ବିଚାରପତିଙ୍କୁ ମହଙ୍ଗା ପଡ଼ିଲା ବିବାଦୀୟ ରାୟ

ନୂଆଦିଲ୍ଲୀ: ଶିଶୁ ଯୌନ ନିର୍ଯାତନା ଘଟଣାରେ ବ୍ୟାକ୍‌ ଟୁ ବ୍ୟାକ୍‌ ବିବାଦୀୟ ରୁଲିଂ ଦେବା ବମ୍ବେ ହାଇକୋର୍ଟ ବିଚାରପତି ଜଷ୍ଟିସ ପୁଷ୍ପା ଗାନେଡିୱାଲାଙ୍କୁ ମହଙ୍ଗା ପଡ଼ିଛି। ବିବାଦୀୟ ରାୟ ପାଇଁ ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ ଗାନେଡିୱାଲାଙ୍କୁ ପଦୋନ୍ନତି ଦେବା ପାଇଁ କରିଥିବା ସୁପାରିସକୁ ପ୍ରତ୍ୟାହାର କରିନେଇଛନ୍ତି। ବର୍ତ୍ତମାନ ସେ ବମ୍ବେ ହାଇକୋର୍ଟଙ୍କ ନାଗପୁର ବେଞ୍ଚର ଅତିରିକ୍ତ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କୁ ହାଇକୋର୍ଟଙ୍କ ସ୍ଥାୟୀ ବିଚାରପତି ପଦ ଦେବାକୁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିଲେ। ଜଷ୍ଟିସ […]

f

f

Hemant Lenka
  • Published: Saturday, 30 January 2021
  • Updated: 30 January 2021, 03:07 PM IST

Sports

Latest News

ନୂଆଦିଲ୍ଲୀ: ଶିଶୁ ଯୌନ ନିର୍ଯାତନା ଘଟଣାରେ ବ୍ୟାକ୍‌ ଟୁ ବ୍ୟାକ୍‌ ବିବାଦୀୟ ରୁଲିଂ ଦେବା ବମ୍ବେ ହାଇକୋର୍ଟ ବିଚାରପତି ଜଷ୍ଟିସ ପୁଷ୍ପା ଗାନେଡିୱାଲାଙ୍କୁ ମହଙ୍ଗା ପଡ଼ିଛି। ବିବାଦୀୟ ରାୟ ପାଇଁ ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ ଗାନେଡିୱାଲାଙ୍କୁ ପଦୋନ୍ନତି ଦେବା ପାଇଁ କରିଥିବା ସୁପାରିସକୁ ପ୍ରତ୍ୟାହାର କରିନେଇଛନ୍ତି।

ବର୍ତ୍ତମାନ ସେ ବମ୍ବେ ହାଇକୋର୍ଟଙ୍କ ନାଗପୁର ବେଞ୍ଚର ଅତିରିକ୍ତ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କୁ ହାଇକୋର୍ଟଙ୍କ ସ୍ଥାୟୀ ବିଚାରପତି ପଦ ଦେବାକୁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିଲେ। ଜଷ୍ଟିସ ଗାନେଡିୱାଲା ଜାନୁଆରୀ ୧୯ରେ ଦେଇଥିବା ରାୟ ସମସ୍ତଙ୍କୁ ଚକିତ କରିଥିଲା।

ସେ ଶିଶୁ ଯୌନ ନିର୍ଯାତନାରେ ଫସିଥିବା ଜଣେ ୩୯ ବର୍ଷୀୟ ବ୍ୟକ୍ତିଙ୍କୁ ଦୋଷମୁକ୍ତ କରିଥିଲେ। ଏହି ସମୟରେ ସେ କହିଥିଲେ ଯେ ନାବାଳିକାଙ୍କ ପୋଷାକ ନଖୋଲି ଓ ଶରୀରକୁ ଘର୍ଷଣ ନ କରି କେବଳ ଶରୀରରେ ହସ୍ତ ସଂଚାଳନ କରିବା ଯୌନ ନିର୍ଯାତନା ନୁହେଁ। ଏହାକୁ ନେଇ ବେଶ ବିବାଦ ହୋଇଥିଲା ଓ ସୁପ୍ରିମକୋର୍ଟ ଏହା ଉପରେ ରୋକ ମଧ୍ୟ ଲଗାଇଥିଲେ।

ଏସବୁ ଭିତରେ ଜଷ୍ଟିସ ଗାନେଡିୱାଲାଙ୍କୁ ସୁପ୍ରିମକୋର୍ଟଙ୍କ ୩ ଜଣିଆ କଲେଜିୟମ ବମ୍ବେ ହାଇକୋର୍ଟଙ୍କ ସ୍ଥାୟୀ ବିଚାରପତି ଭାବେ ପଦୋନ୍ନତି ଦେବାକୁ ସୁପାରିସ କରିଥିଲେ। ଏହାକୁ ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେ ଜୋରଦାର ବିରୋଧ କରିଥିଲେ। କିନ୍ତୁ ଏବେ କଲେଜିୟମ ଆଇନ ମନ୍ତ୍ରଣାଳୟକୁ କରିଥିବା ସୁପାରିସକୁ ପ୍ରତ୍ୟାହାର କରିନେଇଛନ୍ତି।

ଜାନୁଆରୀ ୨୮ରେ ବି ଜଷ୍ଟିସ ଗାନେଡିୱାଲା ଆଉ ଏକ ଶିଶୁ ନିର୍ଯାତନା ମାମଲାରେ ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କୁ ଦୋଷମୁକ୍ତ କରିଥିଲେ। ଏହି ସମୟରେ ଜଷ୍ଟିସ ଗାନେଡିୱାଲା କହିଥିଲେ, ଜଣେ ୫ ବର୍ଷୀୟ ଝିଅର ହାତକୁ ଧରିବା ଓ ତାଙ୍କ ସମ୍ମୁଖରେ ପ୍ୟାଣ୍ଟର ଚେନ୍‌ ଖୋଲିବା ଆଦୌ ପକ୍‌ସୋ ଆଇନ ଅନୁସାରେ ଯୌନ ନିର୍ଯାତନା ନୁହେଁ। ଏହାକୁ ନେଇ ବିବାଦ ମଧ୍ୟ ଜୋର ଧରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos