କରୋନା ମୃତ୍ୟୁସଂଖ୍ୟା ୪ ହଜାର ଡେଇଁଲା

ବେଜିଂ: ଚାଇନାରୁ ସୃଷ୍ଟି ହୋଇଥିବା ପ୍ରାଣଘାତୀ କରୋନା ଭାଇରସ ଏବେ ୧୦୦ରୁ ଅଧିକ ଦେଶକୁ କବଳିତ କରି ରଖିଛି। ଦିନକୁ ଦିନ ଚାଇନା ସମେତ ଏକାଧିକ ରାଷ୍ଟ୍ରରେ ଶତାଧିକ ଲୋକ ପ୍ରାଣ ହରାଇବାରେ ଲାଗିଛନ୍ତି। ଡିସେମ୍ବର ମାସରେ ଚାଇନାର ଉହାନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ଇତି ମଧ୍ୟରେ ୪ ହଜାରରୁ ଅଧିକ ମୁଣ୍ଡ ନେଇ ସାରିଲାଣି। କରୋନା ସୃଷ୍ଟି ହୋଇଥିବା ଚାଇନାରେ ୨୪ ଘଣ୍ଟା ମଧ୍ୟରେ ଆଉ ୧୯ ଜଣଙ୍କ ଜୀବନ ଯାଇଛି। ଫଳରେ ଏଠାରେ […]

corona viruse

corona viruse

Hemant Lenka
  • Published: Tuesday, 10 March 2020
  • Updated: 10 March 2020, 03:54 PM IST

Sports

Latest News

ବେଜିଂ: ଚାଇନାରୁ ସୃଷ୍ଟି ହୋଇଥିବା ପ୍ରାଣଘାତୀ କରୋନା ଭାଇରସ ଏବେ ୧୦୦ରୁ ଅଧିକ ଦେଶକୁ କବଳିତ କରି ରଖିଛି। ଦିନକୁ ଦିନ ଚାଇନା ସମେତ ଏକାଧିକ ରାଷ୍ଟ୍ରରେ ଶତାଧିକ ଲୋକ ପ୍ରାଣ ହରାଇବାରେ ଲାଗିଛନ୍ତି। ଡିସେମ୍ବର ମାସରେ ଚାଇନାର ଉହାନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ଇତି ମଧ୍ୟରେ ୪ ହଜାରରୁ ଅଧିକ ମୁଣ୍ଡ ନେଇ ସାରିଲାଣି।

କରୋନା ସୃଷ୍ଟି ହୋଇଥିବା ଚାଇନାରେ ୨୪ ଘଣ୍ଟା ମଧ୍ୟରେ ଆଉ ୧୯ ଜଣଙ୍କ ଜୀବନ ଯାଇଛି। ଫଳରେ ଏଠାରେ ମୃତ୍ୟୁସଂଖ୍ୟା ୩,୧୩୬ରେ ପହଞ୍ଚି ଯାଇଛି। ସେହିପରି ଶତାଧିକ ନୂଆ ରୋଗୀ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଚାଇନା ବ୍ୟତୀତ ଇଟାଲୀ ଓ ଇରାନରେ କରୋନା ତା’ର କୟା ବିସ୍ତାର କରିବା ସହ ଜଣଙ୍କ ପରେ ଜଣଙ୍କ ମୁଣ୍ଡ ନେବାରେ ଲାଗିଛି। ମିଳିଥିବା ସୂଚନା ଅନୁଯାୟୀ, ଚାଇନା ବାହାରେ ୮୮୨ ଜଣଙ୍କ ମୃତ୍ୟୁ କରୋନା ଯୋଗୁ ହୋଇଥିବା ବେଳେ ୩୨, ୨୫୫ ଜଣ ଆକ୍ରାନ୍ତ ହୋଇଛନ୍ତି।

ଚାଇନାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୦,୭୫୪ ରହିଛି। ପ୍ରାୟ ୬୦ ହଜାର ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବା ବିଭିନ୍ନ ଦେଶ ପକ୍ଷରୁ ଦାବି କରାଯାଇଛି। ହେଲେ ସେମାନଙ୍କ ମଧ୍ୟରୁ କିଛି ଲୋକ ପୁଣି କରୋନା ଭାଇରସରେ ଆକ୍ରାନ୍ତ ହେଉଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି।

ବର୍ତ୍ତମାନ ସାରା ବିଶ୍ୱରେ କରୋନା ୪୦୧୮ ଜଣଙ୍କ ମୁଣ୍ଡ ନେଇଥିବା ବେଳେ ଏହି ଭାଇରସରେ ଆକ୍ରାନ୍ତ ହୋଇ ୧୧୩,୦୦୯ ଜଣ ଚିକିତ୍ସିତ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ୩୦ ହଜାରରୁ ଅଧିକ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଇଟାଲୀରେ ସର୍ବାଧିକ ୪୬୩ ଜଣ ମୃତ୍ୟୁ ଘଟିଥିବା ବେଳେ ଇରାନରେ ୨୩୭, ଦକ୍ଷିଣ କୋରିଆରେ ୫୪, ଫ୍ରାନ୍ସରେ ୩୦, ସ୍ପେନରେ ୨୮, ଆମେରିକାରେ ୨୬, ଜାପାନରେ ୧୬, ଇରାକରେ ୭ ହଂକଂରେ ୩, ଅଷ୍ଟ୍ରେଲିଆରେ ୩, ଜର୍ମାନୀରେ ୨, ଫିଲିପାଇନ୍ସରେ ୧, ସ୍ୱିଜରଲ୍ୟାଣ୍ଡରେ ୧, ନେଦରଲ୍ୟାଣ୍ଡସରେ ୧, ଆର୍ଜେଣ୍ଟିନାରେ ୧, ଇଜିପ୍ଟିରେ ୧, ତାଇୱାନରେ ୧, ଥାଇଲ୍ୟାଣ୍ତରେ ୧ ଓ କ୍ୟାନାଡାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ କରୋନା ଭାଇରସ ଯୋଗୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos