ପ୍ରଧାନମନ୍ତ୍ରୀଙ୍କୁ ଅଳିଆ ନାଳ ସହ ତୁଳନା କଲା କଂଗ୍ରେସ! ପ୍ରତାପ ଷଡ଼ଙ୍ଗୀଙ୍କୁ ବି ସମାଲୋଚନା

ନୂଆଦିଲ୍ଲୀ: ୧୭ତମ ଲୋକସଭାରେ ମୋସନ ଅଫ ଥାଙ୍କସ ବା ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଜ୍ଞାପନ କରିବା ବେଳେ କଂଗ୍ରେସ ଓ ବିଜେପି ମଧ୍ୟରେ ପ୍ରବଳ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ସ୍ଥିତି ଏମିତି ହୋଇଥିଲା ଯେ କଂଗ୍ରେସ ସଂସଦୀୟ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରୋକ୍ଷରେ ଗନ୍ଦି ନାଲି ବା ଅଳିଆ ଆବର୍ଜନା ଥିବା ନାଳ ସହ ତୁଳନା କରିଛନ୍ତି। ଏଥିସହ ଶ୍ରୀ ଚୌଧୁରୀ ଓଡ଼ିଶା ସାଂସଦ ତଥା କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ […]

er

er

Hemant Lenka
  • Published: Monday, 24 June 2019
  • Updated: 24 June 2019, 04:51 PM IST

Sports

Latest News

ନୂଆଦିଲ୍ଲୀ: ୧୭ତମ ଲୋକସଭାରେ ମୋସନ ଅଫ ଥାଙ୍କସ ବା ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଜ୍ଞାପନ କରିବା ବେଳେ କଂଗ୍ରେସ ଓ ବିଜେପି ମଧ୍ୟରେ ପ୍ରବଳ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ସ୍ଥିତି ଏମିତି ହୋଇଥିଲା ଯେ କଂଗ୍ରେସ ସଂସଦୀୟ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପରୋକ୍ଷରେ ଗନ୍ଦି ନାଲି ବା ଅଳିଆ ଆବର୍ଜନା ଥିବା ନାଳ ସହ ତୁଳନା କରିଛନ୍ତି। ଏଥିସହ ଶ୍ରୀ ଚୌଧୁରୀ ଓଡ଼ିଶା ସାଂସଦ ତଥା କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ମଧ୍ୟ ତୀବ୍ର ସମାଲୋଚନା କରିଛନ୍ତି।

ଆଜି ପ୍ରତାପ ଷଡ଼ଙ୍ଗୀ ମୋସନ ଅଫ ଥାଙ୍କସ ଲୋକସଭାରେ ଉପସ୍ଥାପନ କରି କଂଗ୍ରେସକୁ ତୀବ୍ର ସମାଲୋଚନା କରିଥିଲେ। ଏଥିସହ ସେ ନିଜର ଅଭିଭାଷଣ ବେଳେ ମୋଦିଙ୍କୁ ଭୁରିଭୁରି ପ୍ରଶଂସା କରିଥିଲେ। ଏହାର ଜବାବ ରଖି ଶ୍ରୀ ଚୌଧୁରୀ କହିଛନ୍ତି, “ଦେଶରେ ଏବେ ଜଳ ସମସ୍ୟା ଓ ଶିଶୁ ମୃତ୍ୟୁ ବଢ଼ି ଚାଲିଥିବା ବେଳେ କେନ୍ଦ୍ର ସରକାର ଆଖିରେ ପଟି ବାନ୍ଧି ବସିଛନ୍ତି। ପ୍ରତାପ ଷଡ଼ଙ୍ଗୀ ଜଣେ ଭଲ ନେତା ଓ ଭଲ ବକ୍ତା। କିନ୍ତୁ ସେ କଥାରେ କଥାରେ ମୋଦିଙ୍କୁ ଅଧିକ ପ୍ରଶଂସା କରିପକାଇଛନ୍ତି। ଦେଶର ପ୍ରଧାନମନ୍ତ୍ରୀ ହୋଇଥିବାରୁ ମୁଁ ମଧ୍ୟ ନରେନ୍ଦ୍ର ମୋଦିଙ୍କୁ ସମ୍ମାନ କରେ। କିନ୍ତୁ ପ୍ରତାପ ଷଡ଼ଙ୍ଗୀ ଓ ଅନ୍ୟ କିଛି ନେତା ମୋଦିଙ୍କୁ ଯେଉଁଭଳି ପୂଜା କରୁଛନ୍ତି, ତାହା ଠିକ୍‌ ନୁହେଁ।”

ଏହି ସମୟରେ ବିଜେପି ସାଂସଦମାନେ ହୋହଲ୍ଲା କରି ‘ଇନ୍ଦିରା ଇଜ୍‌ ଇଣ୍ଡିଆ’ ନାରା ଦେଇଥିଲେ। 1976ରେ କଂଗ୍ରେସ ଏଭଳି ନାରା ଦେଇଥିବାରୁ ବିଜେପି ଏହାକୁ ତାଚ୍ଛଲ୍ୟ କରିଥିଲା। ଏହାର ଜବାବ ରଖି ଶ୍ରୀ ଚୌଧୁରୀ କହିଥିଲେ,“କେବେବି କେହି ଏମିତି କହି ନଥିଲେ। କଂଗ୍ରେସ କେବେ ହେଲେ ବି ଇନ୍ଦିରା ଇଜ୍‌ ଇଣ୍ଡିଆ ବା 'ଇଣ୍ଡିଆ ଇଜ୍‌ ଇନ୍ଦିରା' କହି ନଥିଲେ। କିନ୍ତୁ ନରେନ୍ଦ୍ର ନାଁ ଥିବାରୁ ଜଣେ ବ୍ୟକ୍ତିଙ୍କୁ ବିବେକାନନ୍ଦଙ୍କ ସହ ତୁଳନା କରିବା ଠିକ୍‌ ନୁହେଁ। ଗଙ୍ଗା ମାତାଙ୍କ ସହ ଗନ୍ଦି ନାଲି ବା ଅଳିଆରେ ପରିପୂର୍ଣ୍ଣ ନାଳକୁ କେବେ ହେଲେ ତୁଳନା କରାଯାଇ ପାରିବ ନାହିଁ।” ଶ୍ରୀ ଚୌଧୁରୀଙ୍କ ଏଭଳି ବୟାନକୁ ବିଜେପି ପକ୍ଷରୁ ଜୋରଦାର ବିରୋଧ କରାଯାଇଥିଲା। ଶେଷରେ ବିବାଦ ଉପୁଜିବାରୁ ଲୋକସଭା ରେକର୍ଡରୁ ଏହି ବୟାନକୁ ବାଦ୍‌ ଦିଆଯାଇଥିଲା।

୨ଜି ଓ କୋଇଲା ଦୁର୍ନୀତି ପାଇଁ କଂଗ୍ରେସ ଆଜି ବିରୋଧୀ ଦଳ ହୋଇଛି ବୋଲି ବିଜେପି ପକ୍ଷରୁ ଆକ୍ଷେପ କରାଯାଇଥିଲା। ଏହାର ଜବାବ ଦେଇ ଶ୍ରୀ ଚୌଧୁରୀ କହିଥିଲେ, “କ’ଣ ଆପଣ ୨ ଜି ଓ କୋଇଲା ଦୁର୍ନୀତିରେ କାହାକୁ ଗିରଫ କରିଛନ୍ତି? କ’ଣ ଆପଣଙ୍କ ସାହସ ଅଛି, ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ଜେଲ ପଠାଇ ପାରିବେ? ଆପଣ ଏହି ଦୁହିଁଙ୍କୁ ଚୋର କହି ଆପଣ କ୍ଷମତାକୁ ଫେରିଛନ୍ତି। ଏପରି ସ୍ଥିତିରେ ଏମାନେ କେମିତି ସଂସଦରେ ବସିଛନ୍ତି? ସେମାନେ ଯଦି ଚୋର ତା’ହେଲେ କ’ଣ ପାଇଁ ଜେଲ ଯାଇନାହାନ୍ତି?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story