ଦେଶର ବିକାଶରେ କଂଗ୍ରେସ ବାଧା ସୃଷ୍ଟି କରୁଛି: ଭେଙ୍କେୟା ନାଇଡୁ

ହାଇଦ୍ରାବାଦ: ସଂସଦରେ କଂଗ୍ରେସ ଅଚଳ ସୃଷ୍ଟି କରି କେବଳ ମୋଦି ସରକାରଙ୍କ ବିରୋଧ କରୁଛି ତାହା ନୁହେଁ, ଦେଶର ବିକାଶରେ ମଧ୍ୟ ବାଧା ସୃଷ୍ଟି କରୁଛି। ରବିବାର କଂଗ୍ରେସ ଉପରେ ଦୋଷ ଲଦି ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଭେଙ୍କେୟା ନାଇଡୁ। ହାଇଦ୍ରାବାଦରେ ଏକ ଜନସଭାକୁ ଉଦବୋଧନ ଦେବା ଅବସରରେ ସେ ଏହା କହିଛନ୍ତି।

ସେ କହିଥିଲେ ଯେ ଲୋକସଭାରେ କଂଗ୍ରେସର ସାଂସଦଙ୍କ ସଂଖ୍ୟା ୪୦କୁ ଖସି ଆସିଛି। ତେଣୁ କଂଗ୍ରେସ ସଂସଦରେ କ’ଣ କରିବା ଉଚିତ, କ’ଣ ନ କରିବା ଉଚିତ୍ ସେ ନେଇ ଦ୍ୱନ୍ଦ୍ୱରେ ରହିଛି। ସଂସଦରେ କେନ୍ଦ୍ର ସକାରଙ୍କ ପକ୍ଷରୁ ଆଗତ ଜିଏସଟି ବିଲ୍, ରିଏଲ ଇଷ୍ଟେଟ୍ ଓ ଲେବର ବିଲକୁ ପାସ କରାଇ ଦେଉନାହିଁ।

ଭେଙ୍କେୟା କଂଗ୍ରେସକୁ ତାଗିଦ୍ କରି କହିଥିଲେ ଯେ ତୁମେମାନେ ମୋଦିଙ୍କ ପଥରେ ବାଧା ଦେଉନାହଁ ବରଂ ଦେଶର ବିକାଶରେ ପ୍ରତିବନ୍ଧକ ସାଜୁଛ। ତା’ସହିତ ଗରିବ ଲୋକଙ୍କର କ୍ଷତି କରୁଛ। ଦଳ ଖୁବଶୀଘ୍ର ଏହା ଅନୁଭବ କରିପାରିବ ବୋଲି ଆଶା କରାଯାଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।