ବିଧାୟକଙ୍କ କଥାରେ ଦଳିତ ଯୁବକଙ୍କୁ ମାଡ଼ ମାରିଲେ ଓ ଲଣ୍ଡା କରିଦେଲେ ପୁଲିସ୍‌ ବାବୁ ‌

ହାଇଦ୍ରାବାଦ: ଆନ୍ଧ୍ର ପ୍ରଦେଶରେ ଜଣେ ଦଳିତ ଯୁବକଙ୍କୁ ଦୁଇ ଜଣ ପୁଲିସ୍‌ କର୍ମଚାରୀ ମାଡ଼ ମାରିବା ସହ ତାଙ୍କ ନିଶ ଓ ଦାଢ଼ି କାଟି ଲଣ୍ଡା କରି ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। କ୍ଷମତାସୀନ ୱାଇଏସଆର କଂଗ୍ରେସ ବିଧାୟକଙ୍କ ନିର୍ଦ୍ଦେଶକ୍ରମେ ପୁଲିସ ଏପରି କରିଥିବା କୁହାଯାଉଛି।

ଇଷ୍ଟ ଗୋଦାବରୀ ଅଞ୍ଚଳରେ ଘଟିଥିବା ଏହି ଘଟଣା ରାଜ୍ୟ ରାଜନୀତିକୁ ସରଗରମ କରିଛି। ବିରୋଧୀ ଦଳଗୁଡ଼ିକୁ ଏହାକୁ ଜଙ୍ଗଲ ରାଜର ପ୍ରତ୍ୟାବର୍ତ୍ତନର ସଙ୍କେତ ବୋଲି କହିଛନ୍ତି। ବିବାଦ ବଢ଼ିବାରୁ ପୁଲିସ୍‌ ପକ୍ଷରୁ ଜଣେ ସବ୍‌ ଇନସପେକ୍ଟର ଓ ୨ ଜଣ କନଷ୍ଟେବଲଙ୍କୁ ନିଲମ୍ବିତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି।

ଭେଦୁଲ୍ଲାପାଲ୍ଲି ଗାଁର ଆଇ ଭରା ପ୍ରସାଦଙ୍କୁ ତାଙ୍କ ମା’ଙ୍କ ଆଗରେ ହିଁ ଏଭଳି ମାଡ଼ ମରାଯିବା ସହ ନିର୍ଯାତନା ଦିଆଯାଇଛି। ଏବେ ସେ ଏକ ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପ୍ରସାଦଙ୍କ କହିବା କଥା, ସେ ଓ ତାଙ୍କର ଦୁଇ ଜଣ ବନ୍ଧୁ ଟ୍ରକରେ ବାଲି ଚାଲାଣ ହେଉଥିବା ବେଳେ ଏହାକୁ ଅଟକାଇଥିଲେ। ତାଙ୍କ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଶେଷକୃତ୍ୟ ପାଇଁ ଏଭଳି ବାଲି ଚାଲାଣ ହେଉଥିଲା।

ବାଲି ଚାଲାଣକୁ ଅଟକାଇବାରୁ ସ୍ଥାନୀୟ ରାଜନେତାଙ୍କୁ ଏହା ଆଘାତ ଦେଇଥିଲା। ଫଳରେ ସେ କାର ଯୋଗେ ପ୍ରସାଦଙ୍କୁ ଧକ୍କା ଦେଇଥିଲେ। ସ୍ଥାନୀୟ ରାଜନେତାଙ୍କ ପାଇଁ ଏହି ଘଟଣା ଭିତରେ ୱାଇଏସଆର କଂଗ୍ରେସର ବିଧାୟକ ପ୍ରବେଶ କରି ପ୍ରସାଦଙ୍କୁ ପାନେ ଦେବାକୁ ପ୍ରତିଜ୍ଞା କରିଥିଲେ।

ବିଧାୟକ ନିଲମ୍ବିତ ହୋଇଥିବା ସବ ଇନସପେକ୍ଟରଙ୍କୁ ଡାକି ପ୍ରସାଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ। ଏହାର ଗୋଟିଏ ଦିନ ପରେ ସବ ଇନସପେକ୍ଟର ଓ ଦୁଇ ଜଣ କନଷ୍ଟେବଲ ଗାଁକୁ ଆସିଥିଲେ। ସେମାନେ ତଦନ୍ତ ପାଇଁ ପ୍ରସାଦ ଓ ତାଙ୍କର ଦୁଇ ବନ୍ଧଙ୍କୁ ଥାନାକୁ ନେଇ ଯାଇଥିଲେ।

ଥାନାରେ ସବ୍‌ ଇନସପେକ୍ଟର ଜଣଙ୍କ ବେଲ୍ଟରେ ପ୍ରସାଦଙ୍କୁ ପ୍ରଥମେ ମାଡ଼ ମାରିଥିଲେ। ଏହାପରେ ବାରିକ ଡାକି ତାଙ୍କୁ ଲଣ୍ଡା କରିବା ସହ ତାଙ୍କ ନିଶ କାଟି ଦେଇଥିଲେ ବୋଲି ଅଭିଯୋଗ ହୋଇଛି।

ଡେପୁଟି ଆଇଜି କେଭି ମୋହନ ରାଓ କହିଛନ୍ତି, “ଏସସି/ଏସ୍‌ଟି ଆଇନ ବଳରେ ସବ ଇନସପେକ୍ଟର ଓ ଦୁଇ କନଷ୍ଟେବଲଙ୍କ ନାଁରେ ମାମଲା ରୁଜୁ କରାଯାଇଛି। ସୀତାନଗରମ ପୁଲିସ୍‌ ଯେଉଁଭଳି ଭାବେ ଯୁବକଙ୍କୁ ନିର୍ଯାତନା ଦେଇଛି ସେଥିପାଇଁ ଆମେ ଦୁଃଖ ପ୍ରକାଶ କରୁଛୁ। ଆମେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଜି ପ୍ରତିଶ୍ରୁତି ଦେଉଛୁ।‘”

ଆହୁରି ପଢ଼ନ୍ତୁ

ବରିଷ୍ଠ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କୁ କରୋନା

ଉତ୍ତର ପ୍ରଦେଶ ପରେ ମଧ୍ୟପ୍ରଦେଶ: ନାବାଳିକାଙ୍କୁ ୩ ଜଣଙ୍କ ଗଣଦୁଷ୍କର୍ମ

ଟ୍ରୋଲର୍ ପଚାରିଲେ ‘ଡ୍ରଗ୍ସ ହେ କ୍ୟା?’, ଅଭିଷେକ କହିଲେ…

ତଦନ୍ତରେ ଖୁସି ନାହାନ୍ତି ୟୁପି ଦୁଷ୍କର୍ମ ପୀଡ଼ିତାଙ୍କ ବାପା, ସିବିଆଇ ତଦନ୍ତ ଦାବି

ଲକଡାଉନ: ଟିକେଟ ଟଙ୍କା ଫେରି ପାଇବେ ବିମାନ ଯାତ୍ରୀ

ଉଥାପ୍ପାଙ୍କ ନାଁରେ ଯୋଡ଼ି ହେଲା ଅଲୋଡ଼ା ରେକର୍ଡ: ବିରାଟ କୋହଲିଙ୍କୁ ବି ଅତିକ୍ରମ କଲେ

ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୩ ଲକ୍ଷ ଡେଇଁଲା, ମୃତ୍ୟୁସଂଖ୍ୟା ପ୍ରାୟ ୯୯ ହଜାର

ସୀମା ଲଙ୍ଘିଲା ପାକିସ୍ତାନ, ଗୁଳି ମାଡ଼ରେ ୩ ଭାରତୀୟ ଯବାନ ସହିଦ

ହାଥରସ୍ ଗଣଦୁଷ୍କର୍ମ ମାମଲା: ଭିଡିଓ ଶେୟାର କରି ବର୍ଷିଲେ ପ୍ରିୟଙ୍କା

କାଶ୍ମୀରରେ ଆତଙ୍କବାଦୀଙ୍କୁ ସକ୍ରିୟ କରିବାକୁ ହାତ ମିଳାଇଛନ୍ତି ପାକ୍-ଚୀନ

ଯୌନ ନିର୍ଯାତନା ଅଭିଯୋଗ; ଥାନାରେ ହାଜର ହେଲେ ଅନୁରାଗ କଶ୍ୟପ

ହାଥରସ୍ ଗଣଦୁଷ୍କର୍ମ ମାମଲା: ଆସିଲା ପୀଡ଼ିତାଙ୍କ ବ୍ୟବଚ୍ଛେଦ ରିପୋର୍ଟ