ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୪ ଛୁଇଁଲା

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୪ ଛୁଇଁଛି। ସେହିପରି ଏକାଧିକ ରାଜ୍ୟରେ ଅନେକ ଲୋକଙ୍କୁ କରୋନା ଭାଇରସ ଆକ୍ରାନ୍ତ କରିଥିବା ସନ୍ଦେହରେ ଆଇସୋଲେସନରେ ରଖାଯାଇଛି। ବିଦେଶରେ ରହିଥିବା ୨୭୬ ଜଣ ଭାରତୀୟ କରୋନାରେ ଆକ୍ରାନ୍ତ ହୋଇଥିବା ଆଜି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ହେଲେ ସେମାନଙ୍କୁ ସ୍ୱଦେଶ ଅଣାଯିବ କି ନାହିଁ, ତା’ର ନିଷ୍ପତ୍ତି ସରକାର ଏଯାଏ ନେଇ ନାହାନ୍ତି। ଭାରତରେ ଗତକାଲି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୭ ଥିବା ବେଳେ ଆଜି ଏହା ୧୫୪ […]

ert

ert

Hemant Lenka
  • Published: Wednesday, 18 March 2020
  • Updated: 18 March 2020, 11:27 PM IST

Sports

Latest News

ନୂଆଦିଲ୍ଲୀ: ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୪ ଛୁଇଁଛି। ସେହିପରି ଏକାଧିକ ରାଜ୍ୟରେ ଅନେକ ଲୋକଙ୍କୁ କରୋନା ଭାଇରସ ଆକ୍ରାନ୍ତ କରିଥିବା ସନ୍ଦେହରେ ଆଇସୋଲେସନରେ ରଖାଯାଇଛି।

ବିଦେଶରେ ରହିଥିବା ୨୭୬ ଜଣ ଭାରତୀୟ କରୋନାରେ ଆକ୍ରାନ୍ତ ହୋଇଥିବା ଆଜି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ହେଲେ ସେମାନଙ୍କୁ ସ୍ୱଦେଶ ଅଣାଯିବ କି ନାହିଁ, ତା’ର ନିଷ୍ପତ୍ତି ସରକାର ଏଯାଏ ନେଇ ନାହାନ୍ତି।

ଭାରତରେ ଗତକାଲି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୩୭ ଥିବା ବେଳେ ଆଜି ଏହା ୧୫୪ ଛୁଇଁଛି। ମହାରାଷ୍ଟ୍ରରେ ସର୍ବାଧିକ ୪୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଆଜି ସନ୍ଧ୍ୟାରେ ମହାରାଷ୍ଟ୍ରରେ ଜଣେ ୬୮ ବର୍ଷୀୟ ମହିଳାଙ୍କ ଶରୀରରେ କରୋନା ଭୂତାଣରୁ ଠାବ ହୋଇଛି। ସେ ଜଣେ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସି ଏଭଳି ଆକ୍ରାନ୍ତ ହୋଇଛନ୍ତି।

ସେହିପରି ନେଦରଲ୍ୟାଣ୍ଡସରୁ ଦୁବାଇ ଦେଇ ଭାରତ ଆସିଥିବା ପୁଣେର ଜଣେ ୩୨ ବର୍ଷୀୟ ମହିଳାଙ୍କ ଶରୀରରେ ମଧ୍ୟ କରୋନା ଭୂତାଣୁ ଚିହ୍ନଟ ହୋଇଛି। ଏଯାଏ ପୁଣେରେ ୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ବାକି ଲୋକ ମହାରାଷ୍ଟ୍ରର ବିଭିନ୍ନ ପ୍ରାନ୍ତରେ ଠାବ ହୋଇଛନ୍ତି। ମହାରାଷ୍ଟ୍ରରେ ଚିହ୍ନଟ ହୋଇଥିବା ୪୩ ଜଣ ରୋଗୀଙ୍କ ମଧ୍ୟରେ ୩ ଜଣ ବିଦେଶୀ ନାଗରିକ ରହିଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଦିଲ୍ଲୀର ଜଣେ ନାଗରିକ ତାମିଲନାଡୁରେ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ମୋଟ ୧୫୪ ଜଣ କରୋନ ରୋଗୀଙ୍କ ମଧ୍ୟରେ ୨୫ ଜଣ ବିଦେଶୀ ନାଗରିକ ରହିଛନ୍ତି।

ଦିଲ୍ଲୀରେ ୯ ଜଣ, ଆନ୍ଧ୍ର ପ୍ରଦେଶରେ ଜଣେ, ହରିଆଣାରେ ୩ ଜଣ, କର୍ଣ୍ଣାଟକାରେ ୧୧ ଜଣ, କେରଳରେ ୨୫ ଜଣ, ମହାରାଷ୍ଟ୍ରରେ ୪୩ ଜଣ, ଓଡ଼ିଶାରେ ୧, ପୁଡୁଚେରୀରେ ୧, ପଞ୍ଜାବରେ ୧, ରାଜସ୍ଥାନରେ ୧, ତାମିଲନାଡୁରେ ୧, ତେଲେଙ୍ଗାନାରେ ୪, ଜମ୍ମୁ-କଶ୍ମୀରରେ ୩, ଲଦାଖରେ ୮, ଉତ୍ତର ପ୍ରଦେଶରେ ୧୫, ଉତ୍ତରାଖଣ୍ଡରେ ୧ ଓ ପଶ୍ଚିମବଙ୍ଗରେ ଜଣେ କରୋନା ରୋଗୀ ରହିଛନ୍ତି।

ସେହିପରି ଦିଲ୍ଲୀରେ ଜଣେ, ହରିଆଣାରେ ୧୪, କେରଳରେ ୨, ମହାରାଷ୍ଟ୍ରରେ ୩, ରାଜସ୍ଥାନରେ ୨, ତେଲେଙ୍ଗାନାରେ ୨ ଓ ଉତ୍ତର ପ୍ରଦେଶରେ ଜଣେ ବିଦେଶୀ ନାଗରିକ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଚେନ୍ନାଇରେ ଚିହ୍ନଟ ହୋଇଥିବା ରାଜ୍ୟର ପ୍ରଥମ ରୋଗୀ ଏବେ ସୁସ୍ଥ ହେବାରେ ଲାଗିଛନ୍ତି। ସେ ସୁସ୍ଥ ହେବାରୁ ତାଙ୍କୁ ଘରକୁ ପଠାଇ ଦିଆଯାଇଛି। ତେବେ ସେ ଘରେ ୨ ସପ୍ତାହ କ୍ୱାରେଣ୍ଟାଇନ୍‌ରେ ରହିବା ପରେ ତାଙ୍କ ସୁସ୍ଥତାକୁ ନେଇ ଚୂଡ଼ାନ୍ତ ରିପୋର୍ଟ ପ୍ରକାଶ ପାଇବ ବୋଲି ତାମିଲନାଡୁର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ କେବଳ ଭାରତ ନୁହେଁ ସମଗ୍ର ବିଶ୍ୱର ଶତ୍ରୁ ଭାବେ ଉଭା ହୋଇଥିବା କରୋନା ଭାଇରସର ମୁକାବିଲା ପାଇଁ ସବୁଠି ସଚେତନା ଓ ସତର୍କତା ଅବଲମ୍ବନ କରାଯାଉଛି। କରୋନା ମୁକାବିଲାର ମୁଖ୍ୟ ଅସ୍ତ୍ର ସାଜିଛି ସ୍ୱଚ୍ଛତା। ତେଣୁ ଟ୍ରେନ୍, ଷ୍ଟେସନ୍, ବସଠାରୁ ଆରମ୍ଭ କରି ସଡ଼କ ଓ ସଂସଦ ଯାଏ ସବୁଠି ସତର୍କତା ଓ ସାନିଟାଇଜେସନ କରାଯାଉଛି। କେବଳ ସାନିଟାଇଜର ସ୍ପ୍ରେ କରାଯାଉ ନାହିଁ ବରଂ ଥର୍ମାଲ୍ ସ୍କ୍ରିନିଂକୁ କଡ଼ାକଡ଼ି କରାଯାଇଛି।

ଆଜି ନିଜ କାର୍ଯ୍ୟାଳୟକୁ ଯିବା ପୂର୍ବରୁ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ବି ନିଜ ଶରୀରର ତାପମାତ୍ରା ଯାଞ୍ଚ କରାଇଥିଲେ। କେରଳର ସରକାରୀ ହସ୍ପିଟାଲରେ କେବଳ ଜରୁରୀ କାଳୀନ ସେବା ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ଓପିଡି ରୋଗୀଙ୍କୁ ଆସନ୍ତା ୨ ସପ୍ତାହ ଯାଏ ହସ୍ପିଟାଲକୁ ଆସିବାକୁ ବାରଣ କରାଯାଇଛି। ରାଜ୍ୟର ଘରୋଇ ହସ୍ପିଟାଲଗୁଡ଼ିକୁ ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି।

ମହାରାଷ୍ଟ୍ରର ସରକାରୀ ଅଫିସ ୪୦% ଷ୍ଟାଫଙ୍କୁ ନେଇ ଖୋଲିବ। ଅନ୍ୟ ଅଧିକାରୀମାନେ ଦିନେ ଛଡ଼ା ଦିନେ ନିୟମରେ କାର୍ଯ୍ୟ କରିବେ। ଦିଲ୍ଲୀ ସରକାର ମଧ୍ୟ କରୋନାକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ଅବଧିକୁ ବୃଦ୍ଧି କରିବାକୁ ଚିନ୍ତା କରୁଛନ୍ତି। ଏବେ ଦିଲ୍ଲୀର ସମସ୍ତ ଶିକ୍ଷାନୁଷ୍ଠାନ ମାର୍ଚ୍ଚ ୩୧ ଯାଏ ବନ୍ଦ ରହିବାକୁ ଘୋଷଣା ହୋଇଛି। ହେଲେ ଏହି ଅବଧିକୁ ବୃଦ୍ଧି କରିବାକୁ ଦିଲ୍ଲୀ ସରକାର ଆସନ୍ତା ୨୬ ତାରିଖରେ ବୈଠକ ଡାକିଛନ୍ତି।

ବିଜେପିକୁ ବି କରୋନା ଭୟ ଘାରିଛି। ଏଥିପାଇଁ ଏବେଠାରୁ ଗୋଟିଏ ମାସ ଯାଏ ସମସ୍ତ ପ୍ରକାର ଧାରଣା ଓ ବିକ୍ଷୋଭରୁ ବିରତ ରହିବାକୁ ଦଳ ନିଷ୍ପତ୍ତି ନେଇଛି। ତେବେ ସିଏଏ ବିରୋଧରେ ଦିଲ୍ଲୀ ଶାହୀନ ବାଗ ସମେତ ଅନ୍ୟ ସ୍ଥାନରେ ଶହ ଶହ ଲୋକ ଆନ୍ଦୋଳନ ଜାରି ରଖିଥିବାରୁ ସରକାରଙ୍କ ଚିନ୍ତା ବଢ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos