କାହିଁକି ଏଯାଏ ସଚିନ ପାଇଲଟଙ୍କୁ ବହିଷ୍କାର କରୁନି କଂଗ୍ରେସ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିବା ସଚିନ ପାଇଲଟଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ଓ କଂଗ୍ରେସର ରାଜ୍ୟ ମୁଖ୍ୟ ପଦରୁ ବରଖାସ୍ତ କରାଯାଇଛି। ସଚିନଙ୍କ ବ୍ୟତୀତ ତାଙ୍କୁ ସମର୍ଥନ କରୁଥିବା ଦୁଇ ଜଣ ମନ୍ତ୍ରୀଙ୍କୁ ମଧ୍ୟ ଗେହଲଟ ସରକାରଙ୍କ ମନ୍ତ୍ରିମଣ୍ଡଳରୁ ବିଦା କରାଯାଇଛି। ତେବେ ସଚିନ ଓ ତାଙ୍କ ସମର୍ଥକମାନଙ୍କୁ କାହିଁକି ଏଯାଏ କଂଗ୍ରେସ ଦଳରୁ ନିଲମ୍ବନ କିମ୍ବା ବହିଷ୍କୃତ କରୁନାହିଁ, ତା’କୁ ନେଇ ଅନେକ ପ୍ରଶ୍ନ ଉଠିବାରେ […]

sr

sr

Hemant Lenka
  • Published: Wednesday, 15 July 2020
  • Updated: 15 July 2020, 01:19 PM IST

Sports

Latest News

ନୂଆଦିଲ୍ଲୀ: ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିବା ସଚିନ ପାଇଲଟଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ଓ କଂଗ୍ରେସର ରାଜ୍ୟ ମୁଖ୍ୟ ପଦରୁ ବରଖାସ୍ତ କରାଯାଇଛି। ସଚିନଙ୍କ ବ୍ୟତୀତ ତାଙ୍କୁ ସମର୍ଥନ କରୁଥିବା ଦୁଇ ଜଣ ମନ୍ତ୍ରୀଙ୍କୁ ମଧ୍ୟ ଗେହଲଟ ସରକାରଙ୍କ ମନ୍ତ୍ରିମଣ୍ଡଳରୁ ବିଦା କରାଯାଇଛି।

ତେବେ ସଚିନ ଓ ତାଙ୍କ ସମର୍ଥକମାନଙ୍କୁ କାହିଁକି ଏଯାଏ କଂଗ୍ରେସ ଦଳରୁ ନିଲମ୍ବନ କିମ୍ବା ବହିଷ୍କୃତ କରୁନାହିଁ, ତା’କୁ ନେଇ ଅନେକ ପ୍ରଶ୍ନ ଉଠିବାରେ ଲାଗିଛି।

ପାଇଲଟଙ୍କ କହିବା ଅନୁଯାୟୀ, ତାଙ୍କ ପାଖରେ ୧୭ ଜଣ କଂଗ୍ରେସ ବିଧାୟକ ଓ ୩ ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ରହିଛି। ଯଦି ଏହି ୧୭ ଜଣଙ୍କୁ ବରଖାସ୍ତ କରାଯାଏ, ତା’ହେଲେ ସଂସଦରେ ପାରିତ ଆଇନ ଅନୁଯାୟୀ ସେମାନେ ବ୍ୟକ୍ତିଗତ ବ୍ଲକ ତିଆରି କରିପାରିବେ। ଏପରି କି ସେମାନେ ବିଜେପିରେ ମଧ୍ୟ ଯୋଗଦେଇ ବିଧାନସଭାର ଆସ୍ଥା ଭୋଟ ବେଳେ ସରକାରଙ୍କ ବିରୋଧରେ ଭୋଟିଂ କରିପାରିବେ।

ଯଦି ଆସ୍ଥା ଭୋଟ ପୂର୍ବରୁ କଂଗ୍ରେସ ସମସ୍ତଙ୍କୁ ଅଯୋଗ୍ୟ ଘୋଷଣା କରିଦେବ, ତା’ହେଲେ ଗେହଲଟ ସରକାର ଆସ୍ଥା ଭୋଟ ବେଳେ ଆବଶ୍ୟକ ମ୍ୟାଜିକ ନମ୍ବର କମ୍‌ କରିପାରିବେ। ବର୍ତ୍ତମାନ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୦୧। ଦଳବଦଳ ନିରୋଧି ଆଇନ ବଳରେ ୧୭ ବିଧାୟକ ଅଯୋଗ୍ୟ ଘୋଷିତ ହେଲେ, ବିଧାନସଭାରେ ମ୍ୟାଜିକ ନମ୍ବର ୯୨କୁ ହ୍ରାସ ପାଇବ।

କୁହାଯାଉଛି ଯେ କଂଗ୍ରେସ ପାଖରେ ଏକାକୀ ୯୦ ବିଧାୟକ ରହିଛନ୍ତି। ସେହିପରି ସିପିଏମର ୨ ବିଧାୟକଙ୍କ ସମର୍ଥନରେ ଗେହଲଟ ସରକାର ବେଶ ଆରାମରେ ଆସ୍ଥା ଭୋଟ ଜିତିପାରିବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଭଳି ସ୍ଥିତିରେ ୧୦ ସ୍ୱାଧୀନ ବିଧାୟକ କିମ୍ବା କଂଗ୍ରେସ ସରକାରଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର କରି ନେଇଥିବା ୨ ଜଣ ଟିବିପି ବିଧାୟକଙ୍କ ଆବଶ୍ୟକତା ମଧ୍ୟ ଗେହଲଟ ସରକାରକୁ ଦରକାର ପଡ଼ିବ ନାହିଁ।

କଂଗ୍ରେସ ପ୍ରାଥମିକ ଅବସ୍ଥାରେ ୧୦୯ ବିଧାୟକଙ୍କ ସମର୍ଥନ ରହିଥିବା ଦାବି କରିଥିଲା। ପରବର୍ତ୍ତୀ ଅବସ୍ଥାରେ ୧୦୭ ଓ ବିଧାୟକ ଦଳ ବୈଠକ ବେଳେ ୧୦୬ ଜଣଙ୍କ ସମର୍ଥନ ମିଳିଥିବା କହିଥିଲା। ତେବେ ଗତକାଲି ସନ୍ଧ୍ୟାରେ ୩ ଜଣ କଂଗ୍ରେସ ବିଧାୟକ ନିଖୋଜ ଥିବା କୁହାଯାଇଛି। ତେଣୁ ସଚିନ ପାଇଲଟଙ୍କ କ୍ୟାମ୍ପ ଏହାକୁ ଦେଖି ଉତ୍ସାହିତ ହୋଇପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos