ଲାଲୁଙ୍କୁ ମିଳିଲା ଜାମିନ୍‌, କିନ୍ତୁ...

ନୂଆଦିଲ୍ଲୀ: ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଜେଲଦଣ୍ଡ ପାଇଥିବା ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଅନ୍ତରୀଣ ଜାମିନ୍‌ ମିଳିଛି। ତେବେ ଏହି ଅନ୍ତରୀଣ ଜାମିନ୍‌ ଲାଲୁଙ୍କୁ ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ନୁହେଁ, ବରଂ ଆଇଆରସିଟିସି ସ୍କାମ ଘଟଣାରେ ମିଳିଛି। ଅର୍ଥାତ ସେ ପୂର୍ବଭଳି ଜେଲ୍‌ରେ ହିଁ ରହିବେ। ଆଇଆରସିଟିସି ସ୍କାମର ତଦନ୍ତ ଉଭୟ ସିବିଆଇ ଏବଂ ଇଡି କରୁଛି। ଏହି ଘଟଣାରେ ସେମାନେ ଲାଲୁଙ୍କୁ ଗିରଫ କରିବାକୁ ଚାହୁଁଛନ୍ତି। ତେବେ ଏହି ଗିରଫଦାରୀ ବିରୋଧରେ ଲାଲୁଙ୍କ ଓକିଲ […]

lalu

Hemant Lenka
  • Published: Thursday, 20 December 2018
  • , Updated: 20 December 2018, 05:52 PM IST

ନୂଆଦିଲ୍ଲୀ: ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଜେଲଦଣ୍ଡ ପାଇଥିବା ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଅନ୍ତରୀଣ ଜାମିନ୍‌ ମିଳିଛି। ତେବେ ଏହି ଅନ୍ତରୀଣ ଜାମିନ୍‌ ଲାଲୁଙ୍କୁ ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ନୁହେଁ, ବରଂ ଆଇଆରସିଟିସି ସ୍କାମ ଘଟଣାରେ ମିଳିଛି। ଅର୍ଥାତ ସେ ପୂର୍ବଭଳି ଜେଲ୍‌ରେ ହିଁ ରହିବେ।

ଆଇଆରସିଟିସି ସ୍କାମର ତଦନ୍ତ ଉଭୟ ସିବିଆଇ ଏବଂ ଇଡି କରୁଛି। ଏହି ଘଟଣାରେ ସେମାନେ ଲାଲୁଙ୍କୁ ଗିରଫ କରିବାକୁ ଚାହୁଁଛନ୍ତି। ତେବେ ଏହି ଗିରଫଦାରୀ ବିରୋଧରେ ଲାଲୁଙ୍କ ଓକିଲ ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଜାନୁଆରୀ ୧୯ ଯାଏ ସିବିଆଇ କିମ୍ବା ଇଡି ଆଇଆରସିଟିସି ଦୁର୍ନୀତି ଘଟଣାରେ ଲାଲୁଙ୍କୁ ଗିରଫ କରିପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି।

ସ୍ୱତନ୍ତ୍ର ବିଚାରପତି ଅରୁଣ ଭରଦ୍ୱାଜ ଅନ୍ତରୀଣ ଜାମିନ ଦେବା ବେଳେ ଲାଲୁ ଭିଡିଓ କନଫରେନ୍ସ ଜରିଆରେ କୋର୍ଟରେ ହାଜର ହୋଇଥିଲେ। ବର୍ତ୍ତମାନ ରାଞ୍ଚି ଜେଲ୍‌ରେ ବନ୍ଦୀ ଥିବା ଲାଲୁ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ଦିଲ୍ଲୀ ଆସିପାରି ନଥିଲେ। ଏଥିସହ କୋର୍ଟ ଉଭୟ ସିବିଆଇ ଏବଂ ଇଡିକୁ କୋର୍ଟ ଲାଲୁ ଆବେଦନ କରିଥିବା ନିୟମିତ ବେଲ୍‌ ସମ୍ପର୍କରେ ଜବାବ ଦାଖଲ କରିବାକୁ କହିଛନ୍ତି।

ଲାଲୁ ରେଳମନ୍ତ୍ରୀ ଥିବା ବେଳେ ରେଲୱେର ଦୁଇଟି ହୋଟେଲର ରକ୍ଷଣାବେକ୍ଷଣ ଦାୟିତ୍ୱ ବେଆଇନ୍‌ ଭାବେ ଘରୋଇ ଫାର୍ମକୁ ଦେଇଥିବା ଅଭିଯୋଗ ହୋଇଛି।

Related story