୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁସଂଖ୍ୟା ୮ ହଜାର ଡେଇଁଲା

ବେଜିଂ: ମହାମାରୀ କରୋନା ଭାଇରସ ଚାଇନାରୁ ଆରମ୍ଭ ହୋଇ ପୂରା ବିଶ୍ୱକୁ କବଳିତ କରିବାକୁ ବସିଲାଣି। ଡିସେମ୍ବର ମାସରେ ଚାଇନାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ। କିନ୍ତୁ ଇତି ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପି ଯାଇଛି। ସେହିପରି କରୋନା ଜନିତ ମୃତ୍ୟୁସଂଖ୍ୟା ୮ ହଜାର ଡେଇଁଛି। ଚାଇନାରେ ସ୍ଥିତି ସୁଧୁରୁଥିଲେ ହେଁ ଜର୍ମାନୀ, ଇଟାଲୀ ଓ ଇରାନ ସ୍ଥିତି ଏବେ ଭୟଙ୍କର ହୋଇଯାଇଛି। ସ୍ପେନ ଓ ଫ୍ରାନ୍ସରେ ମଧ୍ୟ ଲୋକେ ଆତଙ୍କିତ […]

r

r

Hemant Lenka
  • Published: Wednesday, 18 March 2020
  • Updated: 18 March 2020, 05:10 PM IST

Sports

Latest News

ବେଜିଂ: ମହାମାରୀ କରୋନା ଭାଇରସ ଚାଇନାରୁ ଆରମ୍ଭ ହୋଇ ପୂରା ବିଶ୍ୱକୁ କବଳିତ କରିବାକୁ ବସିଲାଣି। ଡିସେମ୍ବର ମାସରେ ଚାଇନାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ। କିନ୍ତୁ ଇତି ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପି ଯାଇଛି। ସେହିପରି କରୋନା ଜନିତ ମୃତ୍ୟୁସଂଖ୍ୟା ୮ ହଜାର ଡେଇଁଛି।

ଚାଇନାରେ ସ୍ଥିତି ସୁଧୁରୁଥିଲେ ହେଁ ଜର୍ମାନୀ, ଇଟାଲୀ ଓ ଇରାନ ସ୍ଥିତି ଏବେ ଭୟଙ୍କର ହୋଇଯାଇଛି। ସ୍ପେନ ଓ ଫ୍ରାନ୍ସରେ ମଧ୍ୟ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ସଂପୃକ୍ତ ଦେଶର ସରକାରମାନେ ଏକାଧିକ କଟକଣା ଓ ଜାତୀୟ ସ୍ୱାସ୍ଥ୍ୟ କାଳୀନ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି। ସେହିପରି ନିଜ ନିଜର ସୀମା ସିଲ କରିବା ସହ ଦେଶ ମଧ୍ୟରେ ଦୋକାନ ବଜାର ବନ୍ଦ କରିଛନ୍ତି। ତଥାପି ଦିନକୁ ଦିନ ଶହଶହ ଲୋକଙ୍କ ମୁଣ୍ଡ ଗଡ଼ିବାରେ ଲାଗିଛି।

କରୋନା ଭାଇରସ ଯୋଗୁ ବିଶ୍ୱର ଅର୍ଥନୀତି ଠପ ହୋଇଯାଇଥିବା ବେଳେ ଚାରିଆଡ଼େ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। କରୋନା ଏବେ ବିଶ୍ୱର ୧୬୮ ଦେଶରେ ନିଜର ଉପସ୍ଥିତି ଜାହିର କରିଛି।

ଇଟାଲୀରେ ଗତକାଲି ମୃତ୍ୟୁସଂଖ୍ୟା ୨୧୫୮ ଥିବା ବେଳେ ଆଜି ଏହା ୨୫୦୩ରେ ପହଞ୍ଚି ଯାଇଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧, ୫୦୬ ଥିବା ବେଳେ ଏମାନଙ୍କ ମଧ୍ୟରୁ ମାତ୍ର ୨,୯୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଚିକିତ୍ସିତ ହେଉଥିବା ୨୬,୦୬୨ ଜଣ ଲୋକଙ୍କ ମଧ୍ୟରୁ ୨,୦୬୦ଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଇରାନରେ ଗତ ୨୪ ଘଣ୍ଟାରେ ଆଉ ୧୪୭ ଜଣ ମୁଣ୍ଡ ନେଇଛି କରୋନା। ଫଳରେ ଏଠାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୧୩୫ରେ ପହଞ୍ଚିଛି। ସ୍ପେନରେ ଗତକାଲି ମୃତ୍ୟୁସଂଖ୍ୟା ୫୩୩ ଥିବା ବେଳେ ଆଜି ଏହା ୫୯୮ରେ ପହଞ୍ଚି ଯାଇଛି। ସେହିପରି ଏଠାରେ ୧୩, ୭୦୦ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଜର୍ମାନୀରେ ମଧ୍ୟ ମୃତ୍ୟୁସଂଖ୍ୟା ୨୬ରେ ପହଞ୍ଚି ଯାଇଛି।

ସାରା ବିଶ୍ୱ କଥାକୁ ବିଚାରକୁ ନେଲା ଦିନ ୫ଟା ସୁଦ୍ଧା କରୋନା ଭାଇରସରେ ୨,୦୩, ୫୬୮ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଏଥିରେ ୮,୨୨୫ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୮୨, ୮୬୬ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଆଜି ଚାଇନାରେ କରୋନା ଯୋଗୁ ୧୧ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଫଳରେ ଏଠାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩,୨୩୭ରେ ପହଞ୍ଚି ଯାଇଛି। ଏଠାରେ ୬୯,୬୧୪ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮,୦୪୩୭ ଜଣ ଚିକିତ୍ସିତ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ୨,୬୨୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।
ଦକ୍ଷିଣ କୋରିଆରେ ଆଜି ୩ ଜଣଙ୍କ ମୃତ୍ୟୁ ଘଟିବାରୁ ଏଠାରେ ମୃତ୍ୟୁସଂଖ୍ୟା ୮୩ରେ ପହଞ୍ଚି ଯାଇଛି। ଫ୍ରାନ୍ସରେ ମୃତ୍ୟୁସଂଖ୍ୟା ୧୪୮ରୁ ବୃଦ୍ଧି ପାଇଁ ୧୭୫ରେ ପହଞ୍ଚିଛି। ଆମେରିକାରେ ମୃତ୍ୟୁସଂଖ୍ୟା ୧୦୦ ଅତିକ୍ରମ କରିଛି। ଏଠାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୧୬ ଛୁଇଁଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୬,୫୨୪ ରହିଛି।

ସ୍ୱିଜରଲ୍ୟାଣ୍ଡରେ ୨୭, ବ୍ରିଟେନରେ ୭୧, ନେଦରଲ୍ୟାଣ୍ଡସରେ ୪୩, ନରୱେରେ ୪, ବେଲଜିୟମରେ ୧୦, ଅଷ୍ଟ୍ରିଆରେ ୪, ସ୍ୱିଡେନରେ ୮, ଡେନମାର୍କରେ ୪, ଜାପାନରେ ୨୯, ମ୍ୟାଲେସିୟାରେ ୨, ଅଷ୍ଟ୍ରେଲିଆରେ ୬, କାନାଡା ୪, ଗ୍ରୀସରେ ୫, ପର୍ତ୍ତୁଗାଲରେ ୨, ବ୍ରାଜିଲରେ ୨, ବାହାରିନରେ ୧, ଆୟର୍ଲ୍ୟାଣ୍ଡରେ ୨, ପୋଲାଣ୍ଡରେ ୫, ଫିଲିପାଇନ୍ସରେ ୧୭, ଥାଇଲ୍ୟାଣ୍ଡରେ ୧, ଇଣ୍ଡୋନେସିଆରେ ୧୯, ଇଜିପ୍ଟରେ ୬, ହଂକଂରେ ୪, ଇରାକରେ ୧୧, ପାକିସ୍ତାନରେ ୧, ସୁଦାନରେ ୧, ଗୁଏଟମାଲାରେ ୧, ୟୁକ୍ରେନରେ ୨, ଗୁଆନାରେ ୧, ଆର୍ଜେବାଇଜାନରେ ୧, ମର୍କୋରେ ୨, ଇକ୍ୱିଡରରେ ୨, ହଙ୍ଗେରୀରେ ୧, ଆଲବାନିଆରେ ୧, ବୁଲଗେରିଆରେ ୨, ଆଲଜେରିଆରେ ୫, ପାନମାରେ ୧, ଆର୍ଜେଣ୍ଟିନାରେ ୨, ତାଇୱାନରେ ୧, ସାନ ମାରିନୋରେ ୧୧, ଲେବାନନରେ ୩, ସ୍ଲୋଭେନିଆରେ ୧, ଓ ଭାରତରେ ୩ ଜଣ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos