କେଜ୍ରିୱାଲଙ୍କ ପାଇଁ କଂଗ୍ରେସରେ ବାକଯୁଦ୍ଧ, ମିଲିନ୍ଦ ଦେଓରାଙ୍କୁ ଦଳ ଛାଡ଼ିବାକୁ କହିଲେ ମାକେନ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ଗୋଟିଏ ହେଲେ ଆସନ ଜିତିବାକୁ ସକ୍ଷମ ହୋଇ ନଥିବା କଂଗ୍ରେସ ମଧ୍ୟରେ ଏବେ କନ୍ଦଳ ତୀବ୍ର ହେବାରେ ଲାଗିଛି। କଂଗ୍ରେସ ନେତା ମିଲିନ୍ଦ ଦେଓରା ଆପ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଶଂସା କରିବାରୁ ଏହାକୁ ଅନ୍ୟତମ ବରିଷ୍ଠ କଂଗ୍ରେସ ନେତା ଅଜୟ ମାକେନ ସହ୍ୟ କରିପାରି ନାହାନ୍ତି। ଗତକାଲି କେଜ୍ରିୱାଲ ଶପଥ ନେବା ପରେ ଦଳରମତ ନିର୍ବିଶେଷରେ ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହିକ୍ରମରେ ମିଲିନ୍ଦ ମଧ୍ୟ ଟ୍ୱିଟ […]

ww

ww

Hemant Lenka
  • Published: Monday, 17 February 2020
  • Updated: 17 February 2020, 01:04 PM IST

Sports

Latest News

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାରେ ଗୋଟିଏ ହେଲେ ଆସନ ଜିତିବାକୁ ସକ୍ଷମ ହୋଇ ନଥିବା କଂଗ୍ରେସ ମଧ୍ୟରେ ଏବେ କନ୍ଦଳ ତୀବ୍ର ହେବାରେ ଲାଗିଛି। କଂଗ୍ରେସ ନେତା ମିଲିନ୍ଦ ଦେଓରା ଆପ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଶଂସା କରିବାରୁ ଏହାକୁ ଅନ୍ୟତମ ବରିଷ୍ଠ କଂଗ୍ରେସ ନେତା ଅଜୟ ମାକେନ ସହ୍ୟ କରିପାରି ନାହାନ୍ତି।

ଗତକାଲି କେଜ୍ରିୱାଲ ଶପଥ ନେବା ପରେ ଦଳରମତ ନିର୍ବିଶେଷରେ ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହିକ୍ରମରେ ମିଲିନ୍ଦ ମଧ୍ୟ ଟ୍ୱିଟ କରି କହିଥିଲେ ଯେ “ମୁଁ କିଛି କମ ଜଣାପଡ଼ିଥିବା ଓ ସ୍ୱାଗତ ଯୋଗ୍ୟ ତଥ୍ୟ ଦେବାକୁ ଚାହିଁବି। ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧୀନ ଦିଲ୍ଲୀ ସରକାର ତାଙ୍କର ରାଜସ୍ୱ ଆୟ ଦୁଗୁଣିତ କରି ୬୦ ହଜାର କୋଟିରେ ପହଞ୍ଚାଇଛନ୍ତି। ଗତ ୫ ବର୍ଷ ମଧ୍ୟରେ ରାଜସ୍ୱ ସରପ୍ଲସକୁ ଠିକ୍‌ ଭାବେ ଆଗକୁ ନେଇ ଚାଲିଛନ୍ତି। ବର୍ତ୍ତମାନ ଦିଲ୍ଲୀ ଭାରତର ସବୁଠାରୁ ଭଲ ରାଜ୍ୟ ହୋଇପାରିଛି।”

ତେବେ ମିଲିନ୍ଦଙ୍କ ଏଭଳି ପ୍ରଶଂସାକୁ ଦିଲ୍ଲୀ କଂଗ୍ରେସ ନେତା ଅଜୟ ମାକେନ ସହ୍ୟ କରିପାରି ନାହାନ୍ତି। ସେ କହିଛନ୍ତି, “ଭାଇ ଆପଣ ଯଦି କଂଗ୍ରେସ ଛାଡ଼ିବାକୁ ଚାହୁଁଛନ୍ତି, ତା’ହେଲେ ଦଳରୁ ବାହାରି ଯାଇ ପାରନ୍ତି। ଏହାପରେ ଆପଣ ଅଳ୍ପ ଜାଣିଥିବା କଥା କହିବେ। ୧୯୯୭-୯୮ରେ ରାଜସ୍ୱ ୪, ୦୩୭ ଥିଲା। ୨୦୧୩-୧୪ରେ ରାଜସ୍ୱ ୩୭, ୪୫୯ରେ ପହଞ୍ଚିଥିଲା।

କଂଗ୍ରେସ ଶାସନ ସମୟରେ ଏହା ୧୪.୮୭% ବଢ଼ିଥିଲା। ୨୦୧୫-୧୬ରେ ରାଜସ୍ୱ ୪୧,୧୨୯ ରହିଥିବା ବେଳେ ୨୦୧୯-୨୦ରେ ଏହା ୬୦ ହଜାର କୋଟି ହୋଇଛି। ତେଣୁ ଆପ ସରକାର ଅମଳରେ କେବଳ ୯.୯୦% ଅଭିବୃଦ୍ଧି ହୋଇଛି।” ଅନ୍ୟତମ କଂଗ୍ରେସ ନେତା ରାଧିକା ଖେରା ମଧ୍ୟ ମିଲିନ୍ଦଙ୍କୁ ସମାଲୋଚନା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos