କରୋନା ମୃତ୍ୟୁସଂଖ୍ୟା ୯ ହଜାର ଡେଇଁଲା, ସୁସ୍ଥ ହେଲେଣି ୮୫ ହଜାର

ବେଜିଂ: ମହାମାରୀ କରୋନା ଭାଇରସ ଜନିତ ମୃତ୍ୟୁସଂଖ୍ୟା ଆଜି ୯ ହଜାର ଅତିକ୍ରମ କରିଛି। ଚାଇନାରେ ଦିନକୁ ଦିନ ସ୍ଥିତିରେ ସୁଧାର ଆସୁଥିଲେ ହେଁ ବିଶ୍ୱର ଅନ୍ୟ ରାଷ୍ଟ୍ରରରେ କରୋନାରେ ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ବିଶ୍ୱରେ କରୋନା ଜନିତ ମୃତ୍ୟୁସଂଖ୍ୟା ୯ ହଜାର ଡେଇଁଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨,୨୫,୨୫୨ରେ ପହଞ୍ଚି ଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୮୫ ହଜାର ୭୯୭ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। […]

eg

eg

Hemant Lenka
  • Published: Thursday, 19 March 2020
  • Updated: 19 March 2020, 05:27 PM IST

Sports

Latest News

ବେଜିଂ: ମହାମାରୀ କରୋନା ଭାଇରସ ଜନିତ ମୃତ୍ୟୁସଂଖ୍ୟା ଆଜି ୯ ହଜାର ଅତିକ୍ରମ କରିଛି। ଚାଇନାରେ ଦିନକୁ ଦିନ ସ୍ଥିତିରେ ସୁଧାର ଆସୁଥିଲେ ହେଁ ବିଶ୍ୱର ଅନ୍ୟ ରାଷ୍ଟ୍ରରରେ କରୋନାରେ ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ବିଶ୍ୱରେ କରୋନା ଜନିତ ମୃତ୍ୟୁସଂଖ୍ୟା ୯ ହଜାର ଡେଇଁଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୨,୨୫,୨୫୨ରେ ପହଞ୍ଚି ଯାଇଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ୮୫ ହଜାର ୭୯୭ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଆଜି ରୁଷ ଓ ମେକ୍ସିକୋରେ ପ୍ରଥମ ମୁଣ୍ଡ କରୋନା ନେଇଥିବା ବେଳେ ସମଗ୍ର ୟୁରୋପଠାରୁ ଆରମ୍ଭ କରି ଏସିଆ ମହାଦେଶର ଏକାଧିକ ସ୍ଥାନରେ ସୀମା ସିଲ କରିଦିଆଯାଇଛି। ବିଶେଷ କରି ଇରାନ, ଇଟାଲୀ ଓ ସ୍ପେନ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଏହି କାରଣୁ ଏଠାକାର ସରକାରମାନେ ନିଜ ନିଜ ଦେଶର ସଂପୂର୍ଣ୍ଣ ଲକ ଡାଉନ କରିଦେଇଛନ୍ତି

ଏକାଧିକ ବିମାନ କମ୍ପାନୀ ମଧ୍ୟ ସେମାନଙ୍କ ସେବା ବନ୍ଦ କରିଦେଇଛନ୍ତି। ତଥାପି ଦିନକୁ ଦିନ ଶହଶହ ଲୋକଙ୍କ ମୁଣ୍ଡ ଗଡ଼ିବାରେ ଲାଗିଛି। କରୋନା ଭାଇରସ ଯୋଗୁ ବିଶ୍ୱର ଅର୍ଥନୀତି ଠପ ହୋଇଯାଇଥିବା ବେଳେ ଚାରିଆଡ଼େ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ୧୬୮ ଦେଶରେ ନିଜର ଉପସ୍ଥିତି ଜାହିର କରିଥିବା କରୋନା ଆଜି ଆଉ ୧୦ ଦେଶକୁ କବଳିତ କରିଛି।

ଇରାନରେ ଗତ ୨୪ ଘଣ୍ଟାରେ ଆଉ ୧୪୯ ଜଣ ମୁଣ୍ଡ ନେଇଛି କରୋନା। ଫଳରେ ଏଠାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୨୮୪ରେ ପହଞ୍ଚିଛି। ସ୍ପେନରେ ଗତକାଲି ମୃତ୍ୟୁସଂଖ୍ୟା ୫୯୮ରେ ଥିବା ବେଳେ ଆଜି ୭୬୭ରେ ପହଞ୍ଚି ଯାଇଛି। ଏଠାରେ ୧୭, ୧୪୭ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।

ସାରା ବିଶ୍ୱ କଥାକୁ ବିଚାରକୁ ନେଲା ଦିନ ୫ଟା ସୁଦ୍ଧା କରୋନା ଭାଇରସରେ ୨,୨୫, ୨୫୨ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି। ସେହିପରି ଏଥିରେ ୯୨୭୬ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୮୫, ୮୨୫ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଆଜି ଚାଇନାରେ କରୋନା ଯୋଗୁ ୮ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଫଳରେ ଏଠାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩,୨୪୫ରେ ପହଞ୍ଚି ଯାଇଛି। ଏଠାରେ ୭୦,୪୨୦ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭,୨୬୩ ଜଣ ଚିକିତ୍ସିତ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ୨,୨୭୪ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଦକ୍ଷିଣ କୋରିଆରେ ଆଜି ୭ ଜଣଙ୍କ ମୃତ୍ୟୁ ଘଟିବାରୁ ଏଠାରେ ମୃତ୍ୟୁସଂଖ୍ୟା ୯୧ରେ ପହଞ୍ଚି ଯାଇଛି। ଫ୍ରାନ୍ସରେ ମୃତ୍ୟୁସଂଖ୍ୟା ୧୭୫ରୁ ବୃଦ୍ଧି ପାଇ ୨୬୪ରେ ପହଞ୍ଚିଛି। ଆମେରିକାରେ ମୃତ୍ୟୁସଂଖ୍ୟା ଗତକାଲି ୧୧୬ ଥିବା ବେଳେ ଆଜି ଏହା ୧୫୫ରେ ପହଞ୍ଚି ଯାଇଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୯,୪୬୪ ରହିଛି। ଜର୍ମାନୀରେ ମୃତ୍ୟୁସଂଖ୍ୟା ୨୬ରୁ ବୃଦ୍ଧି ପାଇ ୩୧ ଛୁଇଁଛି।

ସ୍ୱିଜରଲ୍ୟାଣ୍ଡରେ ୩୬, ବ୍ରିଟେନରେ ୧୦୪, ନେଦରଲ୍ୟାଣ୍ଡସରେ ୫୮, ଅଷ୍ଟ୍ରିଆରେ ୫, ବେଲଜିୟମରେ ୨୧, ନରୱେରେ ୬, ସ୍ୱିଡେନରେ ୧୦, ଡେନମାର୍କରେ ୬, ଜାପାନରେ ୩୨, ମ୍ୟାଲେସିୟାରେ ୨, କାନାଡା ୯, ଅଷ୍ଟ୍ରେଲିଆରେ ୬, ପର୍ତ୍ତୁଗାଲରେ ୨, ବ୍ରାଜିଲରେ ୨, ଗ୍ରୀସରେ ୫, ଆୟର୍ଲ୍ୟାଣ୍ଡରେ ୨, ପାକିସ୍ତାନରେ ୨, ପୋଲାଣ୍ଡରେ ୫, ଇଣ୍ଡୋନେସିଆରେ ୨୫, ବାହାରିନରେ ୧, ଫିଲିପାଇନ୍ସରେ ୧୭, ଥାଇଲ୍ୟାଣ୍ଡରେ ୧, ଇଜିପ୍ଟରେ ୬, ହଂକଂରେ ୪, ଇରାକରେ ୧୨, ରୁଷରେ ୧, ସୁଦାନରେ ୧, ଗୁଏଟମାଲାରେ ୧, ୟୁକ୍ରେନରେ ୨, ଗୁଆନାରେ ୧, ଆର୍ଜେବାଇଜାନରେ ୧, ମର୍କୋରେ ୨, ଇକ୍ୱିଡରରେ ୨, ହଙ୍ଗେରୀରେ ୧, ଆଲବାନିଆରେ ୧, ବୁଲଗେରିଆରେ ୩, ଆଲଜେରିଆରେ ୮, ପାନମାରେ ୧, ଆର୍ଜେଣ୍ଟିନାରେ ୩, ତାଇୱାନରେ ୧, ସାନ ମାରିନୋରେ ୧୪, ମେକ୍ସିକୋରେ ୧, ଲେବାନନରେ ୪, ସ୍ଲୋଭେନିଆରେ ୧, ଓ ଭାରତରେ ୩ ଜଣ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos