସେମାନେ ଜଙ୍ଗଲରେ ରହୁଛନ୍ତି। ମୁଁ ସେମାନଙ୍କୁ ଅପିଲ କରୁଛି, ସେମାନେ ନିଜ ପରିବାର ପାଖକୁ ଫେରି ଆସନ୍ତୁ।”

ଏହି ଭିଡିଓରେ ଅନ୍ୟ ଜଣେ ଆତଙ୍କବାଦୀର ନାଁ ନେଇ ତାଙ୍କୁ କିଛି ପରାମର୍ଶ ଦେଇଛନ୍ତି ଗୁଜରୀ। ଏହି ଆତଙ୍କବାଦୀ ଜଣଙ୍କ ହେଲେ ନସିର ଅମିନ୍‌। ସେ ଭିଡିଓ ଜରିଆରେ ଅମିନଙ୍କୁ କହିଛନ୍ତି, “ନସିର ଅମିନ ତୁମ ମାଆ ବହୁତ ବେମାର ଅଛନ୍ତି। ତୁମେ ହିଂସା ଛାଡି ଘରକୁ ଫେରିଆସ।”

ସେ ଆହୁରି କହିଛନ୍ତି, “ସର୍ଚ୍ଚ ବେଳେ ଆମେ ପ୍ରଥମେ ଯବାନଙ୍କ ଉପରକୁ ଗୁଳିମାଡ଼ କରିଥିଲୁ। ସେମାନେ ପାଲଟା ଜବାବ ଦେଇ ନଥିଲେ। ମୁଁ ଏକ ବୁଦା ମୂଳେ ଲୁଚି ରହିଥିଲି। ସେଠାରେ ମୋତେ ଯବାନମାନେ ଗିରଫ କରିଥିଲେ। ସେମାନେ ଚାହିଁଥିଲେ ମୋତେ ସେଠାରେ ମାରି ଦେଇପାରିଥାନ୍ତେ। ହେଲେ ସେମାନେ ମୋତେ ନମାରି ବଞ୍ଚାଇ ଦେଲେ ଓ ମୋତେ ଏକ ନୂଆ ଜୀବନ ଦେଇଛନ୍ତି।”

ପାକିସ୍ତାନର ମୁଖା ଖୋଲିଦେଲେ

ଏହି ଭିଡିଓ ଜରିଆରେ ଗୁଜାରୀ ପାକିସ୍ତାନର ମୁଖା ଖୋଲି ଦେଇଛନ୍ତି। ସେ କହିଛନ୍ତି, “ଯେଉଁଦିନ ମୁଁ ଗିରଫ ହେଲି, ସେ ଦିନ ପାକିସ୍ତାନ ଆମକୁ କାଶ୍ମୀର ଉପତ୍ୟାକାରେ ହିଂସା ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦେଇଥିଲା। ଆମକୁ କୁହାଯାଇଥିଲା, ଭାରତୀୟ ସେନା ଜମ୍ମୁ-କାଶ୍ମୀରରେ ଅସ୍ଥିରତା ସୃଷ୍ଟି କରୁଛି ଓ ଲୋକଙ୍କ ଉପରେ ନିଷ୍ଠୁର ଆଚରଣ ପ୍ରଦର୍ଶନ କରୁଛି। ହେଲେ ଏହା ସତ ନୁହେଁ। ପାକିସ୍ତାନ, ଭାରତୀୟ ସେନା ନାଁରେ ଏପରି ମିଥ୍ୟା ପ୍ରଚାର କରୁଛି।”

ସୂଚନାଯୋଗ୍ୟ ଯେ, ବରମୁଲ୍ଲାରେ ୩ ଜଣ ସାଧାରଣ ନାଗରିକଙ୍କ ହତ୍ୟା ଘଟଣାରେ ସୁରକ୍ଷା କର୍ମୀ ୪ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି। ଏହାସହ ଅନ୍ୟ ୭ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି। ଏସବୁ ଗିରଫଦାରୀ ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରାଯାଇ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos