ଜାମିନ ପରେ ବି ଏନଏସଏରେ ଅଟକ ଥିଲେ‌, କିନ୍ତୁ ଅସନ୍ତୋଷ ପ୍ରକାଶ କରି ମୁକ୍ତ କଲେ କୋର୍ଟ

ପ୍ରାୟଗରାଜ: ଦଙ୍ଗା, ପୋଡ଼ା ଜଳା ଭଳି ଘଟଣାରେ ଗିରଫ ହେବା ପରେ ଜଣେ ଯୁବକଙ୍କ ବିରୋଧରେ କଠୋର ଜାତୀୟ ସୁରକ୍ଷା ଆଇନ(ଏନଏସଏ) ଲଗାଯାଇଥିଲା। ହେଲେ ଆହ୍ଲାବାଦ ହାଇକୋର୍ଟ ସଂପୃକ୍ତ ଯୁବକଙ୍କ ଆବେଦନର ଶୁଣାଣି କରି ତୀବ୍ର ଉତ୍ତର ପ୍ରଦେଶର ପ୍ରଶାସନ ଓ ପୁଲିସ୍‌ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ତାଙ୍କୁ ତୁରନ୍ତ ଜେଲ୍‌ରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଶାସନର ଅବହେଳା ଯୋଗୁ ସ୍ୱଚ୍ଛ ଓ ନିରପେକ୍ଷ ଶୁଣାଣିରୁ ଯୁବକ ଜଣଙ୍କ ବଞ୍ଚିତ ହୋଇଥିଲେ […]

e

e

Hemant Lenka
  • Published: Thursday, 10 December 2020
  • Updated: 10 December 2020, 04:26 PM IST

Sports

Latest News

ପ୍ରାୟଗରାଜ: ଦଙ୍ଗା, ପୋଡ଼ା ଜଳା ଭଳି ଘଟଣାରେ ଗିରଫ ହେବା ପରେ ଜଣେ ଯୁବକଙ୍କ ବିରୋଧରେ କଠୋର ଜାତୀୟ ସୁରକ୍ଷା ଆଇନ(ଏନଏସଏ) ଲଗାଯାଇଥିଲା। ହେଲେ ଆହ୍ଲାବାଦ ହାଇକୋର୍ଟ ସଂପୃକ୍ତ ଯୁବକଙ୍କ ଆବେଦନର ଶୁଣାଣି କରି ତୀବ୍ର ଉତ୍ତର ପ୍ରଦେଶର ପ୍ରଶାସନ ଓ ପୁଲିସ୍‌ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଥିସହ ତାଙ୍କୁ ତୁରନ୍ତ ଜେଲ୍‌ରୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଶାସନର ଅବହେଳା ଯୋଗୁ ସ୍ୱଚ୍ଛ ଓ ନିରପେକ୍ଷ ଶୁଣାଣିରୁ ଯୁବକ ଜଣଙ୍କ ବଞ୍ଚିତ ହୋଇଥିଲେ ବୋଲି କୋର୍ଟ ଟିପ୍ପଣୀ କରିଛନ୍ତି।

ଜୁନ୍‌ ମାସରେ ପୂର୍ବ ଉତ୍ତର ପ୍ରଦେଶ ଜଉନପୁରରୁ ଜାଭେଦ ସିଦ୍ଦକିଙ୍କୁ ଗିରଫ କରାଯାଇଥିଲା। ପୁଲିସ୍‌ ତାଙ୍କୁ ଦଙ୍ଗା ଓ ପୋଡ଼ାଜଳା ଭଳି ଘଟଣାରେ ଗିରଫ କରିଥିଲା। ତାଙ୍କୁ ୧୦ ଦିନ ପରେ ଜାମିନ ମିଳିଯିବାରୁ ପୁଲିସ୍‌ର ଆବେଦନକ୍ରମେ ଜିଲ୍ଲା ମାଜିଷ୍ଟ୍ରେଟ ତାଙ୍କ ନାଁରେ ଏନଏସଏ ଲାଗୁ କରି ଜେଲ୍‌ରୁ ବାହାରିବାକୁ ଅନୁମତି ଦେଇ ନଥିଲେ।

ସେବେଠାରୁ ସେ ଜେଲ୍‌ରେ ରହିଛନ୍ତି। ଡିସେମ୍ବର ୭ରେ ଆହ୍ଲାବାଦ ହାଇକୋର୍ଟର ଜଷ୍ଟିସ ପ୍ରୀତିନକେର ଦିୱାକର ଓ ଜଷ୍ଟିସ ପ୍ରଦୀପ କୁମାର ଶ୍ରୀବାସ୍ତବ ଏହି ମାମଲାର ଶୁଣାଣି କରିଥିଲେ। ଜାଭେଦଙ୍କୁ ଜେଲ୍‌ରୁ ମୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇ କୋର୍ଟ କହିଛନ୍ତି, ଯେଉଁ ଆଇନରେ କାର୍ଯ୍ୟନିବାର୍ହୀ ଅଧିକାରୀଙ୍କୁ ଦେଶର ସାଧାରଣ ଆଇନକୁ ବିଚାର ନକରି ଓ କୋର୍ଟଙ୍କ ବିନା ଶୁଣାଣିରେ ଅଟକ ରଖିବାରୁ କ୍ଷମତା ଦିଆଇଯାଇଛି, ସେଭଳି ଆଇନକୁ ବ୍ୟବହାର କରିବା ବେଳେ ଅଧିକ ଯତ୍ନବାନ ହେବାକୁ ପଡ଼ିବ ଓ କାର୍ଯ୍ୟନିବାର୍ହୀ ଅଧିକାରୀଙ୍କୁ ଅଧିକ ସତର୍କତାର ସହ ଏହାକୁ ପ୍ରୟୋଗ କରିବାକୁ ହେବ ବୋଲି କୋର୍ଟ କହିଛନ୍ତି।

ଜଉନପୁରର shantytownରେ ହୋଇଥିବା ଦଙ୍ଗା ଓ ପୋଡ଼ାଜଳା ଘଟଣାରେ ଜୁନ୍‌ ୯ରେ ପୁଲିସ୍‌ ଜାଭେଦଙ୍କୁ ଗିରଫ କରିଥିଲା। ତେବେ ୧୦ ଦିନ ପରେ ସ୍ୱତନ୍ତ୍ର ବିଚାରପତି ତାଙ୍କୁ ଜାମିନ ଦେଇଥିଲେ। ଜାମିନ ପରେ ସେ ଜେଲ୍‌ରୁ ବାହାରିବାର ଥିଲା। ହେଲେ ହଠାତ୍‌ ପୁଲିସ୍‌ ତାଙ୍କ ନାଁରେ ଏନଏସଏ ଲାଗୁ କରି ଅଟକ ରଖିଥିଲା।

ହାଇକୋର୍ଟରେ ଜାଭେଦ ଦାଖଲ କରିଥିବା ତାଙ୍କ ଆବେଦନରେ କହିଥିଲେ ଯେ ସ୍ପେଶାଲ ବିଚାରପତିଙ୍କ ରୁଲିଂର ୨୦ ଦିନ ପରେ ଜଉନପୁର ଜିଲ୍ଲା ମାଜିଷ୍ଟ୍ରେଟ ତାଙ୍କ ନାଁରେ ଏନଏସଏ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜାମିନ ସତ୍ତ୍ୱେ ମାଜିଷ୍ଟ୍ରେଟ ତାଙ୍କ ଅଟକ ମିଆଦକୁ ବୃଦ୍ଧି କରିବାକୁ ଅନୁମତି ଦେଇଥିଲେ।

ମାଜିଷ୍ଟ୍ରେଟ ଦେଇଥିବା ରାୟଙ୍କୁ ସେ ଉପଯୁକ୍ତ ନଥିପତ୍ର ସହ କୋର୍ଟରେ ଚ୍ୟାଲେଞ୍ଜ କରିବାକୁ ପ୍ରଶାସନର ଅନୁମତି ମାଗିଥିଲେ। କିନ୍ତୁ ପ୍ରଶାସନର ଅବହେଳା ଯୋଗୁ ନଥିପତ୍ର ମିଳି ନଥିଲା ଓ ତାଙ୍କ ଆବେଦନ କୋର୍ଟରେ ଖାରଜ ହୋଇଯାଇଥିଲା। ତେବେ ସରକାରୀ ଓକିଲ ଜାଣିଶୁଣି ଆବେଦନକୁ କୋର୍ଟରେ ଦାଖଲ କରିବାରେ ବିଳମ୍ବିତ କରାଯାଇ ନଥିବା କହିଛନ୍ତି। କିନ୍ତୁ ଆଜିର ଶୁଣାଣି ବେଳେ ଜାଭେଦଙ୍କ ଯୁକ୍ତି ଓ କଥାରେ ସତ୍ୟତା ଥିବା ଅନୁଭବ କରିଛନ୍ତି।

କୋର୍ଟ କହିଛନ୍ତି, ରେକର୍ଡରୁ ପ୍ରମାଣିତ ହେଉଛି ଯେ ଆବେଦନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅଧିକାରୀମାନେ ଅନେକ ଇଚ୍ଛାଶକ୍ତି ପ୍ରକାଶ ପାଇଥିଲା। ହେଲେ ଆବେଦନକାରୀଙ୍କୁ ଉପଯୁକ୍ତ ଆଇନଗତ ସହାୟତା ଯୋଗାଇ ଦେବାରେ ପ୍ରଶାସନ ଅବହେଳା କରିଥିଲା।

ପ୍ରଶାସନର ଏହି କାରଣରୁ ଅଭିଯୁକ୍ତ ଜଣଙ୍କ ସ୍ୱଚ୍ଛ ଶୁଣାଣିରୁ ବଞ୍ଚିତ ହୋଇଥିଲେ। ଏପରି କରି ଜଣେ ବ୍ୟକ୍ତିଙ୍କର ସାମ୍ବିଧାନିକ ଅଧିକାରକୁ ପ୍ରଶାସନିକ ଅଧିକାରୀମାନେ ଉଲ୍ଲଙ୍ଘନ କରିଥିବା କୋର୍ଟ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story