ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୮ ଛୁଇଁଲା

ନୂଆଦିଲ୍ଲୀ: ବିଶ୍ୱରେ ୭ ହଜାରରୁ ଅଧିକ ମୁଣ୍ଡ ନେଇ ସାରିଥିବା ମହାମାରୀ କରୋନା ଭାଇରସ ଭାରତରେ ବି କାୟା ବିସ୍ତାର କରିବାରେ ଲାଗିଛି। ଗତକାଲି ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୪ ଥିବା ବେଳେ ଆଜି ସରକାରୀ ରିପୋର୍ଟ ଅନୁସାରେ ୧୨୮ରେ ପହଞ୍ଚି ଯାଇଛି। ସେହିପରି ଆଜି କରୋନାରେ ଯୋଗୁ ଭାରତରେ ତୃତୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସରକାରଙ୍କ ପକ୍ଷରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୮ କୁହାଯାଉଥିବା ବେଳେ ବେସରକାରୀ ଭାବେ ରୋଗୀଙ୍କ ସଂଖ୍ୟା ୧୨୯ ରହିଛି। ଏହି […]

e

e

Hemant Lenka
  • Published: Tuesday, 17 March 2020
  • Updated: 17 March 2020, 04:26 PM IST

Sports

Latest News

ନୂଆଦିଲ୍ଲୀ: ବିଶ୍ୱରେ ୭ ହଜାରରୁ ଅଧିକ ମୁଣ୍ଡ ନେଇ ସାରିଥିବା ମହାମାରୀ କରୋନା ଭାଇରସ ଭାରତରେ ବି କାୟା ବିସ୍ତାର କରିବାରେ ଲାଗିଛି। ଗତକାଲି ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୪ ଥିବା ବେଳେ ଆଜି ସରକାରୀ ରିପୋର୍ଟ ଅନୁସାରେ ୧୨୮ରେ ପହଞ୍ଚି ଯାଇଛି। ସେହିପରି ଆଜି କରୋନାରେ ଯୋଗୁ ଭାରତରେ ତୃତୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସରକାରଙ୍କ ପକ୍ଷରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୮ କୁହାଯାଉଥିବା ବେଳେ ବେସରକାରୀ ଭାବେ ରୋଗୀଙ୍କ ସଂଖ୍ୟା ୧୨୯ ରହିଛି। ଏହି ୧୨୯ ଜଣଙ୍କ ମଧ୍ୟରେ ୨୨ ଜଣ ବିଦେଶୀ ନାଗରିକ ଓ ୧୦୫ ଜଣ ଭାରତୀୟ ରହିଛନ୍ତି।

କରୋନା ଭାଇରସର ଭୟଙ୍କର ରୂପକୁ ଦେଖି କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରମାନେ ଏକାଧିକ କଟକଣା ଲଗାଇଛନ୍ତି। ସମଗ୍ର ଦେଶରେ ୫୪୦୦ ଲୋକଙ୍କୁ କମ୍ୟୁନିଟି ସର୍ଭେଲାନ୍ସରେ ରଖାଯାଇଛି ବୋଲି ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ରାଜ୍ୟସଭାରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଭାଇରସର ସଂକ୍ରମଣକୁ ରୋକିବାକୁ ହେଲେ ସତର୍କ ହିଁ ଏକମାତ୍ର ରାସ୍ତା। ଡାକ୍ତର, ନର୍ସ ଓ ମେଡିକାଲ ଷ୍ଟାଫମାନେ ନିଜ ଜୀବନକୁ ବିପଦରେ ପକାଇ କରୋନା ରୋଗୀଙ୍କ ଚିକିତ୍ସା କରୁଛନ୍ତି। ଏଥିସହ ସେମାନେ କେମିତି ଅନ୍ୟମାନଙ୍କୁ ଭାଇରସ ସଂକ୍ରମଣ ନ ହେବ, ସେଥିପ୍ରତି ମଧ୍ୟ ଯତ୍ନବାନ ରହୁଛନ୍ତି।

ଗାଁଠାରୁ ଆରମ୍ଭ କରି ସହର ଯାଏ ସମସ୍ତ ସରକାରୀ ଓ ବେସରକାରୀ ସ୍ତରରେ କାର୍ଯ୍ୟ କରୁଥିବା ଡାକ୍ତର ଓ ପାରାମେଡିକ ଷ୍ଟାଫମାନେ ଯେଉଁ ଭଳି କାର୍ଯ୍ୟ କରୁଛନ୍ତି, ତା’କୁ ସମସ୍ତେ ପ୍ରଶଂସା କରିବା ଦରକାର ବୋଲି ସେ କହିଛନ୍ତି। ଏହାକୁ ସମସ୍ତ ଦଳର ସଦସ୍ୟ ସମର୍ଥନ କରିଥିଲେ।

କେନ୍ଦ୍ର ପକ୍ଷରୁ ଦିନ ୧ଟା ସୁଦ୍ଧା ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଦେଶରେ ୧୨୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଆଜି କର୍ଣ୍ଣାଟକାର କାଲୁବର୍ଗି ଓ ବେଙ୍ଗାଲୁରୁରେ ୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ସେଠାକାର ସ୍ୱାସ୍ଥ୍ୟ ମନ୍ତ୍ରୀ ଡା.କେ ସୁଧାକର ସୂଚନା ଦେଇଛନ୍ତି।

ସେହିପରି ପୁଡୁଚେରୀରେ ଆଜି ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ହେଲେ ଏହା ଏଯାଏ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟରେ ଉଲ୍ଲେଖ କରାଯାଇନାହିଁ। ଅବୁଧାବିରୁ ଆସିଥିବା ଜଣେ ୭୦ ବର୍ଷୀୟ ମହିଳାଙ୍କ ଶରୀରରେ ଏହି ଭୂତାଣୁ ଠାବ ହୋଇଛି। ଯଦି ଏହାକୁ ମିଶାଯାଏ, ତା’ହେଲେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଭାରତରେ ୧୨୯ ଛୁଇଁଛି।

ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ଆନ୍ଧ୍ର ପ୍ରଦେଶରେ ୧, ଦିଲ୍ଲୀରେ ୭, ହରିଆଣାରେ ୧, କର୍ଣ୍ଣାଟକାରେ ୮, କେରଳରେ ୨୨, ମହାରାଷ୍ଟ୍ରରେ ୩୬, ଓଡ଼ିଶାରେ ୧, ପଞ୍ଜାବରେ ୧, ରାଜସ୍ଥାନରେ ୨, ତାମିଲନାଡୁରେ ୧, ତେଲେଙ୍ଗାନାରେ ୪, ଜମ୍ମୁ-କଶ୍ମୀରରେ ୩, ଲଦାଖରେ ୪, ଉତ୍ତର ପ୍ରଦେଶରେ ୧୨ ଓ ଉତ୍ତରାଖଣ୍ଡରେ ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ହରିଆଣାରେ ୧୪ ଜଣ, କେରଳରେ ୨, ମହାରାଷ୍ଟ୍ରରେ ୩, ରାଜସ୍ଥାନରେ ୨ ଓ ଉତ୍ତର ପ୍ରଦେଶରେ ଜଣେ ବିଦେଶୀ ନାଗରିକ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ସମସ୍ତ କରୋନା ଆକ୍ରାନ୍ତଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖି ଚିକିତ୍ସା କରାଯାଉଛି। ଏମାନଙ୍କ ମଧ୍ୟରୁ ୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos