ଅଭିନନ୍ଦନଙ୍କ ନିଶକୁ ଜାତୀୟ ନିଶ ମାନ୍ୟତା ଦାବି

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କ ନିଶ ରଖିବା ଶୈଳୀକୁ ‘ଜାତୀୟ ନିଶ’ ଘୋଷଣା କରିବାକୁ ଆଜି କଂଗ୍ରେସ ଲୋକସଭାରେ ପ୍ରସ୍ତାବ ଦେଇଛି। କଂଗ୍ରେସ ସଂସଦୀୟ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଆଜି ସରକାରଙ୍କ ନିକଟରେ ଏଭଳି ପ୍ରସ୍ତାବ ରଖିଛନ୍ତି। ଏଥିସହ ସେ ଅଭିନନ୍ଦନଙ୍କୁ ସରକାର ବୀର ସମ୍ମାନରେ ସମ୍ମାନିତ କରନ୍ତୁ ବୋଲି ମଧ୍ୟ କହିଛନ୍ତି। ଲୋକସଭାରେ ନିଜର ମତ ରଖି ଶ୍ରୀ ଚୌଧୁରୀ କହିଛନ୍ତି, “ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ ଦେଶ […]

sa

Hemant Lenka
  • Published: Monday, 24 June 2019
  • , Updated: 24 June 2019, 06:02 PM IST

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କ ନିଶ ରଖିବା ଶୈଳୀକୁ ‘ଜାତୀୟ ନିଶ’ ଘୋଷଣା କରିବାକୁ ଆଜି କଂଗ୍ରେସ ଲୋକସଭାରେ ପ୍ରସ୍ତାବ ଦେଇଛି। କଂଗ୍ରେସ ସଂସଦୀୟ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଆଜି ସରକାରଙ୍କ ନିକଟରେ ଏଭଳି ପ୍ରସ୍ତାବ ରଖିଛନ୍ତି। ଏଥିସହ ସେ ଅଭିନନ୍ଦନଙ୍କୁ ସରକାର ବୀର ସମ୍ମାନରେ ସମ୍ମାନିତ କରନ୍ତୁ ବୋଲି ମଧ୍ୟ କହିଛନ୍ତି।

ଲୋକସଭାରେ ନିଜର ମତ ରଖି ଶ୍ରୀ ଚୌଧୁରୀ କହିଛନ୍ତି, “ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ ଦେଶ ପାଇଁ ତାଙ୍କ ଜୀବନକୁ ବାଜି ଲଗାଇ ଦେଇଥିଲେ। ଏବେ ସରକାର ତାଙ୍କୁ ବୀର ସମ୍ମାନରେ ସମ୍ମାନିତ କରିବା ସହ ତାଙ୍କ ନିଶକୁ ଜାତୀୟ ନିଶର ମାନ୍ୟତା ଦିଅନ୍ତୁ।”

ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ଯୁଦ୍ଧ ବିମାନ ସହ ଅଭିନନ୍ଦନଙ୍କ ମିଗ୍‌-୨୧ର ଲଢ଼େଇ ହୋଇଥିଲା। ପାକିସ୍ତାନର ଏଫ୍‌-୧୬କୁ ଗୁଳି କରି ଖସାଇବା ପରେ ଅଭିନନ୍ଦନଙ୍କ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ପାକ୍‌ ସୀମାରେ ଖସି ପଡ଼ିଥିଲା। ପାକିସ୍ତାନ ତାଙ୍କୁ ବନ୍ଦୀ କରି ରଖିଥିଲା। ହେଲେ ଭାରତର ଚାପ ଆଗରେ ପାକିସ୍ତାନ ସରକାର ମାତ୍ର ଦୁଇ ଦିନ ମଧ୍ୟରେ ଅଭିନନ୍ଦନଙ୍କୁ ଭାରତକୁ ଫେରାଇଥିଲେ। ଏହି ସମୟରେ ହିଁ ଅଭିନନ୍ଦନ ଓ ତାଙ୍କ ନିଆରା ନିଶକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା।

Related story