କରୋନା ସଂକ୍ରମଣ ବଢ଼ିବାରୁ ଫେରିଲା ଲକଡାଉନ, ବାର୍‌ ଓ ରେଷ୍ଟୁରାଣ୍ଟ ଉପରେ କଟକଣା

ପ୍ୟାରିସ: କିଛି ଦିନ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଏବେ ୟୁରୋପରେ ପୁଣିଥରେ ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ ୟୁରୋପକୁ ପୁଣିଥରେ ଲକଡାଉନ ଫେରିଛି। ଫ୍ରାନ୍ସ ସରକାର କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତକାଲି ଠାରୁ ପ୍ୟାରସରେ ଥିବା ସମସ୍ତ ବାରକୁ ଆଗାମୀ ଦୁଇ ସପ୍ତାହ ପାଇଁ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି। ସେହିପରି ଫ୍ରାନ୍ସର ଆଉ ଏକ ବଡ଼ ସହର ମାରସେଇଲ୍ଲେରେ ବି ସମସ୍ତ ରେଷ୍ଟୁରାଣ୍ଟ […]

vf

vf

Hemant Lenka
  • Published: Monday, 05 October 2020
  • Updated: 05 October 2020, 09:50 PM IST

Sports

Latest News

ପ୍ୟାରିସ: କିଛି ଦିନ କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଏବେ ୟୁରୋପରେ ପୁଣିଥରେ ପଜିଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ ୟୁରୋପକୁ ପୁଣିଥରେ ଲକଡାଉନ ଫେରିଛି। ଫ୍ରାନ୍ସ ସରକାର କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତକାଲି ଠାରୁ ପ୍ୟାରସରେ ଥିବା ସମସ୍ତ ବାରକୁ ଆଗାମୀ ଦୁଇ ସପ୍ତାହ ପାଇଁ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି। ସେହିପରି ଫ୍ରାନ୍ସର ଆଉ ଏକ ବଡ଼ ସହର ମାରସେଇଲ୍ଲେରେ ବି ସମସ୍ତ ରେଷ୍ଟୁରାଣ୍ଟ ଓ ବାରକୁ ଆଉ ୧୫ ଦିନ ବନ୍ଦ ରଖିବାକୁ କୁହାଯାଇଛି। ଗୋଟିଏ ସପ୍ତାହ ହେଲାଣି ଏଠାରେ ଏଗୁଡ଼ିକ ବନ୍ଦ ରହିଥିଲା।

ଫ୍ରାନ୍ସରେ ଏଣିକି ଯେ କୌଣସି ସମାବେଶରେ କେବଳ ୧୦ ଜଣ ଲୋକ ଯୋଗଦେଇପାରିବେ। ଭଡ଼ାରେ ନେଇ କୌଣସି ସ୍ଥାନରେ କେହି ବି ପାର୍ଟି କରିପାରିବେ ନାହିଁ। ଘରକୁ ବାହାରକୁ ବାହାରିଲେ ଫେସ୍‌ ମାସ୍କକୁ ବି ବାଧ୍ୟତାମୂଳକ କରାଯାଇଛି।

ଅନ୍ୟପକ୍ଷରେ ଜର୍ମାନୀ ଚଳିତ ବର୍ଷ ଶେଷ ଯାଏ ସମସ୍ତ ପ୍ରକାରର ସର୍ବସାଧାରଣ ସମାବେଶ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ କ୍ରୀଡ଼ା କାର୍ଯ୍ୟକ୍ରମ ଉପରେ ରୋକ ଲଗାଇଛି। ହଟସ୍ପଟ ଦେଶରୁ ଆସୁଥିବା ଲୋକଙ୍କ ପାଇଁ ୧୪ ଦିନିଆ ଆଇସୋଲେସନ ପରିୟଡ ବାଧ୍ୟତାମୂଳକ କରାଯାଇଥିବା ବେଳେ ମାସ୍କ ନ ପନ୍ଧିଲେ ୫୦ ୟୁରୋ ଜୋରିମାନା ନିୟମ ଲାଗୁ କରାଯାଇଛି।

କରୋନା ଦ୍ୱାରା ଅଧିକ ପ୍ରଭାବିତ ହୋଇଥିବା ସ୍ପେନରେ ପୁଣି ଥରେ କଟକଣା ଲାଗୁ କରାଯାଇଛି। ବନ୍ଦ କଠୋରୀରେ ହେଉଥିବା ସମାବେଶ ବା କାର୍ଯ୍ୟକ୍ରମରେ କେବଳ ୬ ଜଣ ଲୋକଙ୍କୁ ଯିବାକୁ ଅନୁମତି ମିଳିବ। ଦୋକାନ ଓ ବାର୍‌ଗୁଡ଼ିକ କମ୍‌ ସଂଖ୍ୟକ ଲୋକଙ୍କୁ ନେଇ କାର୍ଯ୍ୟ ଚାଲୁ ରଖିପାରିବେ। ୬ ବର୍ଷ ବୟସରୁ ଅଧିକ ବୟସ୍କ ଘରୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ।

ଇଟାଲୀରେ ନାଇଟ କ୍ଲବ ଓ ଡ୍ୟାନ୍ସ ବାର୍କୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଠାରେ ବି ୬ ବର୍ଷ ବୟସରୁ ଅଧିକ ବୟସ୍କ ଘରୁ ବାହାରିଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ଏହାବାଦ ନେଦରଲ୍ୟାଣ୍ଡ୍ସ, ଡେନମାର୍କ, ବେଲଜିୟମ, ଗ୍ରୀସ ଓ ପର୍ତ୍ତୁଗାଲରେ ମଧ୍ୟ ଲୋକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ମିଳିଛି। ଏଥିସହ ଏଠାରେ ମଧ୍ୟ ଅନେକ କଟକଣା ଲାଗୁ କରାଯାଇଛି। ଏହି ସବୁ ଦେଶଗୁଡ଼ିକରେ କରୋନାର ସେକେଣ୍ଡ ୱେଭ ଦେଖାଯିବାରୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story