ଦେଢ଼ କୋଟିର ବିଜୁଳି ବିଲ୍‌ ଦେଖି ଯବାନ ଜଳକା

ଶ୍ରୀନଗର: ମାସିକ ବିଜୁଳି ବିଲ୍‌ କେବେ ଦେଢ଼ କୋଟି ଟଙ୍କା ଆସିଥିବା ଆପଣ ଶୁଣିଛନ୍ତି କି? ଯଦି ନା, ତା’ହେଲେ ଆଜି ଆମେ ଏ ବିଷୟରେ ଆପଣଙ୍କୁ କହିବୁ। ଜମ୍ମୁ-କଶ୍ମୀରରେ ମୁତୟନ ହୋଇଥିବା ସିଆରପିଏଫ ଯବାନଙ୍କ ୧୮୧ ବାଟାଲିୟନ ନାଁରେ ଦେଢ଼ କୋଟି ଟଙ୍କାର ବିଜୁଳି ବିଲ ଆସିଛି। ଏହାର ଅର୍ଥ ଯବାନମାନେ ଗୋଟିଏ ମାସରେ ଏତେ ଟଙ୍କାର ବିଜୁଳି ଖର୍ଚ୍ଚ କରିଛନ୍ତି। ତେବେ ଜୁଲାଇ ମାସରେ ହଠାତ୍‌ କେମିତି ଦେଢ଼ କୋଟି ଟଙ୍କାର ବିଲ ଆସିଲା, […]

n

n

Hemant Lenka
  • Published: Monday, 24 August 2020
  • Updated: 24 August 2020, 04:55 PM IST

Sports

Latest News

ଶ୍ରୀନଗର: ମାସିକ ବିଜୁଳି ବିଲ୍‌ କେବେ ଦେଢ଼ କୋଟି ଟଙ୍କା ଆସିଥିବା ଆପଣ ଶୁଣିଛନ୍ତି କି? ଯଦି ନା, ତା’ହେଲେ ଆଜି ଆମେ ଏ ବିଷୟରେ ଆପଣଙ୍କୁ କହିବୁ। ଜମ୍ମୁ-କଶ୍ମୀରରେ ମୁତୟନ ହୋଇଥିବା ସିଆରପିଏଫ ଯବାନଙ୍କ ୧୮୧ ବାଟାଲିୟନ ନାଁରେ ଦେଢ଼ କୋଟି ଟଙ୍କାର ବିଜୁଳି ବିଲ ଆସିଛି।

ଏହାର ଅର୍ଥ ଯବାନମାନେ ଗୋଟିଏ ମାସରେ ଏତେ ଟଙ୍କାର ବିଜୁଳି ଖର୍ଚ୍ଚ କରିଛନ୍ତି। ତେବେ ଜୁଲାଇ ମାସରେ ହଠାତ୍‌ କେମିତି ଦେଢ଼ କୋଟି ଟଙ୍କାର ବିଲ ଆସିଲା, ତା’କୁ ନେଇ ଅଧିକାରୀମାନେ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି। ଅବଶ୍ୟ ନିୟମ ଅନୁସାରେ, ଜମ୍ମୁ-କଶ୍ମୀର ପୁଲିସ୍‌ ବିଜୁଳି ବିଲ ପୈଠ କରି ସାରିଛି, କିନ୍ତୁ ସିରିଆରପିଏଫ ଏହାକୁ ଭୁଲ ବିଜୁଳି ବିଲ୍‌ କହି ଚିନ୍ତା ପ୍ରକଟ କରିଛି।

ସିଆରପିଏଫର ବରିଷ୍ଠ ଅଧିକାରୀ କହିଛନ୍ତି, ବଡ଼ଗାମ ଅନ୍ତର୍ଗତ ଚରାର-ଇ-ଶରିଫ ଅଞ୍ଚଳରେ କ୍ୟାମ୍ପ କରୁଥିବା ୧୮୧ ବାଟାଲିୟନ ନାଁରେ ଏତେ ପରିମାଣର ବିଲ ଆସିଛି। ଏହା ନିଶ୍ଚିତ ଚିନ୍ତାର ବିଷୟ। କ୍ଲରିକାଲ ତ୍ରୁଟି ଯୋଗୁ ଏପରି ଘଟିଥିବା ଆଶଙ୍କା କରାଯାଉଛି। ଜମ୍ମୁ-କଶ୍ମୀର ପାୱାର ଡେଭଲପମେଣ୍ଟ ଡିର୍ପାଟମେଣ୍ଟ(ପିଡିଡି) ସହ ଆମେ ଏ ସମ୍ପର୍କରେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ।

କିନ୍ତୁ ୱିକଏଣ୍ଡ ଯୋଗୁ ଏହା ବନ୍ଦ ରହିଥିଲା। ବିଲ୍‌ର ମୁଖ୍ୟ କପିରେ ବଡଗାମ ଜିଲ୍ଲାରେ ମୁତୟନ ୧୮୧ ବାଟାଲିୟନ ୫୦ କିଲୋୱାଟ ବିଜୁଳି ଖର୍ଚ୍ଚ କରିବାର ଅନୁମତି ରହିଛି। ଏଥିପାଇଁ ୧୫୦୦ ଟଙ୍କାର ବିଲ୍‌ ଧାର୍ଯ୍ୟ ହୋଇଛି । ବିଲ୍‌ଟି ୧୦ ତାରିଖରେ ଜେନେରେଟେଡ ହୋଇଥିବା ବେଳେ ୨୭ ତାରିଖ ସୁଦ୍ଧା ପୈଠ କରିବାକୁ କୁହାଯାଇଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos