୪ ଘଣ୍ଟା ଧରି ଢୁଢୁ ବର୍ଷାରେ ସେବା ଯୋଗାଇଲେ ଟ୍ରାଫିକ ପୁଲିସ୍‌, ଆଉ ତା’ପରେ

ତୁତିକୋରିନ: ବର୍ଷା ହେଉ କି ପ୍ରବଳ ଖରା, କର୍ତ୍ତବ୍ୟ ଆଗରେ ସବୁକିଛି ପଛ। ଏହି କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ଜଣେ ପୁଲିସ୍‌ କନଷ୍ଟେବଲ। ଦୀର୍ଘ ୪ ଘଣ୍ଟା ଧରି ପ୍ରବଳ ବର୍ଷା ଲାଗି ରହିଥିଲେ ହେଁ କନଷ୍ଟେବଲ ଜଣଙ୍କ ନିଜ ଡ୍ୟୁଟିରେ କୌଣସି ଅବହେଳା କରି ନାହାନ୍ତି। ଢୁଢୁ ବର୍ଷାରେ ମଧ୍ୟ ସେ ରାସ୍ତାରେ ଛିଡ଼ା ହୋଇ ଟ୍ରାଫିକ୍‌ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିଛନ୍ତି। କନଷ୍ଟେବଲଙ୍କ ଏହି ନିଷ୍ଠାକୁ ଦେଖି ବର୍ଷାରେ ଗାଡ଼ି ନେଇ ଯାଉଥିବା […]

f

f

Hemant Lenka
  • Published: Thursday, 19 November 2020
  • Updated: 19 November 2020, 04:32 PM IST

ତୁତିକୋରିନ: ବର୍ଷା ହେଉ କି ପ୍ରବଳ ଖରା, କର୍ତ୍ତବ୍ୟ ଆଗରେ ସବୁକିଛି ପଛ। ଏହି କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ଜଣେ ପୁଲିସ୍‌ କନଷ୍ଟେବଲ। ଦୀର୍ଘ ୪ ଘଣ୍ଟା ଧରି ପ୍ରବଳ ବର୍ଷା ଲାଗି ରହିଥିଲେ ହେଁ କନଷ୍ଟେବଲ ଜଣଙ୍କ ନିଜ ଡ୍ୟୁଟିରେ କୌଣସି ଅବହେଳା କରି ନାହାନ୍ତି।

ଢୁଢୁ ବର୍ଷାରେ ମଧ୍ୟ ସେ ରାସ୍ତାରେ ଛିଡ଼ା ହୋଇ ଟ୍ରାଫିକ୍‌ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିଛନ୍ତି। କନଷ୍ଟେବଲଙ୍କ ଏହି ନିଷ୍ଠାକୁ ଦେଖି ବର୍ଷାରେ ଗାଡ଼ି ନେଇ ଯାଉଥିବା ଲୋକମାନେ ତାଙ୍କୁ ସଲାମ କରିଛନ୍ତି। ତାମିଲନାଡୁର ତୁତିକୋରିନ ଜିଲ୍ଲାର ଏକ ଜନଗହଳୀ ପୂର୍ଣ୍ଣ ଅଞ୍ଚଳର ଟ୍ରାଫିକ ପୋଷ୍ଟରେ ନିୟୋଜିତ ହୋଇଥିବା କନଷ୍ଟେବଲ ମୁଥୁରାଜଙ୍କ ଏହି କାର୍ଯ୍ୟ କରିବା ଶୈଳୀର ଭିଡିଓ ସୋଶାଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି।

ସୋମବାର ଦିନ ଜନଗହଳୀପୂର୍ଣ୍ଣ ଭିଭିଡି ଜଙ୍କସନର ଟ୍ରାଫିକ ପୋଷ୍ଟରେ ମୁଥୁରାଜଙ୍କ ଡ୍ୟୁଟି ପଡ଼ିଥିଲା। ତେବେ ହଠାତ ସେଠାରେ ପ୍ରବଳ ବର୍ଷ ଆରମ୍ଭ ହୋଇଯାଇଥିଲା। ଏହା ଏକ ଜନଗହଳୀପୂର୍ଣ୍ଣ ଅଞ୍ଚଳ ହୋଇଥିବାରୁ ଯେମିତି ଟ୍ରାଫିକ ବ୍ୟବସ୍ଥାରେ ତ୍ରୁଟି ନ ହେବ, ସେଥିପାଇଁ ମୁଥୁରାଜ ରେନ୍‌କୋଟ୍‌ ପିନ୍ଧି କାର୍ଯ୍ୟରେ ଲାଗି ପଡ଼ିଥିଲେ।

ଦୀର୍ଘ ୪ ଘଣ୍ଟା କାଳ ସେ ଏଭଳି ଅବସ୍ଥାରେ ତାଙ୍କ କାର୍ଯ୍ୟ ଜାରି ରଖିଥିଲେ। ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଗୋଟିଏ ମିନିଟ୍‌ର ଭିଡିଓରେ ଏହାର ପୂରା ଦୃଶ୍ୟ ରହିଛି।

ମୁଥୁରାଜଙ୍କ ଏହି ଅସାଧାରଣ କାର୍ଯ୍ୟକୁ କେବଳ ସାଧାରଣ ଲୋକ ନୁହନ୍ତି ଖୋଦ ଏସ୍‌ପି ଏସ୍‌ ଜୟକୁମାରଙ୍କ ମଧ୍ୟ ପ୍ରଶଂସା କରିଛନ୍ତି। ସେ ଭିଡିଓ ଦେଖିବା କ୍ଷଣି ତୁରନ୍ତ ଉକ୍ତ ଜଙ୍କସନରେ କାହାକୁ କିଛି ନ କହି ଗାଡ଼ି ଧରି ପହଞ୍ଚି ଯାଇଥିଲେ। କିଛି ସମୟ ସେ ରାସ୍ତାରେ ଛିଡ଼ା ହୋଇ ମୁଥୁରାଜଙ୍କ କାର୍ଯ୍ୟକୁ ମଧ୍ୟ ଦେଖିଥିଲେ। ଏହାପରେ ସେ ଏକ ଏକ ଉପହାର ଦେଇ ମୁଥୁରାଜଙ୍କୁ ସମ୍ମାନିତ ମଧ୍ୟ କରିଥିଲେ।

୩୪ ବର୍ଷୀୟ ମୁଥୁରାଜ ଜଣେ ଗ୍ରାଜ୍ୟୁଏଟ ଓ ସ୍ପୋର୍ଟସମ୍ୟାନ। ଏସ୍‌ପିଙ୍କ ଏଭଳି ସମ୍ବର୍ଦ୍ଧନା ଯୋଗୁ ସେ ବେଶ ଖୁସଥିବା କହିଛନ୍ତି। ସେ କହିଛନ୍ତି, ମୋ କାର୍ଯ୍ୟସ୍ଥଳରେ ହିଁ ଏସ୍‌ପି ସାର୍‌ ମୋତେ ସମ୍ମାନିତ କରିବା ମୋ ପାଇଁ ଖୁସି ଓ ଗର୍ବର ବିଷୟ।

ସାଧାରଣତଃ ପୁଲିସ୍‌ କର୍ମଚାରୀମାନଙ୍କୁ ଏସପି ଅଫିସରେ ସମ୍ବର୍ଦ୍ଧନା ଦିଆଯାଏ। ହେଲେ ମୋ ପାଇଁ ଖୋଦ ଏସ୍‌ପି ସାର ଆରସିଥିଲେ। ମୁଁ ମୋର ରିଜର୍ଭ ପୁଲିସ୍‌ ଇନସପେକ୍ଟରଙ୍କୁ ମଧ୍ୟ ଧନ୍ୟବାଦ ଦେବି। କାରଣ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଷ୍ଠାପର ହେବାକୁ ଶିକ୍ଷା ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story