୨୧ ଶହ ଅତିକ୍ରମ କଲା କରୋନା ମୃତ୍ୟୁସଂଖ୍ୟା, ସ୍ଥିତି ଅସମ୍ଭାଳ

ବେଜିଂ: ଭୟଙ୍କର କରୋନା ଭାଇରସ ସ୍ଥିତି ଦିନକୁ ଦିନ ସଂଗୀନ ହେବାରେ ଲାଗିଛି। ଚାଇନାରେ ଭୟଙ୍କର ରୂପ ଧାରଣ କରିଥିବା କରୋନା ଭାଇରସରେ ଆଉ ୧୧୪ ଜଣଙ୍କ ମୁଣ୍ଡ ଗଡ଼ିଛି। ଫଳରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୧୧୮ରେ ପହଞ୍ଚି ଯାଇଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୭୪,୫୭୬ ରହିଛି। ଏମାନଙ୍କ ମଧ୍ୟରୁ ୪ ହଜାରରୁ ଅଧିକ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା କୁହାଯାଉଛି। ଅନ୍ୟପକ୍ଷରେ ଆକ୍ରାନ୍ତଙ୍କ ସଂଖ୍ୟା ନେଇ ଚାଇନା ପ୍ରଶାସନ ମିଛ କହୁଥିବା ଏବେ ସାମ୍ନାକୁ ଆସିଛି। […]

r

r

Hemant Lenka
  • Published: Thursday, 20 February 2020
  • Updated: 20 February 2020, 04:44 PM IST

ବେଜିଂ: ଭୟଙ୍କର କରୋନା ଭାଇରସ ସ୍ଥିତି ଦିନକୁ ଦିନ ସଂଗୀନ ହେବାରେ ଲାଗିଛି। ଚାଇନାରେ ଭୟଙ୍କର ରୂପ ଧାରଣ କରିଥିବା କରୋନା ଭାଇରସରେ ଆଉ ୧୧୪ ଜଣଙ୍କ ମୁଣ୍ଡ ଗଡ଼ିଛି। ଫଳରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୧୧୮ରେ ପହଞ୍ଚି ଯାଇଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୭୪,୫୭୬ ରହିଛି।

ଏମାନଙ୍କ ମଧ୍ୟରୁ ୪ ହଜାରରୁ ଅଧିକ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା କୁହାଯାଉଛି। ଅନ୍ୟପକ୍ଷରେ ଆକ୍ରାନ୍ତଙ୍କ ସଂଖ୍ୟା ନେଇ ଚାଇନା ପ୍ରଶାସନ ମିଛ କହୁଥିବା ଏବେ ସାମ୍ନାକୁ ଆସିଛି। କାରଣ ଗତକାଲି ୧୮ ଶହ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ହଠାତ୍‌ ଏହା କେମିତି ୩୯୪କୁ ଖସି ଆସିଲା, ତା’ହା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି।

ଏହି ତଥ୍ୟ ପରେ ଚାଇନା ସରକାର ମୃତକଙ୍କ ସଂଖ୍ୟା ମଧ୍ୟ ଲୁଚାଇଥିବା ଏବେ ଲୋକେ କହିବା ଆରମ୍ଭ କରିଛନ୍ତି। କରୋନା ଯୋଗୁ ୫୦ ହଜାରରୁ ଅଧିକ ଲୋକ ଚାଇନାରେ ପ୍ରାଣ ହରାଇ ସାରିଥିବା ସ୍ଥାନୀୟ ବ୍ୟବସାୟୀମାନେ ଅତ୍ୟନ୍ତ ଗୁପ୍ତ ଭାବେ ଗଣମାଧ୍ୟମକୁ ଜଣାଇଛନ୍ତି।

ଆଜି ଚାଇନା ହେଲଥ କମିଶନ ପକ୍ଷରୁ କୁହାଯାଇଛି ଯେ ଡିସେମ୍ବର ମାସ ପରେ ପ୍ରଥମ ଥର ପାଇଁ ଚାଇନାରେ ଆକ୍ରାନ୍ତ ସଂଖ୍ୟା ହ୍ରାସ ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ମାତ୍ର ୩୯୪ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି। କିନ୍ତୁ ୨୪ ଘଣ୍ଟା ମଧ୍ୟରେ ୧୧୪ ଜଣଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରୁ ଭାଇରସର କେନ୍ଦ୍ରସ୍ଥଳ କୁହାଯାଉଥିବା ଉହାନରେ ସର୍ବାଧିକ ୧୦୮ ଜଣଙ୍କ ମୃତ୍ୟୁ ଘଟିଛି।

ହେବେଇ, ସଂଘାଇ, ଫୁଜିଆନ, ଶାନଡଙ୍ଗ, ୟୁନ୍ନାନ ଓ ଶାନକ୍ସରେ ଜଣେ ଲେଖାଏ ଲୋକଙ୍କ ଜୀବନ ଯାଇଛି। ଆକ୍ରାନ୍ତ ହୋଇଥିବା ୭୪,୫୭୬ ଜଣଙ୍କ ମଧ୍ୟରୁ କେବଳ ଉହାନରେ ୬୨, ୦୩୧ ଜଣ ରୋଗୀ ଅଛନ୍ତି। ହୁବେଇ ବାହାରେ ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୪୫ ଜଣ ନୂଆ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫେବୃଆରୀ ୯ରେ ସର୍ବାଧିକ ୮୯୦ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ଆସିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos