ରାତି ପାହିଲେ ଦିଲ୍ଲୀ ଫୈସଲା, କିଏ କରିବ ବାଜିମାତ

ନୂଆଦିଲ୍ଲୀ: କ’ଣ ଅରବିନ୍ଦ କେଜ୍ରିୱାଲ ହ୍ୟାଟ୍ରିକ କରିବେ ନା ବିଜେପି ୨୨ ବର୍ଷ ପରେ ଦିଲ୍ଲୀ ଦରବାରରେ କ୍ଷମତା ଦଖଲ କରିବ? କ’ଣ କଂଗ୍ରେସ ଏକଜିଟ୍‌ ପୋଲକୁ ଭୁଲ ପ୍ରମାଣିତ କରି ଦିଲ୍ଲୀରେ ଖାତା ଖୋଲିବାକୁ ସକ୍ଷମ ହେବ? ଏସବୁ ପ୍ରଶ୍ନ ଭିତରେ ଆସନ୍ତାକାଲି ଦିଲ୍ଲୀ ବିଧାନସଭା ପାଇଁ ହୋଇଥିବା ମତଦାନର ଗଣତି ହେବ। ଇଭିଏମର ସିଲ ଖୋଲିବା ସହ କିଏ ଦିଲ୍ଲୀ ଦଖଲ କରିବ, ତାହା ମଧ୍ୟ ପ୍ରମାଣିତ ହୋଇଯିବ। ଏକଜିଟ ପୋଲ ଅନୁଯାୟୀ, କେଜ୍ରିୱାଲଙ୍କ […]

ec

ec

Hemant Lenka
  • Published: Monday, 10 February 2020
  • Updated: 10 February 2020, 08:57 PM IST

Sports

Latest News

ନୂଆଦିଲ୍ଲୀ: କ’ଣ ଅରବିନ୍ଦ କେଜ୍ରିୱାଲ ହ୍ୟାଟ୍ରିକ କରିବେ ନା ବିଜେପି ୨୨ ବର୍ଷ ପରେ ଦିଲ୍ଲୀ ଦରବାରରେ କ୍ଷମତା ଦଖଲ କରିବ? କ’ଣ କଂଗ୍ରେସ ଏକଜିଟ୍‌ ପୋଲକୁ ଭୁଲ ପ୍ରମାଣିତ କରି ଦିଲ୍ଲୀରେ ଖାତା ଖୋଲିବାକୁ ସକ୍ଷମ ହେବ? ଏସବୁ ପ୍ରଶ୍ନ ଭିତରେ ଆସନ୍ତାକାଲି ଦିଲ୍ଲୀ ବିଧାନସଭା ପାଇଁ ହୋଇଥିବା ମତଦାନର ଗଣତି ହେବ।

ଇଭିଏମର ସିଲ ଖୋଲିବା ସହ କିଏ ଦିଲ୍ଲୀ ଦଖଲ କରିବ, ତାହା ମଧ୍ୟ ପ୍ରମାଣିତ ହୋଇଯିବ। ଏକଜିଟ ପୋଲ ଅନୁଯାୟୀ, କେଜ୍ରିୱାଲଙ୍କ ଆମ ଆଦମୀ ପାର୍ଟି ପୁଣି କ୍ଷମତା ଦଖଲ କରିବ ବୋଲି କୁହାଯାଇଛି। ହେଲେ ବିଜେପି ଏହାକୁ ମାନିବାରୁ ନାରାଜ। ଦିଲ୍ଲୀରେ ମୋଦି-ଶାହ ଯୋଡ଼ିଙ୍କ ଗୋଟି ଚାଳନା କାମ ଦେବ ଓ ବିଜେପି ବାଜିମାତ କରିବ ବୋଲି ଦଳ ଦମ୍ଭୋକ୍ତି କରିଛି।

ଆସନ୍ତାକାଲି ଭୋଟ ଗଣତି ପାଇଁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ମଙ୍ଗଳବାର ସକାଳ ୮ଟାରୁ ୨୧ କେନ୍ଦ୍ରରେ ଭୋଟ ଗଣତି ହେବ। ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଦିଲ୍ଲୀର ମୁଖ୍ୟ ନିର୍ବାଚନ ଅଧିକାରୀ ରଣବୀର ସିଂହ କହିଛନ୍ତି, “ଠିକ୍‌ ଓ ଶାନ୍ତି ଶୃଙ୍ଖଳାର ସହ ଭୋଟ ଗଣତି କରିବାକୁ ଆମେ ସବୁ ପ୍ରକାରର ପ୍ରସ୍ତୁତି କରୁଛି। ସକାଳ ୮ଟାରୁ ଭୋଟ ଗଣତି ହେବ। ୨୧ଟି କେନ୍ଦ୍ରରେ ଆଇନ ଶୃଙ୍ଖଳା ବଜାୟୀ ରଖିବା ପାଇଁ ପାରାମିଲିଟାରୀ ଫୋର୍ସ ଓ ଦିଲ୍ଲୀର ପୁଲିସ୍‌ର କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି।

ସେହିପରି ଇଭିଏମର ସୁରକ୍ଷା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଫେବୃଆରୀ ୮ରେ ଶେଷ ହୋଇଥିବା ମତଦାନାରେ ୬୨.୫୯% ଲୋକ ପୋଲିଂ ହେଇଥିଲା। ବାଲ୍ଲିମାରନାରେ ସର୍ବାଧିକ ୭୧.୬% ଭୋଟିଂ ହୋଇଥିଲା। ଆମର ଆଶା ଆସନ୍ତାକାଲି ସନ୍ଧ୍ୟା ୬ଟା ସୁଦ୍ଧା ଭୋଟ ଗଣତି ସହ ଫଳାଫଳ ପ୍ରକାଶ କରିବୁ।

ଭୋଟ ଗଣତି ଓ ବ୍ୟକ୍ତିଗତ ଆସନଗୁଡ଼ିକ ସମ୍ପର୍କରେ ସମସ୍ତ ତଥ୍ୟ ଭାରତୀୟ ନିର୍ବାଚନ କମିଶନଙ୍କ ଅଫିସିଆଲ ୱେବସାଇଟରେ ଉପଲବ୍ଧ ହେବ। ଯେ କୌଣସି ଲୋକ eciresults.nic.in, eci.gov.in and results.eci.gov.inରେ ଦିଲ୍ଲୀ ନିର୍ବାଚନ ସମ୍ପର୍କରେ ସମସ୍ତ ତଥ୍ୟ ପାଇପାରିବେ। ସେହିପରି ଇସିଙ୍କ ଟ୍ୱିଟର ଆକାଉଣ୍ଟରେ ମଧ୍ୟ ଆମେ ତଥ୍ୟ ଦେବାକୁ ଚେଷ୍ଟା କରିବୁ।”

ଅନ୍ୟପକ୍ଷରେ ଦେଶର ବିଭିନ୍ନ ଗଣମାଧ୍ୟମ ଓ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ ପୋଲର ରିପୋର୍ଟ ଅନୁଯାୟୀ, ଦିଲ୍ଲୀରେ ଆମ ଆଦମୀ ପୁଣିଥରେ ରେକର୍ଡ ବିଜୟ ହାସଲ କରିବ। ବିଜେପି ୧୦ଟି ଆସନ ମଧ୍ୟରେ ସୀମିତ ରହିବ ଓ କଂଗ୍ରେସ ଖାତା ଖୋଲି ପାରିବ ନାହିଁ କିମ୍ବା ଅତିବେଶୀରେ ଗୋଟିଏ ଆସନ ଜିତିବ ବୋଲି ଅଧିକାଂଶ ସଂସ୍ଥା ପୂର୍ବାନୁମାନ କରିଛନ୍ତି।

ପୂର୍ବରୁ ଲୋକସଭା ଓ ମହାରାଷ୍ଟ୍ର ନିର୍ବାଚନରେ ଠିକ୍‌ ଆକଳନ କରିଥିବା ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆର ଏକଜିଟ ପୋଲ ଅନୁଯାୟୀ, ଆପ ଦିଲ୍ଲୀର ୭୦ଟି ବିଧାନସଭା ଆସନରୁ ୫୯ରୁ ୬୮, ବିଜେପି ୨ରୁ ୧୧, ଅନ୍ୟାନ୍ୟ ଦଳ ୪-୬ ଓ କଂଗ୍ରେସ କୌଣସି ଆସନରେ ବିଜୟୀ ହୋଇପାରିବ ନାହିଁ ବୋଲି ଆକଳନ କରିଛି।

ଟାଇମ୍ସ ନାଓର ସର୍ଭେ ରିପୋର୍ଟ ଅନୁଯାୟୀ ୭୦ ଲୋକସଭା ଆସନରୁ ଆପ୍ ୪୪, ବିଜେପି ୨୬+, କଂଗ୍ରେସ ଏବଂ ଅନ୍ୟାନ୍ୟ ଦଳ କୌଣସି ଆସନରେ ଜିତି ପାରିବେ ନାହିଁ ବୋଲି ଆକଳନ କରିଛି।

ରିପବ୍ଲିକ ଟିଭି ଜନ କି ବାତର ରିପୋର୍ଟ ଅନୁଯାୟୀ ଆପ୍ ୪୮-୬୧, ବିଜେପି ୯-୨୧, କଂଗ୍ରେସ ୦-୧ ଆସନରେ ଜିତିବ।
ନ୍ୟୁଜ ଏକ୍ସ ପୋଲଷ୍ଟାର୍ଟର ରିପୋର୍ଟ ଅନୁଯାୟୀ ଆପ୍ ୫୦-୫୬, ବିଜେପି ୧୦-୧୪ ଏବଂ କଂଗ୍ରେସ ଏବଂ ଅନ୍ୟାନ୍ୟ ପ୍ରାର୍ଥୀ କୌଣସି ଆସନରେ ଜିତିପାରିବେ ନାହିଁ।

୨୦୧୫ରେ ହୋଇଥିବା ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ ୬୭ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୩ଟି ଆସନରେ ବିଜୟୀ ହୋଇଥିଲା। କଂଗ୍ରେସ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲା।

୨୦୧୩ରେ ଆପ ଏଠାରେ ସରକାର ଗଠନ କରିଥିଲା। ତେବେ ଡିସେମ୍ବର ୨୦୧୩ରୁ ଫେବୃଆରୀ ୨୦୧୪ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିବା ପରେ ଅରବିନ୍ଦ କେଜ୍ରିୱାଲ ଇସ୍ତଫା ଦେଇଥିଲେ। ଫଳରେ ୪୯ ଦିନ ପରେ ସରକାର ଭାଙ୍ଗି ଯାଇଥିଲା। ଏହାପରେ ୨୦୧୫ରେ ଭୋଟ ହୋଇଥିଲା ଏବଂ କେଜ୍ରିୱାଲ ପୂର୍ଣ୍ଣବହୁମତ ସହ ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos