ରାସ୍ତା କଡ଼ ଦୋକାନୀଙ୍କ ଠେଲା ଗାଡ଼ି ଓଲଟାଇ ଦେଲେ ପୁଲିସ ବାବୁ, ଭିଡିଓ ଭାଇରାଲ
ଲକ୍ଷ୍ନୌ: ଲକଡାଉନ ସମୟରେ ଜୀବନ ଓ ଜୀବିକା ପାଇଁ ସଂଘର୍ଷ କରୁଥିବା ଜଣେ ରାସ୍ତା କଡ଼ ଦୋକାନୀଙ୍କ ପ୍ରତି ପୁଲିସ୍ର ବର୍ବରତା ସାମ୍ନାକୁ ଆସିଛି। ରାସ୍ତା କଡ଼ ଓ ରାସ୍ତାରେ ବୁଲିବୁଲି ଠେଲା ଗାଡ଼ି ଦ୍ୱାରା ମକା ବିକ୍ରି କରୁଥିବା ଜଣେ ବ୍ୟକ୍ତିଙ୍କୁ ପୁଲିସ୍ କେଉଁ ଭଳି ଭାବେ ନିର୍ଯାତନା ଦେଇଛି, ତା’ର ଭିଡିଓ ସାମ୍ନାକୁ ଆସିଛି।
ଭିଡିଓରେ ଥିବା ପୁଲିସ୍ ଅଧିକାରୀ ଜଣଙ୍କ ହେଉଛନ୍ତି ଜଣେ ସବ ଇନସପେକ୍ଟର ସେ ଠେଲା ଗାଡ଼ିରେ ଥିବା ମକା ସବୁକୁ ରାସ୍ତାରେ ଫୋପାଡ଼ିବା ସହ ଶେଷରେ ଗାଡ଼ିକୁ ମଧ୍ୟ ଓଲଟାଇ ଦେଇଛନ୍ତି। ଭିଡିଓ ଭାଇରାଲ ହେବା ପରେ ପୁଲିସ୍ ବିଭାଗ ସଂପୃକ୍ତ ସବ୍ ଇନସପେକ୍ଟରଙ୍କୁ ନିଲମ୍ବିତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏପରି କି ପୁଲିସ୍ ପକ୍ଷରୁ ସଂପୃକ୍ତ ମକା ବିକାଳୀଙ୍କୁ କ୍ଷମା ମଗାଯାଇ କ୍ଷତି ପୂରଣ ଦିଆଯାଇଛି।
सुनो दारोगा जी, जिस तरह तुमने गरीब का ठेला पलटा है. उसी के टैक्स से तुम्हे पगार मिलती है. उसी के पैसे से तुम्हारा घर चलता है इसी गरीब के पैसे से तुम्हारा बच्चा पलता है. इसी के टैक्स के पैसे से मौज करते हो. लोकतंत्र है याद रखना जब जनता तुम्हारा ठेला पलटेगी तो बनारस में रोते घूमोगे pic.twitter.com/mVD19KBbZs
— Brajesh Misra (@brajeshlive) August 10, 2020
୩୦ ସେକେଣ୍ଡର ଭିଡିଓରେ ସବ୍ ଇନସପେକ୍ଟର ବରୁଣ କୁମାର ଶାହାସି ବାରାଣସୀର ଶିବପୁର ଅଞ୍ଚଳରେ ପ୍ରଥମେ ମକା ଗୁଡ଼ିକୁ ଠେଲା ଗାଡ଼ିରୁ ରାସ୍ତାରେ ଫୋପାଡ଼ୁଛନ୍ତି। ଶେଷରେ ସେ ଠେଲା ଗାଡ଼ିଟିକୁ ଓଲଟାଇ ଦେଉଛନ୍ତି।
ସନ୍ଧ୍ୟା ୫ଟାରେ ଲକଡାଉନ ଲାଗୁ ହେଉଥିଲେ ହେଁ ଏହା ପରେ ଦୋକାନୀ ଜଣଙ୍କ ମକା ବିକ୍ରି କରୁଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ସବ ଇନସପେକ୍ଟର ବରୁଣ କୁମାର ଏପରି କରିଥିବା କୁହାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।