ବାଇକ ଛୁଇଁ ଦେବାରୁ ଦଳିତ ବ୍ୟକ୍ତିଙ୍କୁ ଉଲଗ୍ନ କଲେ, ପରିବାର ଲୋକଙ୍କୁ ମାଡ଼ ମାରିଲେ

ବିଜୟପୁରା: ଏବେ ବି ସମାଜରେ ଛୁଆଁଅଛୁଆଁ ଭଳି କୁତ୍ସିତ ପ୍ରଥା ଦେଖିବାକୁ ମିଳୁଛି। ଜଣେ ଦଳିତ ବ୍ୟକ୍ତି ଭୁଲବଶତଃ ଉଚ୍ଚ ଜାତିର ଜଣେ ବ୍ୟକ୍ତିଙ୍କ ବାଇକକୁ ଛୁଇଁ ଦେବାରୁ ତାଙ୍କୁ ସର୍ବସମ୍ମୁଖରେ କିଛି ଲୋକ ଉଲଗ୍ନ କରି ମାଡ଼ ମାରିଛନ୍ତି। ଏତିକିରେ ସେମାନଙ୍କ ମନ ଭରିଲାଣି ଯେ ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ମଧ୍ୟ ଉଚ୍ଚ ଜାତିର ଲୋକମାନେ ସଂଘବଦ୍ଧ ଆକ୍ରମଣ କରି ପ୍ରବଳ ମାଡ଼ ମାରିଛନ୍ତି।

କର୍ଣ୍ଣାଟକାର ରାଜଧାନୀ ବେଙ୍ଗାଲୁରୁ ଠାରୁ ୫୩୦ କିମି ଦୂରରେ ଘଟିଥିବା ଏହି ଘଟଣା ସମ୍ପର୍କରେ ଦଳିତ ବ୍ୟକ୍ତି ଜଣଙ୍କ ପୁଲିସ୍‌କୁ ଜଣାଇବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ମିନାଜୀ ଗାଁର ଉକ୍ତ ଦଳିତ ବ୍ୟକ୍ତିଙ୍କ ଅଭିଯୋଗକ୍ରମେ ପୁଲିସ୍‌ ଆଟ୍ରୋସିଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପୁଲିସ୍‌ର କହିବା ଅନୁଯାୟୀ, ଶନିବାର ଦିନ ଦଳିତ ବ୍ୟକ୍ତି ଜଣଙ୍କ ଭୁଲରେ ଜଣେ ଉଚ୍ଚ ଜାତିର ବ୍ୟକ୍ତିଙ୍କ ବାଇକକୁ ଛୁଇଁ ଦେଇଥିଲେ। ଏହାପରେ ୧୩ ଜଣ ଲୋକ ଏକାଠି ହୋଇ ତାଙ୍କୁ ପ୍ରଥମେ ଉଲଗ୍ନ କରି ମାଡ଼ ମାରିଥିଲେ। ଏହାପରେ ସେମାନେ ତାଙ୍କ ଘର ପାଖରେ ପହଞ୍ଚି ପରିବାର ଲୋକଙ୍କୁ ମଧ୍ୟ ମାଡ଼ ମାରିଥିଲେ।

ଘଟଣାର ଗୋଟିଏ ଭିଡିଓ ମଧ୍ୟ ଭାଇରାଲ ହୋଇଛି। ଯେଉଁ ସମୟରେ ସାମାଜିକ ଦୂରତା କଥା କୁହାଯାଉଛି ସେହି ସମୟରେ ଏକାଧିକ ଲୋକ ଏକାଠି ହୋଇ ତଳେ ପଡ଼ିଥିବା ଦଳିତ ବ୍ୟକ୍ତିଙ୍କୁ ବିଧା ଗୋଇଠା ମାରୁଥିବା ଦେଖିବାକୁ ମିଳିଛି। ପୁଲିସ୍‌ ବ୍ୟକ୍ତିଙ୍କ ଅଭିଯୋଗକ୍ରମେ ୧୩ ଜଣଙ୍କ ନାଁରେ ବିଭିନ୍ନ ଦଫାରେ ମାମଲା ରୁଜୁ କରିଛି। ସେହିପରି କିଛି ଅଭିଯୁକ୍ତଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି।

ଆହୁରି ପଢ଼ନ୍ତୁ

୨୯ ସେପ୍ଟେମ୍ବର, ମଙ୍ଗଳବାର: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ

ସୁପର ଓଭର୍‌ରେ ରୋହିତଙ୍କୁ ହରାଇଲେ ବିରାଟ, ମୁମ୍ବାଇର ଦ୍ୱିତୀୟ ପରାଜୟ

ଡିଭିଲିୟର୍ସଙ୍କ ବିସ୍ଫୋରଣ: ମୁମ୍ବାଇ ଆଗରେ ୨୦୨ ରନ୍‌ର ଟାର୍ଗେଟ

ଟସ୍‌ ଜିତିଲା ମୁମ୍ବାଇ: ପ୍ରଥମେ ବୋଲିଂ କରିବ, ଆଇପିଏଲରେ ଡେବ୍ୟୁ କଲେ ଇଶ୍ରୁ ଉଦାନା

ଚାଇନାକୁ ମାତ୍‌ ଦେବ ମିସାଇଲ ’ନିର୍ଭୟ’: ଏଲଏସିରେ ମୁତୟନ କଲା ଭାରତ

କୃଷକ ସମସ୍ୟା ଏବଂ ସରକାରଙ୍କ କୃଷିବିରୋଧୀ ନୀତି

ଆଜି ଟକ୍କର ନେବେ ଦୁଇ ଭାରତୀୟ ସୁପର୍ ଷ୍ଟାର୍

ବୀର ପୁତ୍ର ଭଗତ ସିଂହ ଏବଂ ସ୍ୱର ସାମ୍ରାଜ୍ଞୀଙ୍କୁ ଅଭିନନ୍ଦନ

୨୮ ସେପ୍ଟେମ୍ବର, ସୋମବାର: ବନ୍ଧୁଙ୍କ ସହ ସମୟ ବିତାଇବେ

ସାରଜାରେ ରନ ବର୍ଷା: ଫିକା ପଡ଼ିଲା ମୟଙ୍କ ଅଗ୍ରୱାଲଙ୍କ ଶତକ, ରାଜସ୍ଥାନର ଚମତ୍କାର ବିଜୟ

ଆଇପିଏଲରେ ମୟଙ୍କ ଅଗ୍ରୱାଲଙ୍କ ପ୍ରଥମ ଶତକ: ପଞ୍ଜାବର ବିଶାଳ ୨୨୩

ଟସ୍‌ ଜିତିଲେ ସ୍ମିଥ, ବୋଲିଂ କରିବ ରାଜସ୍ଥାନ: ଫେରିଲେ ବଟଲର