ପାକିସ୍ତାନର ସ୍ୱୀକାରୋକ୍ତି ପରେ କଂଗ୍ରେସକୁ କ୍ଷମା ମାଗିବାକୁ କହିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଦେଶକୁ ଦୋହଲାଇ ଦେଇଥିବା ପୁଲୱାମା ହମଲା ପଛରେ ପାକିସ୍ତାନ ହାତ ରହିଥିବା ସେଠାକାର ମନ୍ତ୍ରୀ ଫୱାଦ ଚୌଧୁରୀ ସ୍ୱୀକାର କରିବା ପରେ ଏହା ନେଇ ଭାରତରେ ରାଜନୀତିକ ବୟାନବାଜୀ ଆରମ୍ଭ ହୋଇଯାଇଛି। ପାକିସ୍ତାନ ପୁଲୱାମା ହମଲା କରାଇଥିବା ସ୍ୱୀକାର କରିଥିବାରୁ କଂଗ୍ରେସ ଦେଶବାସୀଙ୍କୁ କ୍ଷମା ମାଗୁ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଦାବି କରିଛନ୍ତି। ସେ ଟ୍ୱିଟ କରି କହିଛନ୍ତି, “ପାକିସ୍ତାନ ସ୍ୱୀକାର କରିଛି ଯେ ପୁଲୱାମା ହମଲା ପଛରେ ଇସଲାମାବାଦ ହାତ ରହିଛି। ତେଣୁ […]

i

i

Hemant Lenka
  • Published: Friday, 30 October 2020
  • Updated: 30 October 2020, 05:59 PM IST

Sports

Latest News

ନୂଆଦିଲ୍ଲୀ: ଦେଶକୁ ଦୋହଲାଇ ଦେଇଥିବା ପୁଲୱାମା ହମଲା ପଛରେ ପାକିସ୍ତାନ ହାତ ରହିଥିବା ସେଠାକାର ମନ୍ତ୍ରୀ ଫୱାଦ ଚୌଧୁରୀ ସ୍ୱୀକାର କରିବା ପରେ ଏହା ନେଇ ଭାରତରେ ରାଜନୀତିକ ବୟାନବାଜୀ ଆରମ୍ଭ ହୋଇଯାଇଛି। ପାକିସ୍ତାନ ପୁଲୱାମା ହମଲା କରାଇଥିବା ସ୍ୱୀକାର କରିଥିବାରୁ କଂଗ୍ରେସ ଦେଶବାସୀଙ୍କୁ କ୍ଷମା ମାଗୁ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଦାବି କରିଛନ୍ତି।

ସେ ଟ୍ୱିଟ କରି କହିଛନ୍ତି, “ପାକିସ୍ତାନ ସ୍ୱୀକାର କରିଛି ଯେ ପୁଲୱାମା ହମଲା ପଛରେ ଇସଲାମାବାଦ ହାତ ରହିଛି। ତେଣୁ ଏବେ କଂଗ୍ରେସ ଓ ଯେଉଁ ବ୍ୟକ୍ତିମାନେ ପୁଲୱାମା ପଛରେ ଷଡ଼ଯନ୍ତ୍ର ଥିବା କହିଥିଲେ, ସେମାନେ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ।”

୨୦୧୯ ଫେବୃଆରୀ ୧୪ରେ ପୁଲୱାମାରେ ଜଣେ ଆତଙ୍କବାଦୀ ଆତ୍ମଘାତୀ ହମଲା କରିଥିଲେ। ଏଥିରେ ୪୦ ଜଣ ଯବାନ ସହିଦ ହୋଇଥିଲେ। ଏହାକୁ ନେଇ ସାରା ଦେଶରେ ପାକିସ୍ତାନ ପ୍ରତି ପ୍ରତିଶୋଧର ବହ୍ନି ଜଳିଥିଲା। ଫେବୃଆରୀ ୨୬ରେ ଭାରତୀୟ ବାୟୁସେନା ପୁଲୱାମାର ବଦଲା ନେବାକୁ ପାକିସ୍ତାନର ବାଲକୋଟରେ ଏୟାରଷ୍ଟ୍ରାଇକ କରିଥିଲା।

ତେବେ ବିରୋଧୀ ଦଳଗୁଡ଼ିକ ପୁଲୱାମା ହମଲା ପାଇଁ ସୁରକ୍ଷା ବ୍ୟବସ୍ଥାର ବିଫଳତାକୁ ଦାୟୀ କରିଥିଲେ। ଏଥିସହ ପୁଲୱାମା ହମଲା ପରେ କିଏ ଲାଭ ପାଇଲା ବୋଲି ମଧ୍ୟ ରାହୁଲ ଗାନ୍ଧି ପ୍ରଶ୍ନ କରିଥିଲେ।

ହମଲା ପରେ ହୋଇଥିବା ତଦନ୍ତରୁ କ’ଣ ସାମ୍ନାକୁ ଆସିଲା ବୋଲି ସେ ସରକାରଙ୍କୁ ଜବାବ ମାଗିଥିଲେ। ଏବେ ପାକିସ୍ତାନ ପୁଲୱାମାକୁ ସ୍ୱୀକାର କରିଥିବାରୁ କେନ୍ଦ୍ରମନ୍ତ୍ରୀ ଓ ବିଜେପି ନେତାମାନେ କଂଗ୍ରେସକୁ କ୍ଷମା ମାଗିବାକୁ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos