ୟେସ ବ୍ୟାଙ୍କ ଦୁର୍ନୀତି: କୋକ୍ସ ଆଣ୍ଡ କିଙ୍ଗ୍ସର ସିଏଫଓ ଏବଂ ଆଭ୍ୟନ୍ତରୀଣ ଅଡିଟର ଗିରଫ

ନୂଆଦିଲ୍ଲୀ: ୟେସ ବ୍ୟାଙ୍କ ଦୁର୍ନୀତି ଘଟଣାରେ ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଜି ଟ୍ରାଭେଲ କମ୍ପାନୀ କୋକ୍ସ ଆଣ୍ଡ କିଙ୍ଗ୍ସର ମୁଖ୍ୟ ଅର୍ଥନୀତିକ ଅଧିକାରୀ ଅନୀଲ ଖଣ୍ଡେଲୱାଲଙ୍କୁ ଗିରଫ କରିଛି। ଏଥିସହ କମ୍ପାନୀର ଆଭ୍ୟନ୍ତରୀଣ ଅଡିଟର ନରେଶ ଜୈନଙ୍କୁ ମଧ୍ୟ ଇଡି ଗିରଫ କରିଛି। ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟର ସେକସନ ୧୯ ଅନୁଯାୟୀ, ଉଭୟଙ୍କୁ ଗିରଫ କରାଯାଇଛି। ୟେସ ବ୍ୟାଙ୍କ ଦୁର୍ନୀତି ଘଟଣାରେ ଇଡି ତଦନ୍ତ କରୁଥିବା ବେଳେ କୋକ୍ସ ଆଣ୍ଡ କିଙ୍ଗ୍ସର ଭୂମିକା […]

dc

dc

Hemant Lenka
  • Published: Tuesday, 06 October 2020
  • Updated: 06 October 2020, 09:43 PM IST

Sports

Latest News

ନୂଆଦିଲ୍ଲୀ: ୟେସ ବ୍ୟାଙ୍କ ଦୁର୍ନୀତି ଘଟଣାରେ ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆଜି ଟ୍ରାଭେଲ କମ୍ପାନୀ କୋକ୍ସ ଆଣ୍ଡ କିଙ୍ଗ୍ସର ମୁଖ୍ୟ ଅର୍ଥନୀତିକ ଅଧିକାରୀ ଅନୀଲ ଖଣ୍ଡେଲୱାଲଙ୍କୁ ଗିରଫ କରିଛି। ଏଥିସହ କମ୍ପାନୀର ଆଭ୍ୟନ୍ତରୀଣ ଅଡିଟର ନରେଶ ଜୈନଙ୍କୁ ମଧ୍ୟ ଇଡି ଗିରଫ କରିଛି।

ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟର ସେକସନ ୧୯ ଅନୁଯାୟୀ, ଉଭୟଙ୍କୁ ଗିରଫ କରାଯାଇଛି। ୟେସ ବ୍ୟାଙ୍କ ଦୁର୍ନୀତି ଘଟଣାରେ ଇଡି ତଦନ୍ତ କରୁଥିବା ବେଳେ କୋକ୍ସ ଆଣ୍ଡ କିଙ୍ଗ୍ସର ଭୂମିକା ସନ୍ଦେହ ଘେରକୁ ଆସିଥିଲା। କୋକ୍ସ ଆଣ୍ଡ କିଙ୍ଗ୍ସର ୟେସ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କୁ ପ୍ରଲୋଭିତ କରି ପ୍ରାୟ ୩,୬୪୨ କୋଟି ଟଙ୍କାର ଋଣ ଆଣିଥିଲା।

ଏହି ଋଣ ପରିମାଣରୁ କୋକ୍ସ ଆଣ୍ଡ କିଙ୍ଗ୍ସ ନାଁରେ ୫୬୩ କୋଟି, Ezeego One Travel & Tours Ltd (EOTTL) ନାଁରେ ୧୦୧୨ କୋଟି, Cox & Kings Financial Services Ltd (CKFSL) ନାଁ ରେ ୪୨୨ କୋଟି, ବ୍ରିଟେନରେ ଥିବା Prometheon Enterprise Limited ନାଁରେ ୧୧୫୨ କୋଟି ଓ ବ୍ରିଟେନରେ ଥିବା Malvern Travel Ltd ନାଁରେ ୪୯୩ କୋଟି ଟଙ୍କା ଋଣ ନିଆଯାଇଛି। ୟେସ ବ୍ୟାଙ୍କ ଉକ୍ତ ସଂସ୍ଥାଗୁଡ଼ିକୁ ଋଣ ଦେବା ବେଳେ ବ୍ୟାପକ ଅନିୟମିତତା କରିଥିବା ଇଡି ତଦନ୍ତରୁ ଜାଣିବାକୁ ପାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos