ବିଦ୍ରୋହୀ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ କଂଗ୍ରେସ

ବେଙ୍ଗାଲୁରୁ: କର୍ଣ୍ଣାଟକାରେ ମେଣ୍ଟ କରି ସରକାର ଗଠନ କରିଥିବା କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟକୁ ନେଇ ବିବାଦ ଏବଂ ଚର୍ଚ୍ଚା ଥମିବାର ନାଁ ଧରୁନାହିଁ। ଦଳର ହ୍ୱିପ୍‌ ସତ୍ତ୍ୱେ ବିଧାନସଭାର ବଜେଟ୍‌ ଅଧିବେଶନରେ ୯ ଜଣ କଂଗ୍ରେସ ବିଧାୟକ ଉପସ୍ଥିତ ହୋଇ ନଥିଲେ। ଏମାନଙ୍କ ମଧ୍ୟରୁ ୪ ଜଣ ବିଧାୟକଙ୍କ ଉପରେ କଂଗ୍ରେସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଆଜି ବରିଷ୍ଠ ନେତା ସିଦ୍ଧରମୈୟା କହିଛନ୍ତି। ସେ କହିଛନ୍ତି, “ଏହି ୪ ଜଣ ବିଧାୟକ ସମ୍ପର୍କରେ ମୁଁ […]

t

t

Hemant Lenka
  • Published: Friday, 08 February 2019
  • Updated: 08 February 2019, 09:48 PM IST

Sports

Latest News

ବେଙ୍ଗାଲୁରୁ: କର୍ଣ୍ଣାଟକାରେ ମେଣ୍ଟ କରି ସରକାର ଗଠନ କରିଥିବା କଂଗ୍ରେସ ଓ ଜେଡିଏସ୍‌ ମେଣ୍ଟକୁ ନେଇ ବିବାଦ ଏବଂ ଚର୍ଚ୍ଚା ଥମିବାର ନାଁ ଧରୁନାହିଁ। ଦଳର ହ୍ୱିପ୍‌ ସତ୍ତ୍ୱେ ବିଧାନସଭାର ବଜେଟ୍‌ ଅଧିବେଶନରେ ୯ ଜଣ କଂଗ୍ରେସ ବିଧାୟକ ଉପସ୍ଥିତ ହୋଇ ନଥିଲେ। ଏମାନଙ୍କ ମଧ୍ୟରୁ ୪ ଜଣ ବିଧାୟକଙ୍କ ଉପରେ କଂଗ୍ରେସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଆଜି ବରିଷ୍ଠ ନେତା ସିଦ୍ଧରମୈୟା କହିଛନ୍ତି।

ସେ କହିଛନ୍ତି, “ଏହି ୪ ଜଣ ବିଧାୟକ ସମ୍ପର୍କରେ ମୁଁ ବାଚସ୍ପତି ରମେଶ କୁମାରଙ୍କୁ ଜଣାଇବି। ଏହାପରେ ତାଙ୍କୁ ଏହି ୪ ଜଣ ବିଧାୟକଙ୍କ ବିରୋଧରେ ଦଳ ବଦଳ ନିରୋଧ ଆଇନ୍‌ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସୁପାରିସ କରିବି। ଏହି ୪ ଜଣ ବିଧାୟକ ଚିଠି ଲେଖି ବଜେଟ୍‌ ଅଧିବେଶନରେ ଉପସ୍ଥିତ ରହିବେ ନାହିଁ ବୋଲି ରୋକଠୋକ ମନା କରିଦେଇଛନ୍ତି। ତେଣୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ସେହିପରି ଅନ୍ୟ ୩ ଜଣ ଦଳୀୟ ବିଧାୟକ କଂଗ୍ରେସ ବିଧାୟକ ଦଳ ବୈଠକ କିମ୍ବା ବଜେଟ୍‌ ଅଧିବେଶନକୁ ଆସିନାହାନ୍ତି। ସେମାନଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରଶ୍ନର ଉତ୍ତର ଦେଇ ସିଦ୍ଧରମୈୟା କହିଛନ୍ତି, “ସେମାନେ ଅନୁମତି ନେଇ ଅନୁପସ୍ଥିତ ରହିବେ ବୋଲି ଆଗରୁ ଜଣାଇଥିଲେ। ତେଣୁ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେବନାହିଁ।”

ଅନ୍ୟପକ୍ଷରେ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ କହିଛନ୍ତି, “ବିଜେପି ସରକାର ସମର୍ଥିତ ବିଧାୟକଙ୍କୁ ନିଜ ଆଡ଼କୁ ଟାଣିବାକୁ ଚେଷ୍ଟା କରୁଛି। ରାଜ୍ୟରେ ଅସ୍ଥିରତା ସୃଷ୍ଟି କରିବାକୁ ଦଳ ଘୋଡ଼ାବେପାର କରୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos