କରୋନା ଟିକା କୋଭିସିଲ୍ଡ ସଂପୂର୍ଣ୍ଣ ସୁରକ୍ଷିତ ବୋଲି କହିଲା ସେରମ

ନୂଆଦିଲ୍ଲୀ: ଆଷ୍ଟ୍ରାଜେନେକା ପ୍ରସ୍ତୁତ କରିଥିବା କରୋନା ଟିକା କୋଭିସିଲ୍ଡର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ଓ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିବା ବେଳେ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଆଜି ଏହା ଉପରେ ସ୍ପଷ୍ଟୀକରଣ ଦେଇଛି। ଆଷ୍ଟ୍ରାଜେନେକା କରୋନା ଟିକା ପ୍ରସ୍ତୁସ କରିଥିଲେ ହେଁ ଭାରତରେ ଏହା ଉତ୍ପାଦନ ଓ ପରୀକ୍ଷା ଦାୟିତ୍ୱ ସେରମ ହିଁ ନେଇଛି। ଭାରତରେ ଟିକାର ପରୀକ୍ଷା ଚାଲିଥିବା ବେଳେ ଜଣେ ସ୍ୱେଚ୍ଛାସେବୀ ସାଂଘାତିକ ଅଭିଯୋଗ ଆଣିଥିଲେ। ସେ ଟ୍ରାଏଲ ବେଳେ କୋଭିସିଲ୍ଡର ଡୋଜ ନେବାରୁ […]

de

de

Hemant Lenka
  • Published: Tuesday, 01 December 2020
  • Updated: 01 December 2020, 06:44 PM IST

Sports

Latest News

ନୂଆଦିଲ୍ଲୀ: ଆଷ୍ଟ୍ରାଜେନେକା ପ୍ରସ୍ତୁତ କରିଥିବା କରୋନା ଟିକା କୋଭିସିଲ୍ଡର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ଓ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିବା ବେଳେ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଆଜି ଏହା ଉପରେ ସ୍ପଷ୍ଟୀକରଣ ଦେଇଛି। ଆଷ୍ଟ୍ରାଜେନେକା କରୋନା ଟିକା ପ୍ରସ୍ତୁସ କରିଥିଲେ ହେଁ ଭାରତରେ ଏହା ଉତ୍ପାଦନ ଓ ପରୀକ୍ଷା ଦାୟିତ୍ୱ ସେରମ ହିଁ ନେଇଛି।

ଭାରତରେ ଟିକାର ପରୀକ୍ଷା ଚାଲିଥିବା ବେଳେ ଜଣେ ସ୍ୱେଚ୍ଛାସେବୀ ସାଂଘାତିକ ଅଭିଯୋଗ ଆଣିଥିଲେ। ସେ ଟ୍ରାଏଲ ବେଳେ କୋଭିସିଲ୍ଡର ଡୋଜ ନେବାରୁ ଗୁରୁତର ସ୍ନାୟୁ ରୋଗରେ ପୀଡ଼ିତ ହୋଇଥିବା ଅଭିଯୋଗ କରି ଆଇନର ଆଶ୍ରୟ ନେଇଥିଲେ। ଏହାକୁ ନେଇ ଟିକାର ସୁରକ୍ଷା ପ୍ରତି ପ୍ରଶ୍ନ ଉଠିଥିଲା।

ବିବାଦ ବଢ଼ିବାରୁ ଆଜି ସେରମ ପକ୍ଷରୁ ବିବୃତି ଜାରି କରି କୁହାଯାଇଛି ଯେ କୋଭିସିଲ୍ଡ ସଂପୂର୍ଣ୍ଣ ଭାବେ ସୁରକ୍ଷିତ। ଏହା ଲୋକଙ୍କ ଶରୀରରେ ରୋକ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହେଉଛି। ଚେନ୍ନାଇର ଯେଉଁ ସ୍ୱେଚ୍ଛାସେବୀ ଜଣଙ୍କ ଟିକା ବିରୋଧରେ ଅଭିଯୋଗ ଆଣିଛନ୍ତି, ସେଥିରେ କୌଣସି ସତ୍ୟତା ନାହିଁ।

ଟିକାର ଡୋଜ ନେଇ ସେ ଅସୁସ୍ଥ ହୋଇନାହାନ୍ତି। ଅଲଗା କିଛି କାରଣରୁ ତାଙ୍କର ଏଭଳି ସମସ୍ୟା ଦେଖାଯାଇଛି। ତଥାପି ଆମେ ଚେନ୍ନାଇର ସ୍ୱେଚ୍ଛାସେବୀଙ୍କୁ ଅସୁସ୍ଥତା ପାଇଁ ସହାନୁଭୂତି ପ୍ରକାଶ କରୁଛୁ। ଆମେ କହିବାକୁ ଚାହୁଁଛୁ ଯେ ଟ୍ରାଏଲ ବେଳେ କମ୍ପାନୀ ସବୁ ପ୍ରକାରର ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରୁଛି।

ଟ୍ରାଏଲ ଦାୟିତ୍ୱରେ ଥିବା ଅଧିକାରୀ, ପ୍ରିନ୍ସିପାଲ ଇନଭେଷ୍ଟିଗେଟର, ଡିଏସଏମିବ ଓ ଏଥିକ୍ସିସ କମିଟି ଅଭିଯୋଗର ତଦନ୍ତ କରିଥିଲେ। ତଦନ୍ତରୁ ସ୍ପଷ୍ଟ ହୋଇଛି ଯେ ଟିକାର ଡୋଜ ଯୋଗୁ ସ୍ୱେଚ୍ଛାସେବୀ ଜଣଙ୍କ ଅସୁସ୍ଥ ହୋଇନାହାନ୍ତି। ଆମେ ସମସ୍ତ ରିପୋର୍ଟ ଓ ତଥ୍ୟକୁ ଡିସିଜିଆଇ ନିକଟକୁ ପଠାଇଛୁ। ଆବଶ୍ୟକ ସମସ୍ତ ପ୍ରକ୍ରିୟା ଶେଷ ହେବା ପରେ ଆମେ ପୂର୍ବଭଳି ଟ୍ରାଏଲ ଆରମ୍ଭ କରିବୁ।

ଟିକା ସଂପୂର୍ଣ୍ଣ ସୁରକ୍ଷିତ ବୋଲି ବିଧିବଦ୍ଧ ପ୍ରମାଣ ନ ମିଳିବା ଯାଏ ସାମୂହିକ ବ୍ୟବହାର ପାଇଁ ଏହାକୁ ବଜାରକୁ ଛଡ଼ା ଯିବ ନାହିଁ। ସେରମ ସର୍ବଦା ଲୋକଙ୍କୁ ସୁରକ୍ଷାକୁ ଗୁରୁତ୍ୱ ଦେଇଥାଏ। ବର୍ତ୍ତମାନ ଟିକାର ପରୀକ୍ଷାରୁ ମିଳିଥିବା ସୂଚନା ଅନୁଯାୟୀ କୋଭିସିଲ୍ଡ ସଂପୂର୍ଣ୍ଣ ସୁରକ୍ଷିତ ବୋଲି ପ୍ରମାଣ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story