ଭାରତରେ କରୋନା ନେଲା ତୃତୀୟ ମୁଣ୍ଡ, ଆକ୍ରାନ୍ତଙ୍କ ସଂଖ୍ୟା ୧୩୭ ଛୁଇଁଲା

ନୂଆଦିଲ୍ଲୀ: ଅନେକ ସଚେତନା ଓ ସତର୍କତା ସତ୍ତ୍ୱେ ଭାରତରେ କାୟା ମେଲାଇ ଚାଲିଛି ମହାମାରୀ କରୋନା ଭାଇରସ। ଆଜି କରୋନା ଭାଇରସ ଭାରତରେ ପୁଣି ଜଣଙ୍କର ମୁଣ୍ଡ ନେଇଛି। ମୁମ୍ବାଇର କସ୍ତୁରବା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ୬୪ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଫଳରେ ଭାରତରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩ରେ ପହଞ୍ଚିଛି। ପୂର୍ବରୁ କର୍ଣ୍ଣାଟକା ଓ ଦିଲ୍ଲୀରେ ଜଣେ ଲେଖାଏ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ […]

rd

rd

Hemant Lenka
  • Published: Tuesday, 17 March 2020
  • Updated: 17 March 2020, 08:27 PM IST

Sports

Latest News

ନୂଆଦିଲ୍ଲୀ: ଅନେକ ସଚେତନା ଓ ସତର୍କତା ସତ୍ତ୍ୱେ ଭାରତରେ କାୟା ମେଲାଇ ଚାଲିଛି ମହାମାରୀ କରୋନା ଭାଇରସ। ଆଜି କରୋନା ଭାଇରସ ଭାରତରେ ପୁଣି ଜଣଙ୍କର ମୁଣ୍ଡ ନେଇଛି। ମୁମ୍ବାଇର କସ୍ତୁରବା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ୬୪ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଫଳରେ ଭାରତରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩ରେ ପହଞ୍ଚିଛି। ପୂର୍ବରୁ କର୍ଣ୍ଣାଟକା ଓ ଦିଲ୍ଲୀରେ ଜଣେ ଲେଖାଏ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା।

ଅନ୍ୟପକ୍ଷରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ଗତକାଲି କରୋନା ରୋଗୀଙ୍କ ସଂଖ୍ୟା ୧୧୪ ଥିବା ବେଳେ ଆଜି ଏହା ୧୩୭ରେ ପହଞ୍ଚି ଯାଇଛି। ସର୍ବାଧିକ ୩୯ ଜଣ ଆକ୍ରାନ୍ତ ମହାରାଷ୍ଟ୍ରରେ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୩ ଜଣ ବିଦେଶୀ ନାଗରିକ ରହିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି କର୍ଣ୍ଣାଟକାରେ ପ୍ରାଣ ହରାଇଥିବା ଦେଶର ପ୍ରଥମ କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତର ଆଜି ଏହି ମହାମାରୀ ଭାଇରସର ଶିକାର ହୋଇଥିବା ଜଣାପଡ଼ିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ମୁମ୍ବାଇରେ ପ୍ରାଣ ହରାଇଥିବା ବ୍ୟକ୍ତି ଜଣଙ୍କ ମାର୍ଚ୍ଚ ୫ରେ ଦୁବାଇରୁ ଫେରିଥିଲେ। ଏହାପରେ ତାଙ୍କର ଥଣ୍ଡା କାଶ ହେବାରୁ ତାଙ୍କୁ ମୁମ୍ବାଇର କସ୍ତୁରବା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା।

ଭାରତରେ ଆକ୍ରାନ୍ତ ହୋଇଥିବା ୧୩୭ ଜଣଙ୍କ ମଧ୍ୟରୁ ୧୧୩ ଜଣ ଭାରତୀୟ ରହିଥିବା ବେଳେ ୨୪ ଜଣ ହେଉଛନ୍ତି ବିଦେଶୀ ନାଗରିକ। ପୁଡୁଚେରୀରେ ଆଜି ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଜଣେ ୭୦ ବର୍ଷୀୟ ମହିଳା ଅବୁଧାବିରୁ ଫେରିଥିଲେ। ତାଙ୍କର ରକ୍ତ ନମୁନା ପରୀକ୍ଷା କରାଯିବା ବେଳେ ସେ କରୋନା ଭୂତାଣୁରେ ଆକ୍ରାନ୍ତ ଥିବା ଜଣାପଡ଼ିଛି।

ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ଆନ୍ଧ୍ର ପ୍ରଦେଶରେ ୧, ଦିଲ୍ଲୀରେ ୮, ହରିଆଣାରେ ୧, କର୍ଣ୍ଣାଟକାରେ ୧୧, କେରଳରେ ୨୪, ମହାରାଷ୍ଟ୍ରରେ ୩୬, ଓଡ଼ିଶାରେ ୧, ପଞ୍ଜାବରେ ୧, ରାଜସ୍ଥାନରେ ୨, ତାମିଲନାଡୁରେ ୧, ତେଲେଙ୍ଗାନାରେ ୩, ଜମ୍ମୁ-କଶ୍ମୀରରେ ୩, ଲଦାଖରେ ୬, ଉତ୍ତର ପ୍ରଦେଶରେ ୧୪ ଓ ଉତ୍ତରାଖଣ୍ଡରେ ଜଣେ ଭାରତୀୟ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ସେହିପରି ହରିଆଣାରେ ୧୪ ଜଣ, କେରଳରେ ୨, ମହାରାଷ୍ଟ୍ରରେ ୩, ରାଜସ୍ଥାନରେ ୨, ତେଲେଙ୍ଗାନାରେ ୨ ଓ ଉତ୍ତର ପ୍ରଦେଶରେ ଜଣେ ବିଦେଶୀ ନାଗରିକ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ସମସ୍ତ କରୋନା ଆକ୍ରାନ୍ତଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖି ଚିକିତ୍ସା କରାଯାଉଛି। ଏମାନଙ୍କ ମଧ୍ୟରୁ ୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ମହାରାଷ୍ଟ୍ରରେ ସର୍ବାଧିକ ୩୯ ଜଣ ରୋଗୀ ଚିହ୍ନଟ ହୋଇଛନ୍ତି। ତେଣୁ ସଂକ୍ରମଣ ଏଡାଇବା ଲାଗି ଘରେ କ୍ୱାରେଣ୍ଟାଇନ ହେଉଥିବା ଲୋକଙ୍କ ହାତରେ ଅଲିଭା କାଳିରେ ଷ୍ଟାମ୍ପ ମାରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ରୋଗ ରୋକିବାକୁ କେରଳ ସରକାର ସମୂହ ହତଧୁଆ ଅଭିଯାନ ଆରମ୍ଭ କରିଛନ୍ତି। ସେହିପରି ସ୍କୁଲ କଲେଜ ସମେତ ମଲ୍, ଶପିଂ ସେଣ୍ଟର, ଜିମ୍, ପବ୍ ଆଦି ବନ୍ଦରହିଥିବାରୁ ଦେଶର ଅଧିକାଂଶ ସହର ଜନଶୂନ୍ୟ ହୋଇଯାଇଛି।

ଅନ୍ୟପକ୍ଷରେ ଦକ୍ଷିଣ କୋରିଆ ଭଳି ଭାରତରେ ମଧ୍ୟ ସମୂହ ନମୁନା ପରୀକ୍ଷା ଲାଗି ଦାବି ଉଠିଛି। ଏଥିପାଇଁ ସରକାରଙ୍କ ନିକଟରେ ପର୍ଯ୍ୟାପ୍ତ ଲାବ୍ ନାହିଁ। ତେଣୁ ଘରୋଇ ଲାବ ଗୁଡ଼ିକୁ କରୋନା ଭାଇରସ ପରୀକ୍ଷା ପାଇଁ ଅନୁମତି ଦେବାକୁ ଚିନ୍ତା କରାଯାଉଥିବା ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚର ନିର୍ଦ୍ଦେଶକ ବଳରାମ ଭାର୍ଗବ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ କରୋନା ଭାଇରସର ଭୟଙ୍କର ରୂପକୁ ଦେଖି କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରମାନେ ଏକାଧିକ କଟକଣା ଲଗାଇଛନ୍ତି। ସମଗ୍ର ଦେଶରେ ୫୪୦୦ ଲୋକଙ୍କୁ କମ୍ୟୁନିଟି ସର୍ଭେଲାନ୍ସରେ ରଖାଯାଇଛି ବୋଲି ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ରାଜ୍ୟସଭାରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଭାଇରସର ସଂକ୍ରମଣକୁ ରୋକିବାକୁ ହେଲେ ସତର୍କ ହିଁ ଏକମାତ୍ର ରାସ୍ତା। ଡାକ୍ତର, ନର୍ସ ଓ ମେଡିକାଲ ଷ୍ଟାଫମାନେ ନିଜ ଜୀବନକୁ ବିପଦରେ ପକାଇ କରୋନା ରୋଗୀଙ୍କ ଚିକିତ୍ସା କରୁଛନ୍ତି। ଏଥିସହ ସେମାନେ କେମିତି ଅନ୍ୟମାନଙ୍କୁ ଭାଇରସ ସଂକ୍ରମଣ ନ ହେବ, ସେଥିପ୍ରତି ମଧ୍ୟ ଯତ୍ନବାନ ରହୁଛନ୍ତି।
ଗାଁଠାରୁ ଆରମ୍ଭ କରି ସହର ଯାଏ ସମସ୍ତ ସରକାରୀ ଓ ବେସରକାରୀ ସ୍ତରରେ କାର୍ଯ୍ୟ କରୁଥିବା ଡାକ୍ତର ଓ ପାରାମେଡିକ ଷ୍ଟାଫମାନେ ଯେଉଁ ଭଳି କାର୍ଯ୍ୟ କରୁଛନ୍ତି, ତା’କୁ ସମସ୍ତେ ପ୍ରଶଂସା କରିବା ଦରକାର ବୋଲି ସେ କହିଛନ୍ତି। ଏହାକୁ ସମସ୍ତ ଦଳର ସଦସ୍ୟ ସମର୍ଥନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story