କାଉ କରୁଛି ଜିଦ୍‌: ମୋର ଛୋଟ ନୁହେଁ ବଡ଼ ମାଛ ଦରକାର, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଗୋଟିଏ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଛୋଟ ପିଲାଙ୍କ ଭଳି ଗୋଟିଏ କାଉ କେମିତି ମାଛ ଖାଇବାକୁ ଜିଦ କରୁଛି, ତା’ର ଦୃଶ୍ୟ ଏହି ଭିଡିରେ ଦେଖିବାକୁ ମିଳିଛି।

ଭିଡିଓ ଅନୁଯାୟୀ, କାଉଟିଏ ମାଛ ଖାଇବା ପାଇଁ ଗୋଟିଏ ଦୋକାନରେ ପହଞ୍ଚୁଛି। ସେ ବାରମ୍ବାର ରାବିବାରୁ ଦୋକାନୀ ଜଣଙ୍କ ତା’କୁ ଗୋଟିଏ ଛୋଟ ମାଛ ଦେଇଥିଲେ। ହେଲେ ସେ ଏହାକୁ ଖାଇ ନଥିଲା। ବରଂ ଆହୁରି ଜୋରରେ ରାବିବା ଆରମ୍ଭ କରିଥିଲେ। ଏହା ଦେଖି ପୁଣିଥରେ ଦୋକାନୀ ଜଣଙ୍କ ତା’କୁ ମାଛ ଦେଇଥିଲେ।

କିନ୍ତୁ ଏହା ଛୋଟ ଥିବାରୁ ସେ ଖାଇ ନଥିଲା। ଶେଷରେ କାଉର ଏପରି ହରକତ ଦେଖି ଦୋକାନୀ ଜଣଙ୍କ ତା’କୁ ଗୋଟିଏ ବଡ଼ ମାଛ ଦେଇଥିଲେ। ଏହାକୁ ସେ ବେଶ ଖୁସିରେ ନିଜ ଥଣ୍ଟରେ ଧରି ଉଡ଼ି ଯାଇଥିଲା।

ଏହି ଭିଡିଓକୁ ଭାରତୀୟ ବନ୍ୟ ସେବା ଅଧିକାରୀ ସୁଶାନ୍ତ ନନ୍ଦ ନିଜ ଟ୍ୱିଟ ଆକାଉଣ୍ଟରେ ଶେୟାର କରିଛନ୍ତି। ଏହା ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।