ମୋଦି-ଶାହ ଯୋଡ଼ିଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ ଆସିଛି। ଏନେଇ କଂଗ୍ରେସ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଛି। ବାରମ୍ବାର ତାଗିଦ୍‌ ସତ୍ତ୍ୱେ ମୋଦି-ଶାହ ଯୋଡ଼ି ଭାରତୀୟ ସେନା ନାଁରେ ଭୋଟ୍‌ ମାଗୁଥିବା କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସର ଏହି ଆବେଦନକୁ କୋର୍ଟ ଗ୍ରହଣ କରିବା ସହ ଆସନ୍ତାକାଲି ଏହାର ଶୁଣାଣି କରିବେ ବୋଲି ଦିନ ଧାର୍ଯ୍ୟ କରିଛନ୍ତି। ବରିଷ୍ଠ ଆଇନ୍‌ଜୀବୀ ଅଭିଷେକ […]

s

s

Hemant Lenka
  • Published: Monday, 29 April 2019
  • Updated: 29 April 2019, 03:12 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ ଆସିଛି। ଏନେଇ କଂଗ୍ରେସ ପକ୍ଷରୁ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯାଇଛି। ବାରମ୍ବାର ତାଗିଦ୍‌ ସତ୍ତ୍ୱେ ମୋଦି-ଶାହ ଯୋଡ଼ି ଭାରତୀୟ ସେନା ନାଁରେ ଭୋଟ୍‌ ମାଗୁଥିବା କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସର ଏହି ଆବେଦନକୁ କୋର୍ଟ ଗ୍ରହଣ କରିବା ସହ ଆସନ୍ତାକାଲି ଏହାର ଶୁଣାଣି କରିବେ ବୋଲି ଦିନ ଧାର୍ଯ୍ୟ କରିଛନ୍ତି।

ବରିଷ୍ଠ ଆଇନ୍‌ଜୀବୀ ଅଭିଷେକ ମନୁ ସିଂଘଭୀ କଂଗ୍ରେସର ସୁସ୍ମିତା ଦେବଙ୍କ ପକ୍ଷରୁ କୋର୍ଟରେ ମାମଲା ପରିଚାଳନା କରୁଛନ୍ତି। ଆଜି ସେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠରେ ହାଜର ହୋଇ ମାମଲାର ଜରୁରୀ ଶୁଣାଣି ପାଇଁ ନିବେଦନ କରିଥିଲେ। ଖଣ୍ଡପୀଠ ମାମଲାର ଗୁରୁତ୍ଵ ଦୃଷ୍ଟିରୁ ମଙ୍ଗଳବାର ଏହାର ଶୁଣାଣି ହେବ ବୋଲି କହିଛନ୍ତି।

ସୁସ୍ମିତା ଦେବ ନିଜ ଆବେଦରେ ଦର୍ଶାଇଛନ୍ତି ଯେ, ମୋଦି-ଶାହ ଯୋଡ଼ି ବାରମ୍ବାର ହେଟ୍‌ ସ୍ପିଚ୍‌ ଦେବା ସହ ସେନା ବାହିନୀର କାର୍ଯ୍ୟରତ ଲୋକଙ୍କୁ ନିଜ ପକ୍ଷକୁ ଆଣିବାକୁ ଚେଷ୍ଟା କରିଛନ୍ତି। ଏଭଳି ପ୍ରଚାର କରିବା ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ। ଏନେଇ ନିର୍ବାଚନ କମିଶନଙ୍କୁ ବାରମ୍ବାର ଅବଗତ କରାଯାଇଥିଲା। ହେଲେ ସେ ମୋଦି-ଶାହ ଯୋଡ଼ିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁଣ୍ଠାବୋଧ କରୁଛନ୍ତି। କଂଗ୍ରେସ ପକ୍ଷରୁ ନିର୍ବାଚନ କମିଶନଙ୍କୁ ୮ଥର ମୋଦି-ଶାହଙ୍କ ଆଚରଣ ବିଧି ଉଲ୍ଲଂଘନ ସମ୍ପର୍କରେ ଅବଗତ କରାଯାଇଥିଲା। ତଥାପି ନିର୍ବାଚନ କମିଶନ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଇସି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଆଇନ୍‌ ବିରୋଧୀ।

କଂଗ୍ରେସର ଅଭିଯୋଗ ଅନୁସାରେ ମୋଦି ଏପ୍ରିଲ ୨୩ରେ ଅହମଦାବାଦରେ ଭୋଟ୍‌ ଦେଇଥିଲେ। ଏହାପରେ ସେ ଏକ ଶୋଭାଯାତ୍ରା କରି ଭୋଟରଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ। ଏନେଇ କଂଗ୍ରେସ ନିର୍ବାଚନ କମିଶନଙ୍କୁ ଅବଗତ କରାଇଥିଲେ ହେଁ ଆଜି ଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ବୋଲି ସୁସ୍ମିତା କହିଛନ୍ତି।

ଗତକାଲି ମଧ୍ୟ କଂଗ୍ରେସ ପକ୍ଷରୁ ଏନେଇ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ଏଥିସହ ଦଳ କୋର୍ଟର ଆଶ୍ରୟ ନେବ ବୋଲି ମଧ୍ୟ କହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos