ଗେହଲଟଙ୍କ ବିରୋଧରେ ଖୋଲାଖୋଲି ଯୁଦ୍ଧ ଡାକରା ଦେଲେ ସଚିନଙ୍କ ସମର୍ଥକ

ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ଉପମୁଖ୍ୟମନ୍ତ୍ରୀ ପଦରୁ ବିଦା ହୋଇଥିବା ସଚିନ ପାଇଲଟଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଏବେ ଉଗ୍ର ରୂପ ଧାରଣ କରିବାରେ ଲାଗିଛି। କଂଗ୍ରେସ ଓ ରାଜସ୍ଥାନ ସରକାରଙ୍କ ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ସଚିନ ଓ ତାଙ୍କ ସମର୍ଥକଙ୍କ ବିରୋଧରେ କଂଗ୍ରେସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସଚିନଙ୍କୁ ଉପମୁଖ୍ୟମନ୍ତ୍ରୀ ଓ ଦଳର ରାଜସ୍ଥାନ ମୁଖ୍ୟ ପଦରୁ କଂଗ୍ରେସ ବରଖାସ୍ତ କରାଯାଇଛି।

ଏହି କାର୍ଯ୍ୟାନୁଷ୍ଠାନ ପରେ ସଚିନଙ୍କ ସମର୍ଥନରେ ଥିବା ବିଧାୟକମାନେ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ବିରୋଧରେ ଖୋଲାଖୋଲି ଯୁଦ୍ଧ ଡାକରା ଦେଇଛନ୍ତି। ସେମାନେ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। ଏପରି କି ପିସିସି ସେକ୍ରେଟାରୀ ପ୍ରଶାନ୍ତ ସହଦେବ ଶର୍ମା ଓ ରାଜେଶ ଚୌଧୁରୀ ସେମାନଙ୍କ ପଦରୁ ଇସ୍ତଫା ମଧ୍ୟ ଦେଇଛନ୍ତି। ସଚିନ ପାଇଲଟଙ୍କ କ୍ୟାମ୍ପ ପକ୍ଷରୁ କୁହାଯାଇଛି ଯେ ଗେହଲଟ ସରକାରଙ୍କୁ ଗାଦିଚ୍ୟୁତ କରିବାକୁ ଆମେ ପୂରା ପ୍ରସ୍ତୁତ। ଏଥିପାଇଁ ଆମ ପାଖରେ ପର୍ଯ୍ୟାପ୍ତ ପରିମାଣର ବିଧାୟକ ରହିଛନ୍ତି।

ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟପାଳଙ୍କୁ ଭେଟିଥିଲେ। ଏହାପରେ ସେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବାକୁ ରାଜ୍ୟପାଳଙ୍କ ଠାରୁ ୪ ଦିନ ସମୟ ଆଣିଛନ୍ତି। ୪ ଦିନ ପରେ ତାଙ୍କ ପାଖରେ ୧୦୧ ବିଧାୟକଙ୍କ ସମର୍ଥନ ରହିଛି ବୋଲି ସେ ପ୍ରମାଣ କରି ଦେଖାଇବେ ବୋଲି ପ୍ରତିଶ୍ରୁତି ଦେଇଥିବା ସଚିନଙ୍କ କ୍ୟାମ୍ପ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ସଚିନଙ୍କ ସହ ଗେହଲଟଙ୍କ ମନ୍ତ୍ରିମଣ୍ଡଳରୁ ବିଦା ହୋଇଥିବା ବିଶଭେନ୍ଦର ସିଂହ ଭରତପୁର ବି କଂଗ୍ରେସ ବିରୋଧରେ ରଣହୁଙ୍କାର ଦେଇଛନ୍ତି। ସେ କହିଛନ୍ତି, ଆଜି ଟି-୨୦ ଥିଲା। ଆସନ୍ତାକାଲି ଠାରୁ ଟେଷ୍ଟ ମ୍ୟାଚ ଆରମ୍ଭ ହେବ। ତେଣୁ କରି ଅପେକ୍ଷା କରନ୍ତୁ ଓ ଦେଖନ୍ତୁ ଆଗକୁ କ’ଣ ସବୁ ଘଟୁଛି। ଯେଉଁଭଳି ଭାବେ ମୁଁ ମନ୍ତ୍ରୀରୁ ହଠାତ୍‌ ବିଧାୟକ ହୋଇଗଲି, ସେକଥା ମୋତେ ବେଶ ଆନନ୍ଦ ଦେଇଛି।

ଆହୁରି ପଢ଼ନ୍ତୁ

ରାଜ୍ୟସଭାରେ ବିରୋଧୀଙ୍କ ଆଚରଣ ସଂସଦର ଗାରିମାକୁ ନଷ୍ଟ କରିଛି: ରାଜନାଥ

ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିଲେ ବିରୋଧୀ

ଭାରତୀୟ କୂଟନୀତିଜ୍ଞଙ୍କୁ ଭିସା ଦେଲାନି ପାକିସ୍ତାନ

ଶତକୀୟ ବିଜୟ ସହ କ୍ୟାପଟେନ୍ କୁଲଙ୍କ ସଫଳ କମ୍ ବ୍ୟାକ୍

କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଆଉ ୧୦ ଜଣଙ୍କ ଜୀବନ ଗଲା, ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୦୦ ଟପିଲା

ଆରମ୍ଭ ମ୍ୟାଚରେ ହାରିବା ପରେ ଖୁସି ହୋଇଗଲେ ମୁମ୍ୱାଇ ଇଣ୍ଡିଆନ୍ସ ଫ୍ୟାନ୍ !

ରୋମାଞ୍ଚକର ବିଜୟରୁ ଆଇପିଏଲ ଆରମ୍ଭ କଲା ଚେନ୍ନାଇ

ବାଇକ୍‌ ଉପରେ ଚଢ଼ିଗଲା ସ୍କର୍ପିଓ, ରାସ୍ତାରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ

ଆଇପିଏଲରୁ କ୍ୟାରିଅର ଆରମ୍ଭ କଲେ ଓଡ଼ିଆ ପୁଅ

ଏଥର ବିଧାନସଭାର ଅନୁମୋଦନ ପାଇଁ ଆସିବ ୧୨ଟି ଅଧ୍ୟାଦେଶ

ମୁମ୍ବାଇ ଇଣ୍ଡିଆନ୍ସକୁ ୧୬୨ ରନରେ ଅଟକାଇଲା ଚେନ୍ନାଇ