ଭାରତରେ କରୋନା ଆକ୍ରାନ୍ତଙ୍କ ୨ ଶହ ଟପିଲା

ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ହୋଇ ରାଜସ୍ଥାନର ଜୟପୁରରେ ଚିକିତ୍ସିତ ହେଉଥିବା  ଆଜି ଜଣେ ଇଟାଲୀୟ ନାଗରିକ ପ୍ରାଣ ହରାଇଛନ୍ତି। ତାଙ୍କ ବୟସ ୬୯ ବର୍ଷ। ସେ ଭାରତ ଗସ୍ତରେ ଆସିଥିବା ବେଳେ ତାଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଥିଲା। ଏଥିପାଇଁ ତାଙ୍କୁ ସୱାଇ ମାନସିଂ ହସ୍ପିଟାଲରେ ଭର୍ତ୍ତି କରାଯାଇ ସମସ୍ତ ପ୍ରକାରର ଚିକିତ୍ସା ଯୋଗାଇ ଦିଆଯାଉଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେ କରୋନାରୁ ଧୀରେଧୀରେ ସୁସ୍ଥ ହେଉଥିଲେ ହେଁ ହୃଦଘାତରେ ତାଙ୍କର […]

dc

dc

Hemant Lenka
  • Published: Friday, 20 March 2020
  • Updated: 20 March 2020, 10:52 PM IST

Sports

Latest News

ନୂଆଦିଲ୍ଲୀ: କରୋନାରେ ଆକ୍ରାନ୍ତ ହୋଇ ରାଜସ୍ଥାନର ଜୟପୁରରେ ଚିକିତ୍ସିତ ହେଉଥିବା  ଆଜି ଜଣେ ଇଟାଲୀୟ ନାଗରିକ ପ୍ରାଣ ହରାଇଛନ୍ତି। ତାଙ୍କ ବୟସ ୬୯ ବର୍ଷ। ସେ ଭାରତ ଗସ୍ତରେ ଆସିଥିବା ବେଳେ ତାଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଥିଲା।

ଏଥିପାଇଁ ତାଙ୍କୁ ସୱାଇ ମାନସିଂ ହସ୍ପିଟାଲରେ ଭର୍ତ୍ତି କରାଯାଇ ସମସ୍ତ ପ୍ରକାରର ଚିକିତ୍ସା ଯୋଗାଇ ଦିଆଯାଉଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେ କରୋନାରୁ ଧୀରେଧୀରେ ସୁସ୍ଥ ହେଉଥିଲେ ହେଁ ହୃଦଘାତରେ ତାଙ୍କର ଜୀବନ ଯାଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ପୂର୍ବରୁ କର୍ଣ୍ଣାଟକା, ମୁମ୍ବାଇ, ଦିଲ୍ଲୀ ଓ ପଞ୍ଜାବରେ କରୋନା ଯୋଗୁ ଜଣେ ଲେଖାଏ ବ୍ୟକ୍ତି ପ୍ରାଣ ହରାଇଥିଲେ। ହେଲେ ଏହି ବ୍ୟକ୍ତିଙ୍କୁ କରୋନା ଭାଇରସ ଯୋଗୁ ମୃତ୍ୟୁ ଘଟିଥିବା ତାଲିକାରେ ସାମିଲ କରାଯାଇ ନାହିଁ।

ଅନ୍ୟପକ୍ଷରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରଥମଥର ପାଇଁ ୨ଶହ ଅତିକ୍ରମ କରିଛି। ଆଜି ପ୍ରାୟ ୫୦ରୁ ଅଧିକ କରୋନା ରୋଗୀ ଦେଶରେ ଚିହ୍ନଟ ହୋଇଛନ୍ତି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଭାରତର ୨୧ଟି ରାଜ୍ୟରେ ୨୪୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତେବେ କେନ୍ଦ୍ର ସରକାର ପକ୍ଷରୁ ଜାରି କରିଥିବା ରିପୋର୍ଟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୩୬ ରହିଛି। ଏମାନଙ୍କ ମଧ୍ୟରେ ୩୨ ଜଣ ବିଦେଶୀ ନାଗରିକ ରହିଛନ୍ତି। ସେହିପରି ୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪ ଜଣଙ୍କ ଜୀବନ ଯାଇଛି।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆଜି ମହାରାଷ୍ଟ୍ର,, ଗୁଜରାଟ, ପଞ୍ଜାବ, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ହରିଆଣା, କର୍ଣ୍ଣାଟକା, ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶରୁ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି।

ଶୁକ୍ରବାର ପଶ୍ଚିମବଙ୍ଗରେ ଜଣେ ବ୍ୟକ୍ତିଙ୍କ ଶରୀରରେ ଆଜି କରୋନା ଭୂତାଣୁ ଠାବ ହୋଇଛି। ସେ ନିକଟରେ ବ୍ରିଟେନରୁ ଫେରିଥିଲେ। ଏହାକୁ ମିଶାଇ ବେଙ୍ଗଲରେ କରୋନା ରୋଗୀଙ୍କ ସଂଖ୍ୟା୨ରେ ପହଞ୍ଚିଛି। ସେହିପରି ସାଉଦିରୁ ବିଶାଖାପଟନମ ଫେରିଥିବା ବ୍ୟକ୍ତିଙ୍କ ଶରୀରରେ କରୋନା ଥିବା ପରୀକ୍ଷାରୁ ସ୍ପଷ୍ଟ ହୋଇଛି। ଫଳରେ ଆନ୍ଧ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ୩ରେ ପହଞ୍ଚି ଯାଇଛି।

ପଞ୍ଜାବରେ ଆଜି ଜଣେ ୬୯ ବର୍ଷୀୟ ମହିଳା କରୋନା ରୋଗୀ ଚିହ୍ନ ହେବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ଏହି ୮ ଜଣଙ୍କ ମଧ୍ୟରୁ ଚଣ୍ଡିଗଡ଼ରେ ୫ ଜଣ ରୋଗୀ ଚିହ୍ନଟ ହୋଇଥିଲେ। ଉତ୍ତର ପ୍ରଦେଶରେ ଆଜି ଆଉ ୪ ଜଣ କରୋନା ରୋଗୀ ଚିହ୍ନଟ ହେବା ପରେ ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୩ ଛୁଇଁଛି।

ଉତ୍ତର ପ୍ରଦେଶରେ ଗାୟିକା କନିକା କପୁରଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଛି। ସେ ନିକଟରେ ଲଣ୍ଡନରୁ ଫେରିଥିଲେ। ତଥାପି ଏ ବିଷୟରେ ପ୍ରଶାସନକୁ ନ କହି ଏଣେତେଣେ ବୁଲୁଥିଲେ। ଏବେ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ କରୋନାରେ ଆକ୍ରାନ୍ତ ହେବାର ଆଶଙ୍କା ପ୍ରକାଶ ପାଇଛି।
ଗୁଜରାଟରେ ଗୁରୁବାର ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଇତି ମଧ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଛୁଇଁଛି।

ଦେଶରେ ସର୍ବାଧିକ କାରୋନା ଆକ୍ରାନ୍ତ ମହାରାଷ୍ଟ୍ରରେ ଚିହ୍ନଟ ହୋଇଛନ୍ତି। ଆଜି ସୁଦ୍ଧାରେ ଏଠାରେ ୫୨ ଜଣ ରୋଗୀ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଗତକାଲି ଏଠାରେ ୪୯ ଜଣ ରୋଗୀ ଥିବା ବେଳେ ଆଜି ମୁମ୍ବାଇ, ପୁଣେ ଓ ପିମପର ଛିଞ୍ଚୱାଡାରେ ଜଣେ ଲେଖାଏ ବ୍ୟକ୍ତିଙ୍କ ଶରରୀରେ କରୋନା ଭୂତାଣୁ ଠାବ ହୋଇଛି।

ହିମାଚଳ ପ୍ରଦେଶର କାଙ୍ଗରା ଜିଲ୍ଲାରେ ୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। କେରଳରେ ପୁଣି ଆଜି ୭ ଜଣଙ୍କ ଶରୀରରେ କରୋନା ଭୂତାଣୁ ଠାବ ହୋଇଥିବା ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେରେ ଖବର ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ଜାରି ରିପୋର୍ଟ ଅନୁସାରେ, ଦିଲ୍ଲୀରେ ୧୬ ଜଣ, ଛତିଶଗଡ଼ରେ ୧, ଆନ୍ଧ୍ର ପ୍ରଦେଶରେ ୩, ଗୁଜରାଟରେ ୫, ହରିଆଣାରେ ୩ ଜଣ, କର୍ଣ୍ଣାଟକାରେ ୧୫ ଜଣ, କେରଳରେ ୨୬ ଜଣ, ମହାରାଷ୍ଟ୍ରରେ ୪୯ ଜଣ, ଓଡ଼ିଶାରେ ୨, ପୁଡୁଚେରୀରେ ୧, ପଞ୍ଜାବରେ ୨, ରାଜସ୍ଥାନରେ ୧୫, ତାମିଲନାଡୁରେ ୩, ତେଲେଙ୍ଗାନାରେ ୮, ଚଣ୍ଡିଗଡ଼ରେ ୧, ଜମ୍ମୁ-କଶ୍ମୀରରେ ୪, ଲଦାଖରେ ୧୦, ଉତ୍ତର ପ୍ରଦେଶରେ ୨୨, ଉତ୍ତରାଖଣ୍ଡରେ ୩ ଓ ପଶ୍ଚିମବଙ୍ଗରେ ୨ ଜଣ କରୋନା ରୋଗୀ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos