କଂଗ୍ରେସ ପରାଜୟକୁ ନେଇ ତେଜୁଛି ବିବାଦ, ରାହୁଲଙ୍କୁ ଭେଟିବେ ଦଳୀୟ ନେତା

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଦଳୀୟ କନ୍ଦଳ ତୀବ୍ର ହେବାରେ ଲାଗିଛି। ଦଳର ବରିଷ୍ଠ ନେତାମାନେ ପରାଜୟ ପାଇଁ ଭୁଲ ରଣନୀତିକୁ ଦାୟୀ କରୁଥିବା ବେଳେ ଏବେ କଂଗ୍ରେସର ବିହାର ପାଇଁ ପ୍ରଚାରମଙ୍ଗ ସମ୍ଭାଳିଥିବା ନେତାମାନେ ଖୋଲାଖୋଲି ନିଜାର ଅସନ୍ତୋଷ ପ୍ରକାଶ କରିଛନ୍ତି। ବିହାରରେ କଂଗ୍ରେସ ପରାଜୟର ମୁଖ୍ୟ କାରଣ ହେଉଛି ଦଳ ଭୁଲ ଆସନରେ ପ୍ରାର୍ଥୀ ଦେବା। ଯଦି କଂଗ୍ରେସ ଠିକ୍‌ ଭାବେ ଗୋଟି ଚାଳନା କରିଥାଆନ୍ତା, ତା’ହେଲେ ଦଳକୁ […]

fg

fg

Hemant Lenka
  • Published: Thursday, 19 November 2020
  • Updated: 19 November 2020, 05:58 PM IST

Sports

Latest News

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ଦଳୀୟ କନ୍ଦଳ ତୀବ୍ର ହେବାରେ ଲାଗିଛି। ଦଳର ବରିଷ୍ଠ ନେତାମାନେ ପରାଜୟ ପାଇଁ ଭୁଲ ରଣନୀତିକୁ ଦାୟୀ କରୁଥିବା ବେଳେ ଏବେ କଂଗ୍ରେସର ବିହାର ପାଇଁ ପ୍ରଚାରମଙ୍ଗ ସମ୍ଭାଳିଥିବା ନେତାମାନେ ଖୋଲାଖୋଲି ନିଜାର ଅସନ୍ତୋଷ ପ୍ରକାଶ କରିଛନ୍ତି।

ବିହାରରେ କଂଗ୍ରେସ ପରାଜୟର ମୁଖ୍ୟ କାରଣ ହେଉଛି ଦଳ ଭୁଲ ଆସନରେ ପ୍ରାର୍ଥୀ ଦେବା। ଯଦି କଂଗ୍ରେସ ଠିକ୍‌ ଭାବେ ଗୋଟି ଚାଳନା କରିଥାଆନ୍ତା, ତା’ହେଲେ ଦଳକୁ ଫାଇଦା ମିଳିଥାଆନ୍ତା ବୋଲି ପ୍ରଚର ଦାୟିତ୍ୱରେ ଥିବା ବରିଷ୍ଠ ନେତା ଅଖିଲେଶ ପ୍ରସାଦ ସିଂହ କହିଛନ୍ତି। ସେ ବିହାର ପରାଜୟର ସବୁ ଦାୟିତ୍ୱ ନିଜେ ମୁଣ୍ଡାଇବା ସହ ରାହୁଲ ଗାନ୍ଧିଙ୍କୁ ଦଳର ନେତାମାନେ ଭେଟିବା ପାଇଁ ଅନୁମତି ମାଗିଥିବା କହିଛନ୍ତି।

ସେ କହିଛନ୍ତି, କଂଗ୍ରେସ ଭୁଲ ଆସନରେ ଲଢ଼ିବା ପାଇଁ ରାଜି ହୋଇଥିଲା। ଏଭଳି ନିଷ୍ପତ୍ତି ନେବା ପୂର୍ବରୁ ଗଭୀର ଭାବେ ସମୀକ୍ଷା କରାଯିବାର ଥିଲା। କିନ୍ତୁ ସେଭଳି କିଛି ହୋଇ ନଥିଲା। ଦଳ ଦ୍ୱନ୍ଦ୍ୱ ମଧ୍ୟରେ ରହି ପ୍ରାର୍ଥୀ ଦେଲା ଓ ନିର୍ବାଚନ ଲଢ଼ିଲା। ବିହାର ନିର୍ବାଚନରେ ଯାହା ବି ଘଟିଲା ସେଥିପାଇଁ ମୁଁ ଦାୟୀ।

ମୁଁ ରାହୁଲ ଗାନ୍ଧିଙ୍କୁ ଭେଟିବାକୁ ଅନୁମତି ମାଗିଛି। ମୁଁ ତାଙ୍କୁ ଭେଟିବା ବେଳେ ଦଳର ସାଂଗଠନିକ ସ୍ଥିତି ଦୁର୍ବଳ ଥିବା କଥା ଜଣାଇବି ଓ ଏହା ଆଗକୁ କେମିତି ସୁଦୃଢ଼ ହୋଇପାରିବ, ତା’ର ବ୍ୟବସ୍ଥା କରିବାକୁ ଅନୁରୋଧ କରିବି ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ଯେକୌଣସି ରାଜ୍ୟରେ ନିର୍ବାଚନ ଜିତିବାକୁ ହେଲେ ପ୍ରଥମେ କଂଗ୍ରେସକୁ ସାଂଗଠନିକ ସ୍ତରରେ ବଡ଼ ପରିବର୍ତ୍ତନ କରିବାକୁ ପଡ଼ିବ। ଦଳରେ ଅନେକ ଦୁର୍ବଳତା ରହିଛି। ବିଶେଷ କରି ବ୍ଲକ ଓ ଜିଲ୍ଲା ସ୍ତରରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଏସବୁ ସମସ୍ୟାକୁ ସୁଧାରିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଅଖିଲେଶ ପ୍ରସାଦ ସିଂହଙ୍କ ପୂର୍ବରୁ କପିଲ ଶିବଲ ଓ ପି ଚିଦାମ୍ବରମ ମଧ୍ୟ କଂଗ୍ରେସର ପରାଜୟ ପାଇଁ ମୁହଁ ଖୋଲିଥିଲେ। ସେମାନେ ଦଳର ନେତୃତ୍ୱ ଓ ସାଂଗଠନିକ ସ୍ଥିତିକୁ ବିହାର ପରାଜୟ ପାଇଁ ଦାୟୀ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos