ଆସୁଛି ସାମୁଦ୍ରିକ ଝଡ଼ ‘ସାଗର’

ନୂଆଦିଲ୍ଲୀ: କିଛିଦିନ ହେବ ଦେଶର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ ତୋଫାନ ତାଣ୍ଡବ ଲୀଳା ସୃଷ୍ଟି କରିଥିବା ଏବେ ପୁଣି ଏକ ବାତ୍ୟାର ଆଶଙ୍କା ସୃଷ୍ଟି ହୋଇଛି। ନୂଆଦିଲ୍ଲୀ ସ୍ଥିତ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି ଆରବ ସାଗରର ୟେମେନ୍‌ ବେଳାଭୂମିରେ ଏକ ସାମୁଦ୍ରିକ ଝଡ଼ ଘନୀଭୂତ ହେବାରେ ଲାଗିଛି। ପାଣିପାଗ ବିଭାଗୀୟମାନେ ଏହି ଝଡ଼ର ନାଁ ଦେଇଛନ୍ତି ‘ସାଗର’। ଏହା ଏବେ ଗଲଫ୍‌ ରାଷ୍ଟ୍ର ଓମାନ ଆଡ଼କୁ ମୁହେଁଇଛି। […]

btr

btr

Rakesh Mallick
  • Published: Saturday, 19 May 2018
  • Updated: 19 May 2018, 02:39 PM IST

Sports

Latest News

ନୂଆଦିଲ୍ଲୀ: କିଛିଦିନ ହେବ ଦେଶର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ ତୋଫାନ ତାଣ୍ଡବ ଲୀଳା ସୃଷ୍ଟି କରିଥିବା ଏବେ ପୁଣି ଏକ ବାତ୍ୟାର ଆଶଙ୍କା ସୃଷ୍ଟି ହୋଇଛି। ନୂଆଦିଲ୍ଲୀ ସ୍ଥିତ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି ଆରବ ସାଗରର ୟେମେନ୍‌ ବେଳାଭୂମିରେ ଏକ ସାମୁଦ୍ରିକ ଝଡ଼ ଘନୀଭୂତ ହେବାରେ ଲାଗିଛି। ପାଣିପାଗ ବିଭାଗୀୟମାନେ ଏହି ଝଡ଼ର ନାଁ ଦେଇଛନ୍ତି ‘ସାଗର’। ଏହା ଏବେ ଗଲଫ୍‌ ରାଷ୍ଟ୍ର ଓମାନ ଆଡ଼କୁ ମୁହେଁଇଛି।

ଆରବ ସାଗରରେ ସୃଷ୍ଟି ହୋଇଥିବା ଏହି ଘୂର୍ଣ୍ଣ ଝଡ଼ ଧୀରେ ଧୀରେ  ବାତ୍ୟାର ରୂପ ନେଉଛି। ଏହାର ପ୍ରଭାବରେ ଦକ୍ଷିଣ-ପଶ୍ଚିମ ଓ ପଶ୍ଚିମ-ମଧ୍ୟ ଆରବସାଗରରେ  ଝଡ଼ ତୋଫାନ ଓ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପବନର ବେଗ ଘଣ୍ଟାପ୍ରତି ୬୫ ରୁ ୭୫ କି.ମି. ରହିବ। କିମ୍ଭା ସର୍ବାଧିକ ୮୫କି.ମି. ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ପଶ୍ଚିମ ମଧ୍ୟ ଓ ଦକ୍ଷିଣ- ପଶ୍ଚିମ ଆରବ ସାଗର ଅଞ୍ଚଳକୁ ନ ଯିବାକୁ ସର୍ତକ କରାଯାଇଛି।

ପାଣିପାଗ ବିଭାଗକୁ କୁହାଯାଇଛି, ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହାର ପ୍ରଭାବ ଜୋର ରହିବ । ଆଉ ତା’ପରେ ପଶ୍ଚିମ ଓ ଦକ୍ଷିଣ ପଶ୍ଚିମ ଆଡ଼କୁ ଏହି ସାମୁଦ୍ରିକ ଝଡ଼ ଗତି କରିବ। ଆଉ ଧୀରେ ଧୀରେ ଏହା ଦୁର୍ବଳ ହେବ।

ବ୍ୟାତ୍ୟା ‘ସାଗର’ର ପ୍ରଭାବ ଭାରତରେ ବିଶେଷ ପଡ଼ିବ ନାହିଁ କୁହାଯାଉଛି। କେବଳ ଗୁଜରାଟ ଉପକୂଳର କିଛି ଅଞ୍ଚଳରେ ପ୍ରଭାବ ପଡ଼ିବ, କିନ୍ତୁ ତାହା ବେଶୀ ନୁହେଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। କିନ୍ତୁ ଗୁଜରାଟ ପ୍ରଶାସନ ପକ୍ଷରୁ ସମସ୍ତ ସାବଧାନତା ଅବଲମ୍ବନ କରାଯାଇଛି। ଗୁଜରାଟ ଉପକୂଳରେ ଦୁଇ ନମ୍ବର ବିପଦସଙ୍କେତ ଜାରି କରାଯାଇଛି।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos