ଚାଷୀଙ୍କୁ ଅପମାନ କରିଥିବା କଙ୍ଗନାଙ୍କ ନାଁରେ ଅପରାଧିକ ମାମଲା ରୁଜୁ

ବେଙ୍ଗାଲୁରୁ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବୟାନ ଦେଇ ଚର୍ଚ୍ଚାରେ ରହିଥିବା ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅଡ଼ୁଆ ବଢ଼ିଛି। କେନ୍ଦ୍ରର କୃଷି ବିଲକୁ ବିରୋଧ କରି ଆନ୍ଦୋଳନ କରୁଥିବା ଚାଷୀଙ୍କ ସମ୍ପର୍କରେ କଙ୍ଗନା ବିବାଦୀୟ ବୟାନ ଦେଇଥିଲେ। ଏଥିପାଇଁ ଆଜି କର୍ଣ୍ଣାଟକାର ତୁମକୁର ଜେଏମଏଫସି କୋର୍ଟରେ ତାଙ୍କ ନାଁରେ ଅପରାଧିକ ମାମଲା ରୁଜୁ କରାଯାଇଛି।

କେନ୍ଦ୍ର ସରକାର ସଂସଦରେ ପାରିତ କରିଥିବା ବିବାଦୀୟ ଚାଷୀ ବିଲକୁ ଦେଶର ଅଧିକାଂଶ ଚାଷୀ ସଂଗଠନ ବିରୋଧ କରୁଛନ୍ତି। ଏଥିପାଇଁ ଗତକାଲି ଚାଷୀ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଥିଲା। ତେବେ ଚାଷୀ ବିଲକୁ ବିରୋଧ କରି ଆନ୍ଦୋଳନ କରୁଥିବା ଚାଷୀ ଓ ଲୋକଙ୍କୁ ସେପ୍ଟେମ୍ବର ୨୦ରେ କଙ୍ଗନା ଆତଙ୍କବାଦୀ ବୋଲି କହିଥିଲେ। କଙ୍ଗାନଙ୍କ ଏହି ଟ୍ୱିଟ ପାଇଁ ଧାରା ୪୪,୧୦୮,୧୫୩, ୧୫୩ ଏ ଓ ୫୦୪ରେ ଅପରାଧିକ ମାମଲା ରୁଜୁ କରାଯାଇଛି।

ନୂଆ ବିଲକୁ ନେଇ ସୃଷ୍ଟି ହୋଇଥିବା ବିବାଦ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି ସ୍ପଷ୍ଟୀକରଣ ଦେବାକୁ ଚେଷ୍ଟା କରିଥିଲେ। ଏହା ଉପରେ ପ୍ରତିକ୍ରିୟା ଦେବାକୁ ଯାଇ କଙ୍ଗନା ରି-ଟ୍ୱିଟ କରିଥିଲେ।

ଏଥିରେ ସେ ଲେଖିଥିଲେ, “ପ୍ରଧାନମନ୍ତ୍ରୀ, ଜଣେ ଶୋଇଥିଲେ, ତାଙ୍କୁ ଉଠାଇ ହେବ। ଯଦି କେହି ବୁଝି ପାରୁନାହାନ୍ତି, ତା’ହେଲେ ସେମାନଙ୍କୁ ତଥ୍ୟ ଦେଇ ବୁଝାଇ ହେବ। କିନ୍ତୁ ଜଣେ ଯଦି ଶୋଇବାର ଅଭିନୟ କରୁଥିବ ଓ ବୁଝିବାକୁ ଚାହୁଁ ନଥିବ, ତା’ହେଲେ ତାଙ୍କୁ କ’ଣ କରାଯିବ? ଏମାନେ ହେଉଛନ୍ତି ସେହି ସମାନ ଆତଙ୍କବାଦୀ। ସିଏଏ ଦ୍ୱାରା ଜଣେ ବି ନାଗରିକତା ହରାଇ ନାହାନ୍ତି। କିନ୍ତୁ ସେମାନେ ଏଥିପାଇଁ ପ୍ରବଳ ରକ୍ତପାତ କରିଥିଲେ।”

କଙ୍ଗନା ନିଜ ବୟାନ ଜରିଆରେ ଆନ୍ଦୋଳନକାରୀ ଚାଷୀ ଓ ବିରୋଧୀ ଦଳଗୁଡ଼ିକୁ ଆତଙ୍କବାଦୀଙ୍କ ସହ ତୁଳନା କରିଥିବାରୁ ବିବାଦ ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ

କ୍ୟାନସର୍ ଲଢ଼େଇ ଜିତିଲେ ସଞ୍ଜୟ ଦତ୍ତ

ବିହାର ପାଇଁ କଂଗ୍ରେସର ‘ବଦଲାବ ପତ୍ର’ ଓ ଏଲଜେପିର ‘ବିହାର ଫାଷ୍ଟ, ବିହାରୀ ଫାଷ୍ଟ’

ଅଶ୍ଳୀଳ କଲ୍‌ ପାଇଁ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ମାରିଦେଲେ ମା’ ଝିଅ

ପଥର ଖାଦାନ ଚାଲାଣକୁ ନେଇ ଦୁଇ ଗୋଷ୍ଠୀ ହାତାହାତି

କନକ ଦୁର୍ଗା ମନ୍ଦିରରେ ଭୟଙ୍କର ଭୂସ୍ଖଳନ: ଏକାଧିକ ଲୋକ ଚାପି ହୋଇ ରହିଥିବା ଆଶଙ୍କା

ମହାରାଷ୍ଟ୍ର ବିଜେପିକୁ ଝଟକା, ଦଳ ଛାଡ଼ିଲେ ବରିଷ୍ଠ ନେତା

ପୁଣି ବଦଳିପାରେ ଏଆଇସିସି ରୂପରେଖ

ନାସାର ଐତିହାସିକ ସଫଳତା, ମହାକାଶରୁ ନମୁନା ସଂଗ୍ରହ କଲା ଓସିରିସ୍-ରେକ୍ସ

ଦେଶରେ କମୁଛି ଆକ୍ଟିଭ କେସ୍‌, ବଢ଼ୁଛି ଆରୋଗ୍ୟଙ୍କ ସଂଖ୍ୟା

୪୦୪୨ଟି ଚାଉଳ ଦାନାରେ ଛାତ୍ରୀ ଲେଖିଲେ ପୂରା ‘ଭାଗବତ ଗୀତା’

କରୋନାରୁ ଠିକ୍‌ ହେବା ପରେ କିଡ୍‌ନୀ ଦାନ କରି ଅନ୍ୟର ଜୀବନ ବଞ୍ଚାଇଲେ

ଫାଟିଲା ସିଲିଣ୍ଡର; ଆଖି ବୁଜିଲେ ତିନି, ୧୬ ଗୁରୁତର